ରାହୁଲଙ୍କୁ ଜବାବ ଦେଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଛନ୍ତି। ଭାରତରେ ଅବାସ୍ତବ ଗଣତନ୍ତ୍ର ନେଇ ରାହୁଲଙ୍କ ମନ୍ତବ୍ୟରେ ଧର୍ମେନ୍ଦ୍ର ବର୍ଷିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, ମୁଁ ମଧ୍ୟ ଏକମତ ଯେ ଏକଦା ଭାରତରେ ଗଣତନ୍ତ୍ର ବୋଲି କିଛି ନ ଥିଲା। ମାତ୍ର ଜରୁରୀକାଳୀନ ସ୍ଥିତିର ସେହି କଳା ଦିନ ଶେଷ ହୋଇଛି। କଂଗ୍ରେସ ଅନେକ ଥର ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଉପହାସ କରିଛି । ବଂଶଗତ ଭାବେ […]

7nm

7nm

Tapas Behera
  • Published: Thursday, 24 December 2020
  • Updated: 24 December 2020, 04:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମାଲୋଚନା କରିଛନ୍ତି। ଭାରତରେ ଅବାସ୍ତବ ଗଣତନ୍ତ୍ର ନେଇ ରାହୁଲଙ୍କ ମନ୍ତବ୍ୟରେ ଧର୍ମେନ୍ଦ୍ର ବର୍ଷିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ଯେ, ମୁଁ ମଧ୍ୟ ଏକମତ ଯେ ଏକଦା ଭାରତରେ ଗଣତନ୍ତ୍ର ବୋଲି କିଛି ନ ଥିଲା। ମାତ୍ର ଜରୁରୀକାଳୀନ ସ୍ଥିତିର ସେହି କଳା ଦିନ ଶେଷ ହୋଇଛି। କଂଗ୍ରେସ ଅନେକ ଥର ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଉପହାସ କରିଛି । ବଂଶଗତ ଭାବେ କ୍ଷମତା ଉପଭୋଗକାରୀଙ୍କ ପାଇଁ ବିସ୍ମିତ ହେବାର ନାହିଁ । ସେମାନଙ୍କ କଥାରେ ଆମ ଗଣତନ୍ତ୍ର ନ ଚାଲିଲେ ଏପରି ଆରୋପ ନୂଆ ନୁହେଁ। ସେମାନଙ୍କ ପାଇଁ ଏହି ଅଭ୍ୟାସ ପରିତ୍ୟାଗ କରିବା କଷ୍ଟକର ବ୍ୟାପାର। ମାତ୍ର ଭାରତ ସାରା ବିଶ୍ୱକୁ ଅନେକ ଶିକ୍ଷା ଦେଇଛି ସେମାନେ ବି ଶିଖନ୍ତୁ ବୋଲି ଧର୍ମେନ୍ଦ୍ର ରିଟ୍ୱିଟ୍‌ କରି କହିଛନ୍ତି।

https://twitter.com/dpradhanbjp/status/1342044346036543488?s=20

ରାହୁଲ ଗାନ୍ଧି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି କୃଷି ଆଇନ ବିରୋଧରେ କଂଗ୍ରେସ ସଂଗ୍ରହ କରିଥିବା ୨ କୋଟି ଲୋକଙ୍କ ସ୍ୱାକ୍ଷର ଥିବା ସ୍ମାରକପତ୍ର ପ୍ରଦାନ କରିଛନ୍ତି। କୃଷି ଆଇନ ଉଚ୍ଛେଦ ନ ହେବା ଯାଏ, ଚାଷୀମାନେ ଦିଲ୍ଲୀ ସୀମାରୁ ଉଠିବେ ନାହିଁ ବୋଲି ରାହୁଲ କହିଛନ୍ତି।

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ରାହୁଲ କହିଛନ୍ତି, ବିରୋଧୀ ଦଳଗୁଡ଼ିକ ଚାଷୀଙ୍କ ସହ ରହିଛନ୍ତି। କୃଷି ଆଇନ ସଂପୂର୍ଣ୍ଣ ପ୍ରତ୍ୟାହାର ନ ହେବା ଯାଏ, ଚାଷୀଙ୍କ ଆନ୍ଦୋଳନ ବନ୍ଦ ହେବନାହିଁ। ଭାରତରେ ବର୍ତ୍ତମାନ ଗଣତନ୍ତ୍ର ଶେଷ ହେବାକୁ ବସିଲାଣି। ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିବାକୁ ଚାହୁଁଛି ଯେ କୃଷି ଆଇନକୁ ସେ ପ୍ରତ୍ୟାହାର କରନ୍ତୁ। ସରକାର ସଂସଦର ଯୁଗ୍ମ ଅଧିବେଶନ ଡାକନ୍ତୁ ଓ ଆଇନକୁ ବାତିଲ କରନ୍ତୁ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos