ବିଜୁ ସେତୁ ଭୁଶୁଡ଼ିବା ଘଟଣାରେ ଉପରୁ ନିର୍ଦ୍ଦେଶ : ଠିକାଦାର ଓ ଅଧିକାରୀଙ୍କୁ ବାନ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉମରକୋଟରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ଘଟଣାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ ଉନ୍ନୟନ କମିଶନର। ସମ୍ପୃକ୍ତ ଠିକାଦାର ଓ ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଠିକାଦାର ଓ ଅଧିକାରୀଙ୍କୁ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସୁନାବେଡା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା […]

gbnc

gbnc

Tapas Behera
  • Published: Sunday, 10 January 2021
  • Updated: 10 January 2021, 08:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉମରକୋଟରେ ନିର୍ମାଣାଧୀନ ବିଜୁ ସେତୁ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ଘଟଣାରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ ଉନ୍ନୟନ କମିଶନର। ସମ୍ପୃକ୍ତ ଠିକାଦାର ଓ ଅଧିକାରୀଙ୍କ ନାଁରେ ଫୌଜଦାରୀ ମାମଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଠିକାଦାର ଓ ଅଧିକାରୀଙ୍କୁ ଗିରଫ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ସୁନାବେଡା ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଘଟଣା ସ୍ଥଳରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ ନବରଙ୍ଗପୁର ଜିଲ୍ଲା ଉମରକୋଟରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।  ଏଥିସହ ୬ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ତାଲାପଦର ପାଖରେ ନିର୍ମାଣାଧିନ ପୋଲ ଭୁଶୁଡ଼ି ପଡ଼ି ଜଣକର ଜୀବନ ଯାଇଛି । ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଶ୍ରମିକଙ୍କୁ ଉମରକୋଟ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ପ୍ରତିଦିନ ପରି ଆଜିବି ପୋଲ କାମ ଚାଲୁଥିଲା। ପୋଲ ଉପରେ ସ୍ଲାବ ପଡୁଥିଲା। ଠିକା ଶ୍ରମିକ କାମ ସାରି ଯିବା ପରେ ଅପରାହ୍ନରେ ବାହାର ଶ୍ରମିକ ଆସି ସ୍ଲାପ୍‌କୁ ସଜାଡୁଥିଲେ। ତେବେ ଲେବଲ କରିବା ସମୟରେ ଏହି ଅଘଟଣ ଘଟିଥିଲା। ଆଜି ପଡ଼ିଥିବା ସମସ୍ତ ସ୍ଲାପ୍ ଭାଙ୍ଗି ସେମାନଙ୍କ ଉପରେ ପଡ଼ିଯାଇଥିଲା। ଉପରେ ଯେଉଁ ଶ୍ରମିକମାନେ କାମ କରୁଥିଲେ, ସେମାନେ ସ୍ଲାବ‌ ସହ ତଳକୁ ଖସିପଡ଼ିଥିଲେ। ଏହି ଅଘଟଣ ପରେ ଉମରକୋଟ ଥାନାଧିକାରୀ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos