ଧର୍ମଗଡ: ଇଷ୍ଟଦେବୀ ମା’ ଲଙ୍କେଶ୍ୱରୀଙ୍କଠାରେ ହେଲା ଖଣ୍ଡାବସା

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରର ଇଷ୍ଟ ଦେବୀ ମା’ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଉତ୍ସବ ବା ବିଜୟ ଯାତ୍ରା ଧୂମଧାମରେ ପାଳିତ ହୋଇଛି । ମା’ଙ୍କଠାରେ ଖଣ୍ଡାବସା ଉତ୍ସବ ହେବ ପରେ ଜିଲ୍ଲାରେ ଆରମ୍ଭ ହୋଇଥାଏ ପାର୍ବଣ ଋତୁ । ପଶ୍ଚିମ ଓଡ଼ିଶାରେ ମା’ ଲଙ୍କେଶ୍ୱରୀଙ୍କ ପୀଠ ଏକ ପ୍ରମୁଖ ଶକ୍ତି ପୀଠ । ଇତିହାସ ଅନୁସାରେ ପୂର୍ବରୁ କଳାହାଣ୍ଡିକୁ ଗଙ୍ଗ ବଂଶର ରାଜାମାନେ ଶାସନ କରୁଥିଲେ । ମୁଳାଷ୍ଟମୀରେ ଏହି ବଂଶର ରାଜାମାନେ ବିଭିନ୍ନ […]

dharmagarh

Rakesh Mallick
  • Published: Monday, 05 October 2015
  • , Updated: 05 October 2015, 12:29 PM IST

ଧର୍ମଗଡ: କଳାହାଣ୍ଡି ଜିଲ୍ଲା ଜୁନାଗଡ ସହରର ଇଷ୍ଟ ଦେବୀ ମା’ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ଉତ୍ସବ ବା ବିଜୟ ଯାତ୍ରା ଧୂମଧାମରେ ପାଳିତ ହୋଇଛି । ମା’ଙ୍କଠାରେ ଖଣ୍ଡାବସା ଉତ୍ସବ ହେବ ପରେ ଜିଲ୍ଲାରେ ଆରମ୍ଭ ହୋଇଥାଏ ପାର୍ବଣ ଋତୁ ।

ପଶ୍ଚିମ ଓଡ଼ିଶାରେ ମା’ ଲଙ୍କେଶ୍ୱରୀଙ୍କ ପୀଠ ଏକ ପ୍ରମୁଖ ଶକ୍ତି ପୀଠ । ଇତିହାସ ଅନୁସାରେ ପୂର୍ବରୁ କଳାହାଣ୍ଡିକୁ ଗଙ୍ଗ ବଂଶର ରାଜାମାନେ ଶାସନ କରୁଥିଲେ । ମୁଳାଷ୍ଟମୀରେ ଏହି ବଂଶର ରାଜାମାନେ ବିଭିନ୍ନ ରାଜ୍ୟ ଜୟ କରି ବିଜୟ ଯାତ୍ରା ସହ ଆସି ପାଟ ଖଣ୍ଡାକୁ ମା’ ଲଙ୍କେଶ୍ୱରୀଙ୍କ ପାଖରେ ରଖି ପୂଜା କରୁଥିଲେ । ଏହାକୁ ଖଣ୍ଡାବସା ପୂଜା କୁହାଯାଉଥିଲା । ସେବେଠାରୁ ଏହା ପାଳିତ ହୋଇ ଆସୁଛି । ଏକ ବିରାଟ ଶୋଭାଯାତ୍ରାରେ ୨ଟି ପାଟଖଣ୍ଡାକୁ ମନ୍ଦିର ପୂଜକ ଧରି ବଙ୍ଗଲାର ଏକ ଅସ୍ଥାୟୀ କୁଟିରକୁ ଆସିଥାନ୍ତି। ଏଠାରେ ରାଜାଙ୍କ ସୁନାରି ସେବକ ପାଟଖଣ୍ଡାକୁ ସଫା ବା ମାର୍ଜନା କରି ପୁଣି ଥରେ ମନ୍ଦିରକୁ ବିରାଟ ଶୋଭାଯାତ୍ରାରେ ବିରବାଦ୍ୟ ଘୁମୁରା ସହ ଯାଇଥାନ୍ତି । ସେଠାରେ କଳାହାଣ୍ଡି ମହାରାଜ ନିଜ ପାରିଷଦ ବର୍ଗଙ୍କ ସହିତ ଆସି ମା’ ଲଙ୍କେଶ୍ୱରୀଙ୍କ ପାଖରେ ପାଟଖଣ୍ଡାକୁ ରଖି ପୂଜାର୍ଚ୍ଚନା କରିଥାନ୍ତି।

ଜୁନାଗଡଠାରେ ଖଣ୍ଡାବସା ଉତ୍ସବ ହେବା ଦିନଠାରୁ ଦଶହରା ପର୍ବ ପାଳନ ଆରମ୍ଭ ହୋଇଥାଏ । ସବୁ ଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗିବା ରହିଥିଏ । ଏପରି କି ଯାତ୍ରାକୁ ଆକର୍ଷିତ କରିବା ପାଇଁ ଜୁନାଗଡ ଏନଏସି ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଥାଏ । ବିଧାୟକ ଦିବ୍ୟଶଙ୍କର ମିଶ୍ର ଖଣ୍ଡାବସା ଉତ୍ସବରେ ଯୋଗଦେଇଥିଲେ । ଏହି ଯାତ୍ରାକୁ ଆହୁରି ଆକର୍ଷିତ କରିବାକୁ ସରକାର ପଦକ୍ଷେପ ନେବାକୁ ସେ କହିଛନ୍ତି । ଉତ୍ସବ ଲାଗି ପ୍ରଶାସନ ତରଫରୁ ଜଣେ ମାଜିଷ୍ଟ୍ରେଟଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା।

Related story