କରୋନା ନେଗେଟିଭ ସତ୍ତ୍ୱେ କାହିଁକି ୫ ଦିନ ହେଲା କାର୍ ଭିତରେ ରହୁଛନ୍ତି ମାଧବ ?

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ବାସୁଦେବପୁର ଗାଁର ମାଧବ ପାତ୍ର ଗତ ୫ ଦିନ ହେଲା ନିଜ କାର୍ ଭିତରେ ରହୁଛନ୍ତି।ଗାଁ ଲୋକେ ତାଙ୍କୁ ଗାଁରେ ପୂରାଇ ଦେଉନଥିବାରୁ ସେ କାର୍ ଭିତରେ ରହୁଛନ୍ତି । ମାଧବ ବିହାରର ରହୁଥିବାବେଳେ ଲକଡାଉନ ପରେ ଗାଁକୁ ପଳାଇ ଆସିଥିଲେ। ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ ସରସ୍ୱତୀ ଶିଶୁ ମନ୍ଦିରରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଥିଲେ। କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାର ଅବଧି ଶେଷ […]

yiop

Tapas Behera
  • Published: Monday, 25 May 2020
  • , Updated: 25 May 2020, 05:30 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ବାସୁଦେବପୁର ଗାଁର ମାଧବ ପାତ୍ର ଗତ ୫ ଦିନ ହେଲା ନିଜ କାର୍ ଭିତରେ ରହୁଛନ୍ତି।ଗାଁ ଲୋକେ ତାଙ୍କୁ ଗାଁରେ ପୂରାଇ ଦେଉନଥିବାରୁ ସେ କାର୍ ଭିତରେ ରହୁଛନ୍ତି ।

ମାଧବ ବିହାରର ରହୁଥିବାବେଳେ ଲକଡାଉନ ପରେ ଗାଁକୁ ପଳାଇ ଆସିଥିଲେ। ଗାଁରେ ପହଞ୍ଚିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତାଙ୍କୁ ସରସ୍ୱତୀ ଶିଶୁ ମନ୍ଦିରରେ ହୋଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ରଖିଥିଲେ। କ୍ୱାରେଣ୍ଟାଇନ ସେଣ୍ଟରରେ ରହିବାର ଅବଧି ଶେଷ ହେବା ସହ ତାଙ୍କର ସ୍ୱାବ୍ ଟେଷ୍ଟ ମଧ୍ୟ ନେଗେଟିବ୍ ଆସିଥିଲା । ଏହାପରେ ତାଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରୁ ଛାଡ଼ି ଦିଆଯାଇଥିଲା ।

ହେଲେ ଗାଁ ଲୋକେ ତାଙ୍କୁ ଗାଁରେ ପୂରାଇ ନ ଦେବାରୁ କଥା ପୋଲିସ ଯାଏ ଯାଇଥିଲା । ଶେଷରେ ପୁଲିସ ତାଙ୍କୁ ପୁଣି କ୍ୱାରେଣ୍ଟାଇନରେ ରଖିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ କ୍ୱାରେଣ୍ଟାଇନ ସେଣ୍ଟରରେ ରହିବା ଫଳରେ ପୁଣି କରୋନା ସଂକ୍ରମଣ ଆଶଙ୍କା କରି ସେ ସେହିଠାରେ ରଖିଥିବା ତାଙ୍କ କାରରେ ରହୁଛନ୍ତି।

Related story