କାଳିଆକୁ ଟିକେ ଦେଖିବି.... ମୋତେ ଛାଡ଼ିଦିଅ...

ପୁରୀ (ଓଡ଼ିଶା ରିପୋର୍ଟର): “କାଳିଆକୁ ଟିକେ ଦେଖିବି, ମୋତେ ଛାଡ଼ିଦିଅ। ଆଉ କେତେଦିନ ବା ବଞ୍ଚିବି? ସେ ଦୁଃଖ ଦେଇଛି, ଶୁଖ ବି ଦେଇଛି। କାଳିଆକୁ ଦେଖିଦେଲେ ସବୁ ଦୁଃଖ ପଳାଇଯିବ। ମୋତେ ଟିକେ ଛାଡ଼। ମୁଁ କାଳିଆକୁ ଦେଖିବି।” ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସିଂହଦ୍ୱାର ସମ୍ମୁଖରେ ଏପରି କାକୁତି ମିନତି ହେଉଛନ୍ତି ଜଣେ ବୃଦ୍ଧା। ଜଗାକୁ ଦର୍ଶନ କରିବା ପାଇଁ ସେ ସୁରକ୍ଷା ଦାୟିତ୍ୱରେ ଥିବା ମହିଳା ପୁଲିସ କର୍ମଚାରୀଙ୍କ ପାଖରେ କାନ୍ଦୁଛନ୍ତି ଓ […]

kalia

kalia

Manoranjan Sial
  • Published: Saturday, 09 January 2021
  • Updated: 10 January 2021, 10:52 AM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର): “କାଳିଆକୁ ଟିକେ ଦେଖିବି, ମୋତେ ଛାଡ଼ିଦିଅ। ଆଉ କେତେଦିନ ବା ବଞ୍ଚିବି? ସେ ଦୁଃଖ ଦେଇଛି, ଶୁଖ ବି ଦେଇଛି। କାଳିଆକୁ ଦେଖିଦେଲେ ସବୁ ଦୁଃଖ ପଳାଇଯିବ। ମୋତେ ଟିକେ ଛାଡ଼। ମୁଁ କାଳିଆକୁ ଦେଖିବି।” ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ସିଂହଦ୍ୱାର ସମ୍ମୁଖରେ ଏପରି କାକୁତି ମିନତି ହେଉଛନ୍ତି ଜଣେ ବୃଦ୍ଧା। ଜଗାକୁ ଦର୍ଶନ କରିବା ପାଇଁ ସେ ସୁରକ୍ଷା ଦାୟିତ୍ୱରେ ଥିବା ମହିଳା ପୁଲିସ କର୍ମଚାରୀଙ୍କ ପାଖରେ କାନ୍ଦୁଛନ୍ତି ଓ ଗୁହାରି ବି କରୁଛନ୍ତି। ହେଲେ ଆଇନ୍‌ର ଜାଲରେ ବନ୍ଧା ହୋଇଥିବା ପୁଲିସ କେବଳ ସମବେଦନା ଛଡ଼ା ଆଉ କିଛି କହିପାରୁ ନାହାନ୍ତି।

ବୃଦ୍ଧା ଜଣକ ହେଉଛନ୍ତି ପୁରୀ ଗୌଡବାଡ଼ ସାହିର ୭୦ ବର୍ଷୀୟ ଲକ୍ଷ୍ମୀ ଦେ। ସେ କହିଛନ୍ତି, କାଳିଆକୁ ଦର୍ଶନ କରିବା ପାଇଁ ମୁଁ ସବୁଦିନ ଆସେ। ଦିନରେ ଆସି ନପାରିଲେ, ରାତିରେ କାଳିଆକୁ ଦେଖି ଯାଏ। ହେଲେ ମହାମାରୀ କରୋନା ପାଇଁ ୯ ମାସ ହେଲା ମହାପ୍ରଭୁଙ୍କୁ ଦର୍ଶନ କରିନାହିଁ। ଆଜି ଆସିଛି କାଳିଆକୁ ଦେଖି ଯିବି। ଏତିକି କହିବା ବେଳେ ଲକ୍ଷ୍ମୀ ମାଉସୀ କାନ୍ଦି ପକାଉଥିବା ଦେଖିବାକୁ ମିଳିଛି।

ଶନିବାର ବଡ଼ ଏକାଦଶୀ ଥିଲା। ସେଥିପାଇଁ ଜଗା ଦର୍ଶନ କରିବାକୁ ଶ୍ରୀମନ୍ଦିର ଆସିଥିଲେ ବୁଢ଼ୀ ମାଉସୀ। ହେଲେ ସରକାର ଟାଣିଥିବା କୋଭିଡ୍‌ ଗାଇଡ୍‌ଲାଇନ୍‌ର ଲକ୍ଷ୍ମଣ ରେଖା ପାଇଁ ଜଗା ଦର୍ଶନ କରିପାରିଲେ ନାହିଁ। ପୁଲିସ ମଧ୍ୟ ତାଙ୍କୁ ଶ୍ରୀମନ୍ଦିର ଭିତରକୁ ଛାଡ଼ିଲାନି। ଶେଷରେ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ହାତ ଯୋଡି ପତିତପାବନଙ୍କୁ ଦର୍ଶନ କଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos