ଛତିଶଗଡ଼ ଉପରେ ବର୍ଷିଲେ ଧର୍ମେନ୍ଦ୍ର

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ମହାନଦୀ ପାଣିକୁ ଅଟକାଇ ରଖୁଛି ଛତିଶଗଡ଼। ନଦୀର ଉପର ମୁଣ୍ଡରେ ପାଣି ରଖି ଶିଳ୍ପସଂସ୍ଥାକୁ ପାଣି ଯୋଗାଇ ଦେଉଛନ୍ତି ଛତିଶଗଡ଼ ସରକାର। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଏମିତି ଢଙ୍ଗରେ ପଡ଼ୋଶୀ ରାଜ୍ୟ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର।

ସେ କହିଛନ୍ତି ଯେ, ମହାନଦୀ ଉପର ମୁଣ୍ଡରୁ ଯେତିକି ପାଣି ଆସିବା କଥା ଆସୁନାହିଁ। ଛତିଶଗଡ଼ ବଳପୂର୍ବକ ପାଣିକୁ ଅଟକାଇ ରଖୁଛି। ଫଳରେ ଅଣ ମୌସୁମୀ ଋତୁରେ ମହାନଦୀ ତଳ ମୁଣ୍ଡକୁ ପାଣି ଆସୁନି। ତେବେ ଛତିଶଗଡ଼ ସରକାର ଉପରେ ଚାପ ପକାଇ ଆମେ ପାଣି ଛଡାଇ ଆଣିବା ଦରକାର।

ଧର୍ମେନ୍ଦ୍ର କହିଛନ୍ତି, ଏ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ସହିତ ଆଦୌ ସାଲିସ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ, ଆମେ ସହଯୋଗ କରିବୁ।

ଓଡ଼ିଶା ସରକାରଙ୍କୁ ମଧ୍ୟ ସମାଲୋଚନା କରି ସେ କହିଛନ୍ତି ଯେ ରାଜ୍ୟ ସରକାର ହୀରାକୁଦର ତଳ ମୁଣ୍ଡରେ ବୁନ୍ଦାଏ ପାଣି ରଖିବାର ବ୍ୟବସ୍ଥା କରିନାହାନ୍ତି। ଛତିଶଗଡ଼ ଭଳି ଓଡ଼ିଶା ସରକାର ମଧ୍ୟ ଶିଳ୍ପକୁ ପାଣି ଦେଉଛନ୍ତି।

ଧର୍ମେନ୍ଦ୍ର  କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ଆଜି ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏସବୁ କଥା କହିଥିଲେ।

Ordigital Desk
• Published: Sunday, 10 June 2018
• Updated: 10 June 2018, 02:25 PM IST

Sports

Latest News

ସମ୍ବଲପୁର (ଓଡ଼ିଶା ରିପୋର୍ଟର): ମହାନଦୀ ପାଣିକୁ ଅଟକାଇ ରଖୁଛି ଛତିଶଗଡ଼। ନଦୀର ଉପର ମୁଣ୍ଡରେ ପାଣି ରଖି ଶିଳ୍ପସଂସ୍ଥାକୁ ପାଣି ଯୋଗାଇ ଦେଉଛନ୍ତି ଛତିଶଗଡ଼ ସରକାର। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଆଜି ଏମିତି ଢଙ୍ଗରେ ପଡ଼ୋଶୀ ରାଜ୍ୟ ଉପରେ ବର୍ଷିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧର୍ମେନ୍ଦ୍ର।

ସେ କହିଛନ୍ତି ଯେ, ମହାନଦୀ ଉପର ମୁଣ୍ଡରୁ ଯେତିକି ପାଣି ଆସିବା କଥା ଆସୁନାହିଁ। ଛତିଶଗଡ଼ ବଳପୂର୍ବକ ପାଣିକୁ ଅଟକାଇ ରଖୁଛି। ଫଳରେ ଅଣ ମୌସୁମୀ ଋତୁରେ ମହାନଦୀ ତଳ ମୁଣ୍ଡକୁ ପାଣି ଆସୁନି। ତେବେ ଛତିଶଗଡ଼ ସରକାର ଉପରେ ଚାପ ପକାଇ ଆମେ ପାଣି ଛଡାଇ ଆଣିବା ଦରକାର।

ଧର୍ମେନ୍ଦ୍ର କହିଛନ୍ତି, ଏ ପ୍ରସଙ୍ଗରେ ଓଡ଼ିଶାର ସ୍ୱାର୍ଥ ସହିତ ଆଦୌ ସାଲିସ କରାଯିବ ନାହିଁ। ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ, ଆମେ ସହଯୋଗ କରିବୁ।

ଓଡ଼ିଶା ସରକାରଙ୍କୁ ମଧ୍ୟ ସମାଲୋଚନା କରି ସେ କହିଛନ୍ତି ଯେ ରାଜ୍ୟ ସରକାର ହୀରାକୁଦର ତଳ ମୁଣ୍ଡରେ ବୁନ୍ଦାଏ ପାଣି ରଖିବାର ବ୍ୟବସ୍ଥା କରିନାହାନ୍ତି। ଛତିଶଗଡ଼ ଭଳି ଓଡ଼ିଶା ସରକାର ମଧ୍ୟ ଶିଳ୍ପକୁ ପାଣି ଦେଉଛନ୍ତି।

ଧର୍ମେନ୍ଦ୍ର  କେନ୍ଦ୍ର ସରକାରଙ୍କ ୪ ବର୍ଷ ପୂର୍ତ୍ତି ଅବସରରେ ଆଜି ସମ୍ବଲପୁରରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏସବୁ କଥା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos