ଏଥର ବି ପଞ୍ଚକରେ ଶ୍ରଦ୍ଧାଳୁଙ୍କୁ ଧବଳେଶ୍ୱର ପୀଠ ମନା

କଟକ(ଓଡ଼ିଶା ରିପୋର୍ଟର):  ଗତ ୨ ବର୍ଷ ପରି ଏଥର ବି ପଞ୍ଚକରେ ଖାଁ ଖାଁ ରହିବ ଧବଳେଶ୍ୱର ପୀଠ। ଶ୍ରଦ୍ଧାଳୁଙ୍କୁ ମିଳିବନି ବାବା ଧବଳେଶ୍ୱରଙ୍କ ଦର୍ଶନ ଅନୁମତି। ଧବଳେଶ୍ୱର ଝୁଲା ପୋଲ ଅସୁରକ୍ଷିତ ଥିବାରୁ ଗତକାଲିଠୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି। ଫଳରେ ଆଜି ସକାଳୁ ଧବଳେଶ୍ୱର ପୀଠ ଖାଁ ଖାଁ ପଡ଼ି ରହିଥିବା ବେଳେ ଏଥର ଯାତ୍ରାରେ ବି ଦେଖିବାକୁ ମିଳିବନି ଶ୍ରଦ୍ଧାଳୁଙ୍କ ସମାଗମ । ଏହା ସ୍ପଷ୍ଟ କରିଛନ୍ତି କଟକ ଦାୟିତ୍ୱରେ […]

puja

puja

Niharika Rout
  • Published: Tuesday, 01 November 2022
  • Updated: 01 November 2022, 01:19 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର):  ଗତ ୨ ବର୍ଷ ପରି ଏଥର ବି ପଞ୍ଚକରେ ଖାଁ ଖାଁ ରହିବ ଧବଳେଶ୍ୱର ପୀଠ। ଶ୍ରଦ୍ଧାଳୁଙ୍କୁ ମିଳିବନି ବାବା ଧବଳେଶ୍ୱରଙ୍କ ଦର୍ଶନ ଅନୁମତି। ଧବଳେଶ୍ୱର ଝୁଲା ପୋଲ ଅସୁରକ୍ଷିତ ଥିବାରୁ ଗତକାଲିଠୁ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଲାଗୁ ହୋଇଛି। ଫଳରେ ଆଜି ସକାଳୁ ଧବଳେଶ୍ୱର ପୀଠ ଖାଁ ଖାଁ ପଡ଼ି ରହିଥିବା ବେଳେ ଏଥର ଯାତ୍ରାରେ ବି ଦେଖିବାକୁ ମିଳିବନି ଶ୍ରଦ୍ଧାଳୁଙ୍କ ସମାଗମ । ଏହା ସ୍ପଷ୍ଟ କରିଛନ୍ତି କଟକ ଦାୟିତ୍ୱରେ ଥିବା ଖୋର୍ଦ୍ଧା ଏସ୍‌ପି ସିଦ୍ଧାର୍ଥ କାଟାରିଆ ।

ଏସ୍‌ପି କହିଛନ୍ତି,  ଝୁଲା ପୋଲ ଅସୁରକ୍ଷିତ  ଥିବାରୁ ଗତକାଲିଠୁ ଧବଳେଶ୍ୱର ପୀଠରେ ଅନିଦ୍ଦିଷ୍ଟ କାଳ ପାଇଁ ଲାଗୁ ହୋଇଛି ୧୪୪ ଧାରା। ଆମ ପାଇଁ ଯାତ୍ରୀଙ୍କ ସୁରକ୍ଷା ସବୁଠୁ ଗୁରୁତ୍ୱପୂର୍ଣ୍ଣ । ୧୪୪ ଧାରା ଜାରି ହୋଇଥିବାରୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ଅନୁମତି ନାହିଁ । ଆସନ୍ତା ଗୁରୁବାରଠାରୁ ପଞ୍ଚକ ଆରମ୍ଭ ହେଉଥିବାରୁ ଏଥର ବି ବିନା ଶ୍ରଦ୍ଧାଳୁରେ ଧବଳେଶ୍ୱର ଯାତ୍ରା ହେବ ।

ବଡ଼ ଓଷାରେ ବାବା ଧବଳେଶ୍ୱରଙ୍କ ଗଜ ଭୋଗ ପ୍ରସିଦ୍ଧ ହୋଇଥିବା ବେଳେ ଏହାକୁ ପାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସମ୍ଭବ ଉତ୍ସୁକତା ଦେଖାଦେଇଥାଏ। ହେଲେ ଏଥର  ପଞ୍ଚକରେ ଶ୍ରଦ୍ଧାଳୁଙ୍କୁ ବାବାଙ୍କ ପୀଠକୁ ଯିବାକୁ ଅନୁମତି ମିଳି ନ ଥିବାରୁ ଗଜ ଭୋଗ ପାଇବାରୁ ସେମାନେ ବଞ୍ଚିତ ହେବେ ବୋଲି ଜଣାଯାଇଛି। ତେଣୁ ଶ୍ରଦ୍ଧାଳୁଙ୍କ ମନ ଭାଙ୍ଗି ଯାଇଛି।

ଗୁଜରାଟ ଟ୍ରାଜେଡି ପରେ ତତ୍ପର ହୋଇ ଉଠିଥିବା ସ୍ଥାନୀୟ ପ୍ରଶାସନ କୌଣସି ଅଘଟଣ ଆଶଙ୍କାରେ ଧବଳେଶ୍ୱର ପୀଠରେ ଗତକାଲିଠୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗୁ କରିଛି ୧୪୪ ଧାରା। ଆଗକୁ ପଞ୍ଚକ ଆରମ୍ଭ ହେଉଥିବା ବେଳେ ପ୍ରଶାସନର ଏହି ନିଷ୍ପତ୍ତି ଶ୍ରଦ୍ଧାଳୁଙ୍କୁ ବଡ଼ ଝଟକା ଦେଇଛି।

୨୦୦୬ ମସିହାରେ ନିର୍ମିତ ହୋଇଥିବା ଏହି ପୋଲର ଧାରଣ କ୍ଷମତା ୧୫୦୦ରୁ ଆସି ଧୀରେ ଧୀରେ କମି ୨୦୦ରେ ପହଞ୍ଚିଛି। କାର୍ତ୍ତିକ ମାସରେ ଧବଳେଶ୍ଵରଙ୍କ ଦର୍ଶନ ନିମନ୍ତେ ଅପେକ୍ଷାରତ ଭିଡ଼କୁ ଆଖି ଆଗରେ ରଖି ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପୀଠରେ ୧୪୪ ଧାରା ଲାଗୁ  କରାଯାଇଛି। ହେଲେ ଗୁଜରାଟ ଟ୍ରାଜେଡି ପରେ ଚେଇଁ ଉଠିଥିବା ପ୍ରଶାସନ ପୂର୍ବରୁ ବିଶେଷଜ୍ଞ ଟିମ୍‌ ସାହାଯ୍ୟରେ ଏହି ମରାମତି କରିଥିଲେ ଏବେ ପଞ୍ଚକରେ ଶ୍ରଦ୍ଧାଳୁମାନେ ବାବାଙ୍କ ଦର୍ଶନ ପାଇପାରିଥାନ୍ତେ ବୋଲି ଆଲୋଚନା ହେଉଛି। ହେଲେ ପ୍ରଶାସନର ଏପରି ଖାମଖିଆଲିପଣ ପାଇଁ ଶ୍ରଦ୍ଧାଳୁଙ୍କୁ ଗଭୀର ଆଘାତ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos