ମଙ୍ଗୁଳି ଜେନାଙ୍କ ହତ୍ୟା ଘଟଣାରେ ଆମେ ସମସ୍ତେ ମର୍ମାହତ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା ଘଟଣାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି। ଟ୍ୱିଟ୍‌ କରି ସେ କହିଛନ୍ତି,“ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଗଣତନ୍ତ୍ର ବାଲାଟ୍‌ର ଲଢ଼େଇ, ବୁଲେଟ୍‌ରେ ନୁହେଁ। ଏହି ଘଟଣା ନେଇ ମୁଁ ପୁଲିସ୍‌ ଡିଜିଙ୍କ ସହ କଥା ହୋଇଛି। ଏଥିସହ ଏହି ଘଟଣା ନେଇ ଆମେ ସମସ୍ତେ ବିଜେପି କର୍ମକର୍ତ୍ତା ମର୍ମାହତ।” ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ଖୋର୍ଦ୍ଧାର ବିଜେପି […]

dharmendra-pradhan

dharmendra-pradhan

Jyoshna Pradhan
  • Published: Monday, 15 April 2019
  • Updated: 15 April 2019, 09:45 AM IST

Sports

Latest News

ଭୁବନେଶ୍ୱର: ଖୋର୍ଦ୍ଧାରେ ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ହତ୍ୟା ଘଟଣାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି।

ଟ୍ୱିଟ୍‌ କରି ସେ କହିଛନ୍ତି,“ ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। ଗଣତନ୍ତ୍ର ବାଲାଟ୍‌ର ଲଢ଼େଇ, ବୁଲେଟ୍‌ରେ ନୁହେଁ। ଏହି ଘଟଣା ନେଇ ମୁଁ ପୁଲିସ୍‌ ଡିଜିଙ୍କ ସହ କଥା ହୋଇଛି। ଏଥିସହ ଏହି ଘଟଣା ନେଇ ଆମେ ସମସ୍ତେ ବିଜେପି କର୍ମକର୍ତ୍ତା ମର୍ମାହତ।”

ସୂଚନାଯୋଗ୍ୟ, ଗତକାଲି ରାତି ପ୍ରାୟ ୧୧ଟା ବେଳେ ଖୋର୍ଦ୍ଧାର ବିଜେପି କାର୍ଯ୍ୟାଳୟ ନିକଟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଜଣେ ଦୁର୍ବୃତ୍ତ ବାଇକରେ ଆସି ମଙ୍ଗୁଳିଙ୍କୁ ଗୁଳିମାଡ଼ କରିଥିବା ସୂଚନା ମିଳିଛି। ରାଜନୈତିକ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos