ପରିବହନ ଅଧିକାରୀଙ୍କୁ ୨ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଦଣ୍ଡିତ କଲେ କଂସ

ବରଗଡ଼(ଦୀପକ ଶର୍ମା): ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ଼ ସହର। ମହାରାଜା କଂସଙ୍କ ରାଜୁତିରେ ଥରହର ମଥୁରା ନଗରୀ। ଆଜି ମହାରାଜା କଂସ ନଗର ଭ୍ରମଣ ବେଳେ ବସ୍‌ଷ୍ଟାଣ୍ଡ ଓ ମୋ ବସ୍‌ ଚଳାଚଳର ତଦାରଖ କରିଥିଲେ। ହାତୀ ପିଠିରୁ ଓହ୍ଲାଇ ମୋ ବସ୍‌ ଭିତରକୁ ଯାଇ ଯାତ୍ରୀଙ୍କଠାରୁ ଶୁଣିଥିଲେ ସୁବିଧା ଓ ଅସୁବିଧାର ଗୁହାରୀ। ବସ ଷ୍ଟାଣ୍ଡରେ ମହିଳାଙ୍କ ପାଇଁ ଶୌଚାଳୟ ନଥିବା ଶୁଣିବା ପରେ ବିରକ୍ତି ପ୍ରକାଶ କରିବା ସହ ପରିବହନ ଅଧିକାରୀଙ୍କୁ ୨ ଲକ୍ଷ […]

dhanu-jatra-2nd-day

Manoranjan Sial
  • Published: Wednesday, 01 January 2020
  • , Updated: 01 January 2020, 09:23 PM IST

ବରଗଡ଼(ଦୀପକ ଶର୍ମା): ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ଼ ସହର। ମହାରାଜା କଂସଙ୍କ ରାଜୁତିରେ ଥରହର ମଥୁରା ନଗରୀ। ଆଜି ମହାରାଜା କଂସ ନଗର ଭ୍ରମଣ ବେଳେ ବସ୍‌ଷ୍ଟାଣ୍ଡ ଓ ମୋ ବସ୍‌ ଚଳାଚଳର ତଦାରଖ କରିଥିଲେ। ହାତୀ ପିଠିରୁ ଓହ୍ଲାଇ ମୋ ବସ୍‌ ଭିତରକୁ ଯାଇ ଯାତ୍ରୀଙ୍କଠାରୁ ଶୁଣିଥିଲେ ସୁବିଧା ଓ ଅସୁବିଧାର ଗୁହାରୀ। ବସ ଷ୍ଟାଣ୍ଡରେ ମହିଳାଙ୍କ ପାଇଁ ଶୌଚାଳୟ ନଥିବା ଶୁଣିବା ପରେ ବିରକ୍ତି ପ୍ରକାଶ କରିବା ସହ ପରିବହନ ଅଧିକାରୀଙ୍କୁ ୨ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରାରେ ଦଣ୍ଡିତ କରିଥିଲେ। ଏହାସହ ତୁରନ୍ତ ଶୌଚାଳୟ ଓ ବିଶ୍ରାମାଗାର ନିର୍ମାଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ଆଜି ଧନୁଯାତ୍ରାର ଦ୍ୱିତୀୟ ଦିନରେ ରଙ୍ଗମହଲ ଉଦ୍‌ଘାଟନ ହୋଇଛି। ମଥୁରା କାରାଗାରରେ ପ୍ରଭୁ ଶ୍ରୀକୃଷ୍ଣ ଜନ୍ମ ନେଇଛନ୍ତି। ଏହାପରେ ଶ୍ରୀକୃଷ୍ଣଙ୍କୁ ନେଇ ବସୁଦେବ ଗୋପପୁରକୁ ଯିବେ। ତେଣୁ ଗୋପପୁର ସାଜିଥିବା ଅମ୍ୱାପାଲି ଉତ୍ସବ ମୁଖର ହୋଇଛି। ଅମ୍ୱାପାଲି ଗାଁ ଲୋକେ ନିଜ ଘର କାନ୍ଥକୁ ସୁସଜ୍ଜିତ କରିଛନ୍ତି।

Related story