କୁନ୍ଦୁଲି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଏକତରଫା: ଧର୍ମେନ୍ଦ୍ର

Ordigital Desk
  • Published: Thursday, 08 February 2018
  • , Updated: 08 February 2018, 01:53 PM IST
<p>ଭୁବନେଶ୍ୱର: କୁନ୍ଦୁଲି ଘଟଣାରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଏସ୍&zwnj;ଆଇଟି ତଦନ୍ତ ସୁପାରିଶ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରହିଛନ୍ତି। ଏହି ଘଟଣାରେ ସେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି,&ldquo; ନିଜ ଅସଫଳତା ଲୁଚାଇବାକୁ ନୀବନ ଏସ୍&zwnj;ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହା ଏକତରଫା ନିର୍ଦ୍ଦେଶ, ଏହା ଗ୍ରହଣୀୟ ନୂହେଁ। କୋର୍ଟ ତତ୍ତ୍ୱାବଧାନରେ SIT ଗଠନ କରି ତଦନ୍ତ ହେଉ। ନଚେତ୍ ମାମଲାକୁ ସିବିଆଇ ଦ୍ୱାରା ତଦନ୍ତ କରାଯାଉ। ମାମଲାରେ ଡିଜିପି ପୀଡ଼ିତାଙ୍କୁ ଅର୍ଥ ଯାଚିଥିବା ଅଭିଯୋଗ ହୋଇଛି। ତେଣୁ ମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ତଦନ୍ତ ପରିସରକୁ ଆଣନ୍ତୁ।&rdquo;</p> <p>ଏନେଇ ଧର୍ମେନ୍ଦ୍ର ପ୍ରଧାନ କ&rsquo;ଣ କହୁଛନ୍ତି ଦେଖନ୍ତୁ ଏହି ଭିଡିଓ।</p>

Related story