ଦୁଇ ଆଦିବାସୀ ମହିଳାଙ୍କୁ ମେଡିକାଲ ନେବା ପାଇଁ ଜୀବନକୁ ବାଜିଲଗାଇ ଦେଲେ ଯବାନ, ନକ୍ସଲଙ୍କ ଗୁଳିଗୁଳାକୁ ବେଖାତିର 

Ordigital Desk
  • Published: Tuesday, 09 January 2018
  • , Updated: 09 January 2018, 11:03 AM IST
<p>ମାଲକାନଗିରି(ଓଡ଼ିଶା ରିପୋର୍ଟର): ସବୁଠି ଥିଲା ବାରୁଦର ଭୟ। ପାଦେ ପାଦେ ଥିଲା ବିପଦ। ମଝିରେ ପ୍ରେସର ବୋମା ମଧ୍ୟ ଫୁଟୁଥିଲା। &nbsp;ତଥାପି ବେଫିକର ଥିଲେ ଯବାନ। ଲାଲବାହିନୀଙ୍କ ଗୁଳିଗୁଳାକୁ ଜମା ଖାତିର ନ ଥିଲା। ଦୃଶ୍ୟ ଦେଖିଲେ ଆପଣ ବି ଅବାକ୍&zwnj; ହୋଇଯିବେ। &nbsp;ମାଓବାଦୀଙ୍କ ଗୁଳିର ଭୟ ସତ୍ତ୍ୱେ ନିଜ ଜୀବନକୁ ପାଣି ଛଡ଼ାଇ ସାହାଯ୍ୟ କଲେ ସିଆରପିଏଫ ଯବାନ।&nbsp; ଘଞ୍ଚ ଜଙ୍ଗଲ, ଆବଡ଼ ଖାବଡ଼ା ରାସ୍ତାରେ ଦୁଇ ଜଣ ଆହତ ମହିଳାଙ୍କୁ ୭ କିଲୋମିଟର ଭାରରେ ବୋହି ହସ୍ପିଟାଲରେ ପହଞ୍ଚାଇଛନ୍ତି ଯବାନ। ଏହି ଘଟଣା ଘଟିଛି ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ।</p> <p>ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ବୁରୁଜି&nbsp; ଜଙ୍ଗଲରେ ଅପରେସନ ଚଳାଇଥିଲେ ସୁରକ୍ଷାକକର୍ମୀ।&nbsp; ଏମାନଙ୍କୁ ଟାର୍ଗେଟ କରି ଜଙ୍ଗଲରେ ମାଓବାଦୀ ପ୍ରେସର୍ ବୋମା ଖଞ୍ଜି ଥିଲେ । ଭୁଲରେ ସେହି ବୋମାରେ ପାଦ ଦେଇ ଗୁରୁତର ଦୁଇ ଜଣ ଆଦିବାସୀ ମହିଳା ଆହତ ହୋଇଥିଲେ। ସେମାନଙ୍କ ଚିତ୍କାର ଶୁଣି ସାଙ୍ଗେ ସାଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲେ କମ୍ବିଂ କରୁଥିବା ସିଆରପିଏଫ ଯବାନ। ମାଓବାଦୀ ଆକ୍ରମଣର ଭୟ ସତ୍ତ୍ୱେ ନିଜ ଜୀବନକୁ ପାଣି ଛଡ଼ାଇ ଦୁଇ ମହିଳାଙ୍କୁ ଭାରରେ ବୋହି ବୋହି ହସ୍ପିଟାଲ ବାହାରିଥିଲେ।</p> <p>ତେବେ ବାଟରେ ଆଉ ଏକ ପ୍ରେସର୍ ବମ୍ ଫୁଟିଥିଲା।&nbsp; ସେଥିରେ ଜଣେ ଯବାନ ଆହତ ହୋଇଥଲେ।&nbsp; ପାଦେ ପାଦେ ଲାଲବାହିନୀର ଗୁଳି ଭୟ ଥିଲେ ବି ତାକୁ ଖାତିର ନ କରି ତିନି ଜଣ ଙ୍କୁ ଭାରରେ ବୋହି ହସ୍ପିଟାଲରେ ପହଞ୍ଚାଇଥିଲେ ଯବାନମାନେ।</p>

Related story