ମାହାଙ୍ଗା ଡବଲ ମର୍ଡର ମାମଲାର ତଦନ୍ତ ୧୦ ଦିନରେ ସରିବ; ପ୍ରତିଶ୍ରୁତି ଦେଲେ ଡିଜିପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହଙ୍କ ହତ୍ୟାର ତଦନ୍ତ ଜଣେ ଡିଆଇଜି ରାଙ୍କର ଅଫିସରଙ୍କ ଦ୍ୱାରା କରାଯିବ। ୧୦ ଦିନ ଭିତରେ ତଦନ୍ତ ସରିବ। ରାଜ୍ୟ ବିଜେପି ପ୍ରତିନିଧିଙ୍କୁ ଆଜି ଡିଜିପି ଅଭୟ ଏପରି ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏତାଲାରେ ଥିବା ସବୁ ଅଭିଯୁକ୍ତଙ୍କୁ ଜେରା ପ୍ରସଙ୍ଗରେ ଡିଜିପି ଅସହାୟତା ପ୍ରକାଶ କରିଥିବା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି। ମାହାଙ୍ଗା […]

abhaya

abhaya

Manoranjan Sial
  • Published: Friday, 08 January 2021
  • Updated: 08 January 2021, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହଙ୍କ ହତ୍ୟାର ତଦନ୍ତ ଜଣେ ଡିଆଇଜି ରାଙ୍କର ଅଫିସରଙ୍କ ଦ୍ୱାରା କରାଯିବ। ୧୦ ଦିନ ଭିତରେ ତଦନ୍ତ ସରିବ। ରାଜ୍ୟ ବିଜେପି ପ୍ରତିନିଧିଙ୍କୁ ଆଜି ଡିଜିପି ଅଭୟ ଏପରି ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ ଏତାଲାରେ ଥିବା ସବୁ ଅଭିଯୁକ୍ତଙ୍କୁ ଜେରା ପ୍ରସଙ୍ଗରେ ଡିଜିପି ଅସହାୟତା ପ୍ରକାଶ କରିଥିବା ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଓ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି।

ମାହାଙ୍ଗା ଡବଲ୍‌ ମର୍ଡର ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ଆଜି ଏକ ବିଜେପି ପ୍ରତିନିଧି ଦଳ ଡିଜିପି ଅଭୟଙ୍କୁ ଭେଟିଥିଲେ। ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ହୋଇଥିଲା ଆଲୋଚନା। ପରେ ବିଜେପି ପ୍ରତିନିଧି ଦଳ ଡିଜିପିଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ଡିଜିପିଙ୍କ ସହିତ ଆଲୋଚନା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି-“ଆଜି ଆମେ ଡିଜିଙ୍କ ସହିତ ୩ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା କଲୁ। ଏହି ସମୟରେ ଡିଜି ଅସହାୟତା ପ୍ରକାଶ କରୁଥିବା ଅନୁଭବ କଲୁ। ଅସହିଷ୍ଣୁତା ଭାବ ପ୍ରକାଶ କରାଯାଇ ମହାଙ୍ଗାରେ ଦୁଇ ଜଣ ବିଜେପି ନେତାଙ୍କୁ ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛୁ।”

ସେ କହିଛନ୍ତି-“ପହଞ୍ଚାୟତ ସ୍ତରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ଏହି ଘୋଟାଲାର ଚେର ପଞ୍ଚାୟତସ୍ତରରୁ ବ୍ଲକ ପର୍ଯ୍ୟନ୍ତ ଲମ୍ୱିଛି। ଏହାକୁ ପ୍ରତିବାଦ କରାଯାଉଥିଲା। ଏହି ଦୁର୍ନୀତିଖୋରଙ୍କ ପଛରେ ଶାସକ ଦଳର ମନ୍ତ୍ରୀ ଛିଡ଼ା ହୋଇଛନ୍ତି। ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ହତ୍ୟା କରି ପରୋକ୍ଷ ଭାବେ ହତ୍ୟାକାରୀଙ୍କୁ ସମର୍ଥନ କରୁଛନ୍ତି ମନ୍ତ୍ରୀ। ଏହାର ପ୍ରମାଣ ଥିବା ସତ୍ତ୍ୱେ ପୁଲିସ କେବଳ ୭ ଜଣଙ୍କୁ ଗିରଫ କରିଛି। ହେଲେ ଏଫ୍‌ଆଇଆର୍‌ରେ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ପୁଲିସ ପଚରାଉଚରା କରୁନି କି ଗିରଫ କରୁନାହିଁ। ଏଥିରୁ ସ୍ପଷ୍ଟ ଭାବେ ଜଣାପଡ଼ୁଛି, ଏହି କ୍ଷେତ୍ରରେ ପୁଲିସ ସମ୍ପୂର୍ଣ୍ଣ ଅସହାୟ।”

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି-“ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ସହଯୋଗୀ ଦିବ୍ୟସିଂହଙ୍କ ହତ୍ୟାରେ ମାମଲାରେ ଯେଉଁ ୧୩ ଜଣଙ୍କ ନାଁରେ ଏଫ୍‌ଆଇଆର୍‌ ରୁଜୁ ହୋଇଛି, ସେମାନଙ୍କୁ ପଚରାଉଚରା କରାଯାଉ। ହେଲେ ଏକ୍ଷେତ୍ରରେ ପୁଲିସ ଅସହାୟତା ପ୍ରକାଶ କରୁଛି। ଏ ସମ୍ପର୍କରେ ବହୁ ଆଲୋଚନା ପରେ ୧୦ ଦିନ ଭିତରେ ତଦନ୍ତ ସାରିବାକୁ ଡିଜିପି ଅଭୟ ପ୍ରତିଶ୍ରୁତି ଦେଇଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos