‘ଏମ୍‌ସିଏଲ୍‌ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଜିଟିଭ ସଂଖ୍ୟା ଦିକୁ ଦିନ ବଢ଼ି ଚାଲିଥିବା ବେଳେ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ବି ଉପରମୁହାଁ ରହିଛି ଗ୍ରାଫ। ଏହି ଜିଲ୍ଲାରୁ ଆଜି ୧୭୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତକାଲି ଏହେ ସଂଖ୍ୟା ଥିଲା ୧୩୬। ଦିନକୁ ଦିନ ଜିଲ୍ଲାରୁ ବହୁ ସଂଖ୍ୟକ ପଜିଟିଭ ରୋଗୀ ବାହାରୁଥିବାରୁ ତାଳଚେରସ୍ଥିତ ଏମ୍‌ସିଏଲ୍‌ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରିବାକୁ  କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ସେ କେନ୍ଦ୍ର […]

Dharmendra-Pradhan

Dharmendra-Pradhan

Niharika Rout
  • Published: Friday, 23 April 2021
  • Updated: 23 April 2021, 12:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପଜିଟିଭ ସଂଖ୍ୟା ଦିକୁ ଦିନ ବଢ଼ି ଚାଲିଥିବା ବେଳେ ଶିଳ୍ପ ସମୃଦ୍ଧ ଅନୁଗୁଳ ଜିଲ୍ଲାରେ ବି ଉପରମୁହାଁ ରହିଛି ଗ୍ରାଫ। ଏହି ଜିଲ୍ଲାରୁ ଆଜି ୧୭୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତକାଲି ଏହେ ସଂଖ୍ୟା ଥିଲା ୧୩୬। ଦିନକୁ ଦିନ ଜିଲ୍ଲାରୁ ବହୁ ସଂଖ୍ୟକ ପଜିଟିଭ ରୋଗୀ ବାହାରୁଥିବାରୁ ତାଳଚେରସ୍ଥିତ ଏମ୍‌ସିଏଲ୍‌ ହସ୍ପିଟାଲକୁ କୋଭିଡ ହସ୍ପିଟାଲରେ ପରିଣତ କରିବାକୁ  କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ନେଇ ସେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ଅନୁଗୁଳ ଜିଲ୍ଲାରେ ବଢୁଥିବା କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ଏମ୍ଏସିଏଲ୍ ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଘୋଷଣା ପାଇଁ ଚିଠରେ  ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଏଥିସହ ହସ୍ପିଟାଲରେ ଖୁବ ଶୀଘ୍ର ICU ସୁବିଧା ସହ ଶହେଟି ଭେଣ୍ଟିଲେଟର ବ୍ୟବସ୍ଥା କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।   ଏମସିଏଲ୍ ହସ୍ପିଟାଲକୁ କୋଭି଼ଡ୍ ହସପିଟାଲ ଭାବେ ଘୋଷଣା କରିବାକୁ  ଧର୍ମେନ୍ଦ୍ର  କେନ୍ଦ୍ର ମନ୍ତ୍ରୀ ଯୋଶୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos