୧୦୮ କୁମ୍ଭ ଜଳରେ ସ୍ନାନ କଲେ ଚତୁର୍ଦ୍ଧାମୂର୍ତ୍ତି , ହାତୀ ବେଶରେ ଦର୍ଶନ ଦେବେ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇ ଥିଲା ରୀତିନୀତି। ପ୍ରଥମେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପରେ ସ୍ନାନମଣ୍ଡପରେ ବିଜେ କରିଥିଲେ ମହାପ୍ରଭୁ  ଶ୍ରୀଜଗନ୍ନାଥ। ପ୍ରଥମେ ସୁଦର୍ଶନ ବିଜେ ହୋଇଥିଲେ। ତା’ପରେ ବଳଭଦ୍ର ଓ ସୁଭଦ୍ରାଙ୍କୁ ଧାଡ଼ିପହଣ୍ଡି କରି ସ୍ନାନମଣ୍ଡପରେ ବିଜେ କରାଯାଇଥିଲା । ଶେଷରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ ମହାପ୍ରଭୁ ଜଗନ୍ନାଥ। ୧୦୮ କୁମ୍ଭ ଜଳରେ କଲେ ସ୍ନାନ କରିଛନ୍ତି ଶ୍ରୀଜିଉ । […]

79-

Tapas Behera
  • Published: Monday, 17 June 2019
  • , Updated: 17 June 2019, 05:18 PM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏଥିପାଇଁ ସକାଳୁ ସକାଳୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଯାଇ ଥିଲା ରୀତିନୀତି। ପ୍ରଥମେ ସୁଦର୍ଶନ, ବଳଭଦ୍ର, ସୁଭଦ୍ରାଙ୍କ ପରେ ସ୍ନାନମଣ୍ଡପରେ ବିଜେ କରିଥିଲେ ମହାପ୍ରଭୁ  ଶ୍ରୀଜଗନ୍ନାଥ। ପ୍ରଥମେ ସୁଦର୍ଶନ ବିଜେ ହୋଇଥିଲେ। ତା’ପରେ ବଳଭଦ୍ର ଓ ସୁଭଦ୍ରାଙ୍କୁ ଧାଡ଼ିପହଣ୍ଡି କରି ସ୍ନାନମଣ୍ଡପରେ ବିଜେ କରାଯାଇଥିଲା ।

ଶେଷରେ ଆସି ସ୍ନାନବେଦୀରେ ବିଜେ ହୋଇଥିଲେ ମହାପ୍ରଭୁ ଜଗନ୍ନାଥ। ୧୦୮ କୁମ୍ଭ ଜଳରେ କଲେ ସ୍ନାନ କରିଛନ୍ତି ଶ୍ରୀଜିଉ । ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଓ ଗଜାନନବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ।

ପରମ୍ପରା ଅନୁସାରେ ପ୍ରଭୁ ବଳଭଦ୍ର ୩୩, ଜଗନ୍ନାଥ ୩୫, ଦେବୀ ସୁଭଦ୍ରା ୨୨ ଓ ସୁଦର୍ଶନ ମହାପ୍ରଭୁ ୧୮ ଗରାରେ ମହାସ୍ନାନ କରିଛନ୍ତି । ତେବେ ଅପରାହ୍ନରେ ହାତୀ ବେଶରେ ଦର୍ଶନ ଦେବେ ମହାପ୍ରଭୁ। ଦେବସ୍ନାନ ପୂର୍ଣ୍ଣିମା ପରେ ଆସନ୍ତାକାଲି ଠାରୁ ଅଣସର ଗୃହକୁ ଚାଲିଥିବେ ଚତୁର୍ଦ୍ଧାମୂର୍ତ୍ତି।

Related story