ମିଛୁଆ ଏସ୍‌ଡିପିଓ ନିଲମ୍ବିତ, ଜବତ ଟଙ୍କାରୁ ଉଭାନ କରିନେଇଥିଲେ ଲକ୍ଷାଧିକ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କଣ୍ଟାବାଂଜି SDPO ହୃଷିକେଶ ମେହେର ସସ୍‌ପେଣ୍ଡ। ରାଜ୍ୟ ଗୃହ ବିଭାଗ ଏହି ପଦକ୍ଷେପ ନେଇଛି। ଇଟାଭାଟି ମାଲିକଙ୍କୁ ଜୁଆଡ଼ି ସଜେଇ ଟଙ୍କା ହଡ଼ପ କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ଥିଲା। ଅଭିଯୋଗ ପରେ ପ୍ରାଥମିକ ସ୍ତରରେ SDPOଙ୍କୁ ବଦଳି କରାଯାଇଥିଲା। ପରେ SPଙ୍କ ଚୂଡ଼ାନ୍ତ ରିପୋର୍ଟ ଅଧାରରେ ହୃଷିକେଶଙ୍କୁ ସସ୍‌ପେଣ୍ଡ କରାଯାଇଛି। ସସ୍‌ପେଣ୍ଡ ଅବଧି ଭିତରେ ସେ ନୟାଗଡ଼ SPଙ୍କୁ ରିପୋର୍ଟ କରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି। ସୂଚନା ଥାଉକି, ଗତ […]

hrusikesa-m

  • Published: Monday, 10 October 2022
  • , Updated: 10 October 2022, 09:23 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): କଣ୍ଟାବାଂଜି SDPO ହୃଷିକେଶ ମେହେର ସସ୍‌ପେଣ୍ଡ। ରାଜ୍ୟ ଗୃହ ବିଭାଗ ଏହି ପଦକ୍ଷେପ ନେଇଛି। ଇଟାଭାଟି ମାଲିକଙ୍କୁ ଜୁଆଡ଼ି ସଜେଇ ଟଙ୍କା ହଡ଼ପ କରିଥିବା ନେଇ ତାଙ୍କ ନାମରେ ଅଭିଯୋଗ ଥିଲା। ଅଭିଯୋଗ ପରେ ପ୍ରାଥମିକ ସ୍ତରରେ SDPOଙ୍କୁ ବଦଳି କରାଯାଇଥିଲା। ପରେ SPଙ୍କ ଚୂଡ଼ାନ୍ତ ରିପୋର୍ଟ ଅଧାରରେ ହୃଷିକେଶଙ୍କୁ ସସ୍‌ପେଣ୍ଡ କରାଯାଇଛି। ସସ୍‌ପେଣ୍ଡ ଅବଧି ଭିତରେ ସେ ନୟାଗଡ଼ SPଙ୍କୁ ରିପୋର୍ଟ କରିବେ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

ସୂଚନା ଥାଉକି, ଗତ ସେପ୍ଟେମ୍ୱର ୧୫ ତାରିଖ ବିଲମ୍ୱିତ ରାତିରେ କଣ୍ଟାବାଜିର ଅନ୍ନପୂର୍ଣ୍ଣା ଲଜ ଉପରେ ଚଢଉ କରିଥିଲା କଣ୍ଟାବାଜିଂ ପୁଲିସ। ସେଠାରେ ଦାଦନ ଚାଲାଣ ପାଇଁ ଆସିଥିବା ୭ ଜଣ ଇଟାଭାଟି ମାଳିକଙ୍କୁ ପୁଲିସ ଉଠାଇ ନେଇଥିଲା। ହେଲେ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କୁ ଜୁଆଡି ସଜାଇ ଗିରଫ କରାଯାଇଥିବା SDPO ଦାୟିତ୍ୱରେ ଥିବା ହୃଷିକେଶ କହିଥିଲେ। ଏଥିସହ ସେମାନଙ୍କ ଠାରୁ ୫୮ ଲକ୍ଷ ୫୨ ହଜାର ୨୫୦ ଟଙ୍କା ଜବତ ହୋଇଥିବା ମଧ୍ୟ ସୂଚନା ଦେଇଥିଲେ।

କିନ୍ତୁ ଅଧିକ ଟଙ୍କା ଜବତ ହୋଇଥିବା ଏବଂ ପୁଲିସ ଲକ୍ଷାଧିକ ଟଙ୍କା ହଡ଼ପ କରିନେଇଥିବା ଅଭିଯୋଗ ଉଠିଥିଲା। ହୃଷିକେଶ ଗଣମାଧ୍ୟମକୁ ମିଛ କହୁଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ପରେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ବଲାଙ୍ଗିର ଏସପି ନୀତିନ କୁଶଳକର। ଅତିରିକ୍ତ ଏସପି ଘଟଣାର ତଦନ୍ତ କରି ଏସଡିପିଓ ଥାନା ଭିତରେ ଲୁଚାଇଥିବା ପ୍ରାୟ ୨୦ ଲକ୍ଷ ଟଙ୍କା ଉଦ୍ଧାର କରିଥିଲେ। ଏନେଇ ସେ ଏସ୍‌ପିଙ୍କୁ ରିପୋର୍ଟ କରିଥିଲେ। ପୂରା ଘଟଣା ସଂପର୍କରେ ତଦନ୍ତ ରିପୋର୍ଟ ପାଇବା ପରେ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଥିଲେ ଏସପି। ସତ୍ୟାସତ୍ୟ ଜାଣିବା ପରେ ରାଜ୍ୟ ସରକାର ହୃଷିକେଶଙ୍କୁ ନିଲମ୍ୱନ କରିଛନ୍ତି। ଯେଉଁଥିରୁ ଏସଡିପିଓ ଦାୟିତ୍ୱରେ ଥିବା ହୃଷିକେଶ ମିଛୁଆ ପ୍ରମାଣିତ ହୋଇଛନ୍ତି।

Related story