ଧାମରା ବନ୍ଦର ସମ୍ପ୍ରସାରଣର ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

Ordigital Desk
  • Published: Saturday, 07 April 2018
  • , Updated: 07 April 2018, 10:30 PM IST
<p>ଭଦ୍ରକ: ଧାମରା ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣର ଶୁଭ ଉଦ୍&zwnj;ଘାଟନ ହୋଇଛି। ବନ୍ଦର ସମ୍ପ୍ରସାରଣ କାର୍ଯ୍ୟର ଉଦ୍&zwnj;ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଧାମରା ବନ୍ଦରରେ ବୃହତ ମାଲ୍&zwnj;ବାହୀ ଏବଂ ଫର୍ଟିଲାଇଜର ବର୍ଥର ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଧାମରା ବନ୍ଦର ଯୋଗୁ ରାଜ୍ୟରେ ସଙ୍କଟ ଦୂରୀଭୂତ ହେବା ସହିତ କୃଷିର ବିକାଶ ହୋଇଛି। ଏଥିସହିତ ଯୁବକଯୁବତୀଙ୍କ ଲାଗି ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ଭଦ୍ରକରେ ଅଦାନୀ ଡିଏଭି ପବ୍ଲିକ ସ୍କୁଲର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ।</p>

Related story