ବିଜେପୁର ଉପନିର୍ବାଚନ: ବିଜେପି ପାଇଁ ଆଜି ପ୍ରଚାର କରିବେ ଧର୍ମେନ୍ଦ୍ର ପ୍ରଧାନ

Ordigital Desk
  • Published: Sunday, 11 February 2018
  • , Updated: 11 February 2018, 09:11 AM IST
<p>ବରଗଡ଼(ଓଡ଼ିଶା ରିପୋର୍ଟର): ବିଜେପୁର ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳର ପ୍ରଚାର ଲଢ଼େଇ ଜୋରଦାର ଚାଲିଛି। ଆଜି ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଗତକାଲି ବିଜେପି ଗାଈସିଲାଟ ମାହାରପାଲିକୁ ଯାଇ ପ୍ରଚାର କରିଥିଲା। ସେହିପରି ଆଗଲପୁରରେ ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଥିଲେ ଦଳୀୟ କର୍ମୀ ଓ ନେତା।</p> <p>ଅନ୍ୟପକ୍ଷରେ ଗତକାଲିଠୁ ପ୍ରଚାର ମୈଦାନକୁ ଓହ୍ଲାଇଛି କଂଗ୍ରେସ। କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ବରପାଲିରୁ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି। ବରପାଲି ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ ପ୍ରଣୟ ପ୍ରଚାର ଆରମ୍ଭ କରିଥିଲେ।</p>

Related story