ବିଧାନସଭାରେ ଉଠିଲା ବିହନ ଯୋଗାଣରରେ ଅନିୟମିତତା ପ୍ରସଙ୍ଗ; କୃଷିମନ୍ତ୍ରୀ କହିଲେ ପୂର୍ବରୁ ହୋଇ ନ ଥିଲା ଅଭିଯୋଗ

ଭୁବନେଶ୍ୱର: ବିହନ ଯୋଗାଣରେ ଅନିୟମିତତା ନେଇ ବିଧାନସଭା ପ୍ରଶ୍ନକାଳରେ ସରଗରମ ଆଲୋଚନା। ସମ୍ୱଲପୁରରେ ଚାଷୀଙ୍କୁ ନିମ୍ନ ମାନର ଧାନ ବିହନ ଯୋଗଣ ହୋଇଥିବା ନେଇ କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକ ପ୍ରଶ୍ନ କାଳରେ କ୍ଷୋଭ ପ୍ରକାଶ କରିଥିଲେ। କୁଚିଣ୍ଡାର ପାରୁଆଭାଡି ଓ କେସେହିବାଲରେ ନିମ୍ନ ମାନର ଧାନ ବିହନ ଯୋଗାଣ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଧାନ ବିହନ ଯୋଗାଣ ନେଇ ସରକାର କିଛି ପ୍ରାଇଭେଟ ସଂସ୍ଥାକୁ ଅନୁମତି ଦେଇଥିବାବେଳେ, ଏଥିରେ ଅନିୟମିତତା ହୋଇଥିବା ସେ […]

pradeepmaharathee

Rakesh Mallick
  • Published: Wednesday, 09 December 2015
  • , Updated: 09 December 2015, 08:42 AM IST

ଭୁବନେଶ୍ୱର: ବିହନ ଯୋଗାଣରେ ଅନିୟମିତତା ନେଇ ବିଧାନସଭା ପ୍ରଶ୍ନକାଳରେ ସରଗରମ ଆଲୋଚନା। ସମ୍ୱଲପୁରରେ ଚାଷୀଙ୍କୁ ନିମ୍ନ ମାନର ଧାନ ବିହନ ଯୋଗଣ ହୋଇଥିବା ନେଇ କୁଚିଣ୍ଡା ବିଧାୟକ ରବି ନାରାୟଣ ନାୟକ ପ୍ରଶ୍ନ କାଳରେ କ୍ଷୋଭ ପ୍ରକାଶ କରିଥିଲେ। କୁଚିଣ୍ଡାର ପାରୁଆଭାଡି ଓ କେସେହିବାଲରେ ନିମ୍ନ ମାନର ଧାନ ବିହନ ଯୋଗାଣ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଧାନ ବିହନ ଯୋଗାଣ ନେଇ ସରକାର କିଛି ପ୍ରାଇଭେଟ ସଂସ୍ଥାକୁ ଅନୁମତି ଦେଇଥିବାବେଳେ, ଏଥିରେ ଅନିୟମିତତା ହୋଇଥିବା ସେ ଅଭିଯୋଗ କରିଛନ୍ତି। ସନାପାଲିରେ ମଧ୍ୟ ଚାଷୀଙ୍କୁ ନିମ୍ନ ମାନର ବିହନ ପ୍ରିଦାନ କରାଯାଇଥିବା ଖଡିଆଳ ବିଧାୟକ ଦୁର୍ଯୋଧନ ମାଝୀ ଅଭିଯୋଗ କରିଥିଲେ। ତେବେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ, ଏନେଇ ପୂର୍ବରୁ କୌଣସି ଅଭିଯୋଗ ଆସିନହିଁ। ଏସବୁ ଅଭିଯୋଗ ଆସିବା ପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ।

Related story