ନୂଆଦିଲ୍ଲୀ: ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ଲାଗି ଶପଥ ନେବା ସହ ୫୭ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲେ। ଏମାନଙ୍କ ମଧ୍ୟରେ ୨୪ ଜଣ କ୍ୟାବିନେଟ୍ ,୨୪ ଜଣ ରାଷ୍ଟ୍ରମନ୍ତ୍ରୀ ଓ ୯ ଜଣ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ ମଧ୍ୟ ଶପଥ ନେଇଛନ୍ତି।
ତେବେ ଆଜି ମନ୍ତ୍ରୀ ମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ କ୍ୟାବିନେଟ ମନ୍ତ୍ରୀ ଭାବେ ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ନୂଆ କରି ଓଡ଼ିଶାରୁ ରାଷ୍ଟ୍ରମନ୍ତ୍ରୀ ଭାବେ ସ୍ଥାନ ପାଇଥିବା ପ୍ରତାପ ଷଡ଼ଙ୍ଗୀଙ୍କୁ ଏମଏସଏମଇ ଓ ପ୍ରାଣୀ,ଗୋ ଓ ମତ୍ସ୍ୟ ସମ୍ପଦର ବିଭାଗର ଦାୟିତ୍ୱ ମିଳିଛି। ତେବେ ନିମ୍ନରେ ଦିଆଯାଇଥିବା ପୂରା ତାଲିକା ପଢ଼ନ୍ତୁ ।
କ୍ୟାବିନେଟ ମନ୍ତ୍ରୀ
ଅମିତ ଶାହ -ଗୃହ ମନ୍ତ୍ରୀ
ରାଜନାଥ ସିଂହ - ପ୍ରତିରକ୍ଷା ମନ୍ତ୍ରୀ
ନିର୍ମଳା ସୀତାରମଣ - ଅର୍ଥମନ୍ତ୍ରୀ
ଏସ୍ ଜୟଶଙ୍କର - ବୈଦେଶିକ ବ୍ୟାପାର ମନ୍ତ୍ରୀ
ନୀତୀନ ଗଡ଼କରୀ - ସଡ଼କ ପରିବହନ, ରାଜପଥ, MSM ମନ୍ତ୍ରୀ
ଡିଭି ସଦାନନ୍ଦ ଗୌଡ଼ା - ସାର ଓ ରସାୟନ ମନ୍ତ୍ରୀ
ରାମବିଳାସ ପାଶ୍ୱାନ - ଖାଦ୍ୟ ଯୋଗାଣ ମନ୍ତ୍ରୀ
ନରେନ୍ଦ୍ର ସିଂ ତୋମାର - କୃଷି, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ମନ୍ତ୍ରୀ
ରବି ଶଙ୍କର ପ୍ରସାଦ- ଆଇନ, ଯୋଗାଯୋଗ, ସୂଚନା ପ୍ରଯୁକ୍ତି ମନ୍ତ୍ରୀ
ହର୍ସିମିରତ କୌର ବାଦଲ- ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ଥାୱରଚନ୍ଦ ଗେହଲଟ - ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ରମେଶ ପୋଖରିଆଲ ନିଶଙ୍କ- ମାନବ ସମ୍ବଳ ବିକାଶ ମନ୍ତ୍ରୀ
ଅର୍ଜୁନ ମୁଣ୍ଡା - ଆଦିବାସୀ ବ୍ୟାପାର ମନ୍ତ୍ରୀ
ସ୍ମୃତି ଇରାନୀ - ମହିଳା ଓ ଶିଶୁ ବିକାଶ, ବୟନଶିଳ୍ପ ମନ୍ତ୍ରୀ
ଡ. ହର୍ଷବର୍ଦ୍ଧନ -ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ
ଧର୍ମେନ୍ଦ୍ର ପ୍ରଧାନ- ପେଟ୍ରୋଲିୟମ, ଇସ୍ପାତ ମନ୍ତ୍ରୀ
ପୀୟୂଷ ଗୋଏଲ - ରେଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ
ମୁକ୍ତାର ଆବାସ ନକଭି- ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
ପ୍ରହ୍ଲାଦ ଯୋଶୀ- ସଂସଦୀୟ ବ୍ୟାପାର, କୋଇଲା ଏବଂ ଖଣି ମନ୍ତ୍ରୀ
ମହେନ୍ଦ୍ର ନାଥ ପାଣ୍ଡେ- ଦକ୍ଷତା ବିକାଶ ଏବଂ ଉଦ୍ୟୋଗୀକରଣ ମନ୍ତ୍ରୀ
ଅରବିନ୍ଦ ସାୱନ୍ତ - ଭାରି ଶିଳ୍ପ ଏବଂ ସାଧାରଣ ଉଦ୍ୟୋଗ ମନ୍ତ୍ରୀ
ଗିରିରାଜ ସିଂହ- ପ୍ରାଣୀ ସଂପଦ ଏବଂ ମତ୍ସ୍ୟ ସମ୍ପଦ ମନ୍ତ୍ରୀ
ଗଜେନ୍ଦ୍ର ସିଂ ଶେଖାୱତ - ଜଳ ଶକ୍ତି ମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ)
ସନ୍ତୋଷ ଗଙ୍ଗୱାର - ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ
ରାଓ ଇନ୍ଦ୍ରଜିତ ସିଂହ- ପରିସଂଖ୍ୟାନ ଓ କାର୍ଯ୍ୟାନ୍ୱୟନ ଯୋଜନା ମନ୍ତ୍ରୀ
ଶ୍ରୀପଦ ନାଏକ- ପ୍ରତିରକ୍ଷା, ଆୟୁର୍ବେଦ, ଯୋଗ, ହୋମିଓପାଥି ମନ୍ତ୍ରୀ
ଜିତେନ୍ଦ୍ର ସିଂହ - PMO, ଉତ୍ତରପୂର୍ବାଞ୍ଚଳ ଉନ୍ନୟନ, ପରମାଣୁ ଶକ୍ତି ମନ୍ତ୍ରୀ
କିରେନ ରିଜିଜୁ - ଯୁବ ବ୍ୟାପାର ଏବଂ କ୍ରୀଡ଼ା, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ
ପ୍ରହଲ୍ଲାଦ ସିଂ ପଟେଲ- ସଂସ୍କୃତି, ପର୍ଯ୍ୟଟନ ମନ୍ତ୍ରୀ
ରାଜକୁମାର ସିଂହ - ଶକ୍ତି, ଅକ୍ଷୟ ଶକ୍ତି, ଦକ୍ଷତା ବିକାଶ ମନ୍ତ୍ରୀ
ହରଦୀପ ସିଂ ପୁରୀ - ଗୃହ ନିର୍ମାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ
ହରଦୀପ ସିଂହ ପୁରୀ- ବେସାମରିକ ବିମାନ ଚଳାଚଳ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ
ମନସୁଖଲାଲ ମାଣ୍ଡଭିୟ- ଜାହାଜ ଚଳାଚଳ, ସାର ଓ ରସାୟନ ମନ୍ତ୍ରୀ
ରାଷ୍ଟ୍ରମନ୍ତ୍ରୀ
ଫଗନ ସିଂ କୁଲସ୍ତେ - ଇସ୍ପାତ ମନ୍ତ୍ରୀ
ଅଶ୍ୱିନୀ କୁମାର ଚୌବେ - ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
ଅର୍ଜୁନ ରାମ ମେଘୱାଲ - ସଂସଦୀୟ ବ୍ୟାପାର, ଭାରିଶିଳ୍ପ ମନ୍ତ୍ରୀ
ଜେନେରାଲ ଭିକେ ସିଂହ - ପରିବହନ ଓ ରାଜପଥ ମନ୍ତ୍ରୀ
କ୍ରୀଷ୍ଣନପାଲ୍ ଗୁର୍ଜର - ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ଦାନଭେ ରାଓସାହେବ ଦାଦାରାଓ- ଖାଦ୍ୟ ଯୋଗାଣ ମନ୍ତ୍ରୀ
ଜି. କିଶନ ରେଡ୍ଡୀ - ଗୃହ ମନ୍ତ୍ରୀ
ପରଷୋତ୍ତମ ରୁପାଲା- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
ରାମଦାସ ଆଠୱାଲେ -ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ସାଧ୍ୱୀ ନିରଞ୍ଜନ ଜ୍ୟୋତି - ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ବାବୁଲ ସୁପ୍ରିଓ - ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ
ସଂଜୀବ ବାଲିଆନ - ପ୍ରାଣୀ ସଂପଦ, ଗୋପାଳନ ଓ ମତ୍ସ୍ୟ ସଂପଦ ମନ୍ତ୍ରୀ
ଧୋତ୍ରେ ସଂଜୟ ସାମରାଓ - ମାନବ ସମ୍ବଳ ବିକାଶ, ଯୋଗାଯୋଗ ମନ୍ତ୍ରୀ
ଅନୁରାଗ ଠାକୁର - ଅର୍ଥ, କର୍ପୋରେଟ ବ୍ୟାପାର ମନ୍ତ୍ରୀ
ସୁରେଶ ଅଙ୍ଗାଡ଼ି - ରେଳ ମନ୍ତ୍ରୀ
ନିତ୍ୟାନନ୍ଦ ରାୟ - ଗୃହ ମନ୍ତ୍ରୀ
ରତନ ଲାଲ କାଟାରିଆ - ଜଳ ଶକ୍ତି, ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରୀ
ଭି. ମୁରଲୀଧରନ - ବୈଦେଶିକ ବ୍ୟାପାର, ସଂସଦୀୟ ବ୍ୟାପାର ମନ୍ତ୍ରୀ
ରେଣୁକା ସିଂହ ସାରୁତା - ଆଦିବାସୀ ବ୍ୟାପାର ମନ୍ତ୍ରୀ
ସୋମ ପ୍ରକାଶ - ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ
ରାମେଶ୍ୱର ତେଲି ହେଲେ - ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ
ପ୍ରତାପ ଷଡ଼ଙ୍ଗୀ - MSME, ପ୍ରାଣୀ ଓ ଗୋ , ମତ୍ସ୍ୟ ସଂପଦ ମନ୍ତ୍ରୀ
କୈଳାସ ଚୌଧୁରୀ- କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ
ଦେବଶ୍ରୀ ଚୌଧୁରୀ - ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ