ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ପୋଲିସ ଡିଜି

<p>ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀଜିଉଙ୍କ ଘୋଷଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଯାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ପୁରୀରେ ପୋଲିସ ଡିଜିଙ୍କ ସମୀକ୍ଷା ବୈଠକ ହୋଇଛି। ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏଥିରେ ସ୍ନାନଯାତ୍ରାରୁ ଆରମ୍ଭ କରି ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ପୋଲିସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ, ଯାତ୍ରୀ ପରିବହନ, ଯାତ୍ରୀଙ୍କ ରହଣୀ ସୁବିଧା ଆଦି କିଭଳି ଶୃଙ୍ଖଳିତ ଭାବେ ପରିଚାଳନା କରାଯାଇ ପାରିବ, ସେ ନେଇ ଆଲୋଚନା କରାଯାଇଥିଲା।</p> <p>ପୂର୍ବ ବର୍ଷମାନଙ୍କରେ ରଥଯାତ୍ରା ବେଳେ ଯେଉଁ ସମସ୍ୟା ଦେଖାଦେଇଥିଲା, ସେସବୁକୁ ଦୂର କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀମାନେ ଆଲୋଚନା କରୁଛନ୍ତି। ଏନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ଏହି ସମୀକ୍ଷା ବୈଠକରେ ADG ଅରୁଣ ରାୟ, କେନ୍ଦ୍ରାଞ୍ଚଳ IG ସୌମେନ୍ଦ୍ର ପ୍ରିୟଦର୍ଶୀ, IG ସଂଜୀବ ପଣ୍ଡା, ଅମିତାଭ ଠାକୁର ଓ ପୁରୀ ଏସପି ସାର୍ଥକ ଷଡଙ୍ଗୀଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ।</p>

Ordigital Desk
  • Published: Tuesday, 19 June 2018
  • Updated: 19 June 2018, 10:21 PM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀଜିଉଙ୍କ ଘୋଷଯାତ୍ରାରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ଯାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗ ନେଇ ପୁରୀରେ ପୋଲିସ ଡିଜିଙ୍କ ସମୀକ୍ଷା ବୈଠକ ହୋଇଛି। ପୁରୀ ଏସପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ପୋଲିସ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ। ଏଥିରେ ସ୍ନାନଯାତ୍ରାରୁ ଆରମ୍ଭ କରି ନୀଳାଦ୍ରୀ ବିଜେ ପର୍ଯ୍ୟନ୍ତ ପୁରୀରେ ପୋଲିସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ, ଯାତ୍ରୀ ପରିବହନ, ଯାତ୍ରୀଙ୍କ ରହଣୀ ସୁବିଧା ଆଦି କିଭଳି ଶୃଙ୍ଖଳିତ ଭାବେ ପରିଚାଳନା କରାଯାଇ ପାରିବ, ସେ ନେଇ ଆଲୋଚନା କରାଯାଇଥିଲା।</p><p>ପୂର୍ବ ବର୍ଷମାନଙ୍କରେ ରଥଯାତ୍ରା ବେଳେ ଯେଉଁ ସମସ୍ୟା ଦେଖାଦେଇଥିଲା, ସେସବୁକୁ ଦୂର କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀମାନେ ଆଲୋଚନା କରୁଛନ୍ତି। ଏନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ଏହି ସମୀକ୍ଷା ବୈଠକରେ ADG ଅରୁଣ ରାୟ, କେନ୍ଦ୍ରାଞ୍ଚଳ IG ସୌମେନ୍ଦ୍ର ପ୍ରିୟଦର୍ଶୀ, IG ସଂଜୀବ ପଣ୍ଡା, ଅମିତାଭ ଠାକୁର ଓ ପୁରୀ ଏସପି ସାର୍ଥକ ଷଡଙ୍ଗୀଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀମାନେ ଯୋଗ ଦେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos