ଓଡ଼ିଶାରେ ଫସଲ ବୀମା ଦୁର୍ନୀତିର ତଦନ୍ତ ଦାବି କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କ୍ଷତିପୂରଣ ପ୍ରଦାନରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ଆଣି ଏହାର ତୁରନ୍ତ ତଦନ୍ତ କରାଇବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି । ଶ୍ରୀ ପ୍ରଧାନ ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଭେଟିବା ସହ ଏନେଇ ଲିଖିତ ଭାବେ ମଧ୍ୟ ଅବଗତ କରାଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ବରଗଡ଼ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ଓ ବୀମା […]

tomar

tomar

Ordigital Desk
  • Published: Wednesday, 16 November 2022
  • Updated: 16 November 2022, 10:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୧ ଖରିଫ ଋତୁରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା କ୍ଷତିପୂରଣ ପ୍ରଦାନରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତିର ଅଭିଯୋଗ ଆଣି ଏହାର ତୁରନ୍ତ ତଦନ୍ତ କରାଇବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦାବି କରିଛନ୍ତି । ଶ୍ରୀ ପ୍ରଧାନ ଆଜି ନୂଆଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କୁ ଭେଟିବା ସହ ଏନେଇ ଲିଖିତ ଭାବେ ମଧ୍ୟ ଅବଗତ କରାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ବରଗଡ଼ ଜିଲ୍ଲାରେ ସ୍ଥାନୀୟ ପ୍ରଶାସନ ଓ ବୀମା କମ୍ପାନୀ ଏଚଏଫଡିସିର ଚଂଚକତା କାରଣରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବାଟବଣା ହୋଇଛି ବୋଲି ତାଙ୍କ ଚିଠିରେ ଦର୍ଶାଇଛନ୍ତି । ଫସଲ ଅମଳ ପରୀକ୍ଷାରେ ରାଜ୍ୟ ସରକାରଙ୍କ ଅଧିକାରୀମାନଙ୍କ ଚଂଚକତା ଓ ବେସରକାରୀ କମ୍ପାନୀର ପରିଚାଳନା ଉପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ସେ କେନ୍ଦ୍ର କୃଷିମନ୍ତ୍ରୀ ଶ୍ରୀ ତୋମରଙ୍କୁ ଅନୁରୋଧ କରିଛନ୍ତି । ଓଡ଼ିଶା ସରକାରଙ୍କ ଦ୍ୱାରା ଚୟନ କରାଯାଇଥିବା ଏଚଡିଏଫସି ଆର୍ଗୋ ଜେନେରାଲ ଇନ୍ୟୁରାନ୍ସ କମ୍ପାନୀ ମାଧ୍ୟମରେ ୨୦୨୧ ଖରିଫ ଋତୁର ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ବୀମାରାଶିକୁ ପୁଣିଥରେ ସମୀକ୍ଷା କରିବାକୁ ସେ ଅନୁରୋଧ କରିଛନ୍ତି।

ବରଗଡ଼ ଜିଲ୍ଲାର ପାଇକମାଳ, ଝାରବନ୍ଧ, ପଦ୍ମପୁର, ଗାଇସିଲେଟ, ସୋହେଲା ଓ ବିଜେପୁର ବ୍ଲକରେ ୨୦୨୧ ଖରିଫ ଋତୁରେ ମରୁଡ଼ି ପରିସ୍ଥିତି ଯୋଗୁ କ୍ଷୟକ୍ଷତି ହୋଇଥିବା ଚାଷୀର ବୀମା ଅର୍ଥ ଖୁବ୍ କମ୍ ପ୍ରଦାନ କରିବାକୁ ନେଇ ଚାଷୀମାନେ କରିଥିବା ଅଭିଯୋଗ ସମ୍ପର୍କରେ ସେ କେନ୍ଦ୍ର କୃଷି ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ତ୍ରୁଟିପୂର୍ଣ୍ଣ ଫସଲ ଅମଳ ପରୀକ୍ଷା ତଥ୍ୟ ଯୋଗୁ ସ୍ୱଳ୍ପ ବୀମାରାଶି ମିଳିଥିବା ଚାଷୀମାନେ ତାଙ୍କ ପାଖରେ ଅଭିଯୋଗ କରିଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଫସଲ ଅମଳ ପରୀକ୍ଷା ବୈଜ୍ଞାନିକ ପଦ୍ଧତିରେ କରାନଯିବା ରାଜ୍ୟ ସରକାରଙ୍କ ଅଧିକାରୀ ଓ ବୀମା କମ୍ପାନୀ ମଧ୍ୟରେ ଅସାଧୁ ମେଂଟକୁ ପ୍ରମାଣିତ କରୁଛି । ଯାହାଫଳରେ ପଂଚାୟତଗୁଡ଼ିକରେ ୭୬.୫୬% ହାରରେ ବୀମା ରାଶି ମିଳିବା ପରିବର୍ତ୍ତେ ମାତ୍ର ୫ ପ୍ରତିଶତ ବୀମାରାଶି ପ୍ରଦାନ କରାଯାଇଛି । ତେଣୁ ବ୍ୟକ୍ତିଗତ ସ୍ତରରେ ଏହାର ତଦନ୍ତ କରିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ନ୍ୟାୟ ପ୍ରଦାନ କରିବାକୁ ସେ ଅନୁରୋଧ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କ ସୁରକ୍ଷା କବଚ । ଦେଶବ୍ୟାପୀ ପ୍ରାକୃତିକ ବିପର୍ଯ୍ୟୟରେ ପ୍ରଭାବିତ ହୋଇଥିବା ଫସଲ ପାଇଁ ଚାଷୀଙ୍କୁ ୧ଲକ୍ଷ ୨୪ହଜାରରୁ ଅଧିକ ଟଙ୍କା ବୀମାରାଶି ସେମାନଙ୍କ ବ୍ୟାଙ୍କ ଖାତାରେ ଜମା କରାଯାଇ ସାରିଛି । କମ୍ପାନୀ ଓ ରାଜ୍ୟ ସରକାରର ଆକଳନ ଠିକ୍ ରହିଲେ କେନ୍ଦ୍ର ସରକାରରେ ସେହି ବିଷୟରେ ହସ୍ତକ୍ଷେପ କରନ୍ତି ନାହିଁ । ଓଡ଼ିଶାର ଯେବେ ବି ସମସ୍ୟା ଉତ୍ପନ ହୋଇଛି କେନ୍ଦ୍ର ସରକାର ହସ୍ତକ୍ଷେପ କରି ତୁରନ୍ତ ସମାଧାନ କରିବାକୁ ପ୍ରୟାସ କରିଛନ୍ତି । ବରଗଡ଼ ଜିଲ୍ଲାର ଚାଷୀ ସମସ୍ୟାର ସମାଧାନ କରାଯାଇଛି । ରାଜ୍ୟ ସରକାର ବୀମା କମ୍ପାନୀଠାରୁ ହିତାଧିକାରୀଙ୍କ ପଇସା ପ୍ରଦାନ କରନ୍ତୁ । ଚାଷୀଙ୍କ ବିଷୟ ଓ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ରାଜନୀତିକରଣ କରାଯିବା ଉଚିତ୍ ନୁହେଁ । ଭାରତ ସରକାର ସବୁବେଳେ ଚାଷୀଙ୍କ ହିତରେ ପ୍ରତିଶ୍ରୁତିବଦ୍ଧ । ରାଜ୍ୟ ସରକାର ମଧ୍ୟ ପଂଚାୟତସ୍ତରରେ ଫସଲ କ୍ଷୟକ୍ଷତି ନେଇ ପରୀକ୍ଷା କରିବା ସହ କେନ୍ଦ୍ରକୁ ଅବଗତ କରାଇବାକୁ ସେ ପରାମର୍ଶ ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story