ପ୍ଲାଜମା ଦେଲେ କେନ୍ଦ୍ରମନ୍ତ୍ରୀ, କୁଆଡ଼େ ଗଲେ ରାଜ୍ୟର ମନ୍ତ୍ରୀ ଓ ବିଧାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ଲାଜମା ଦାନ ପରେ ରାଜ୍ୟର କରୋନା ସଂକ୍ରମିତ ବିଧାୟକ ଓ ମନ୍ତ୍ରୀମାନଙ୍କ ଉପରେ ଉପରେ ଅନୁରୂପ ଭାବେ ପ୍ଲାଜମା ଦାନ ନେଇ ନୈତିକ ଚାପ ବୃଦ୍ଧି ପାଇଛି। ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କରୋନାରୁ ସୁସ୍ଥ […]

iop-1

iop-1

Tapas Behera
  • Published: Saturday, 03 October 2020
  • Updated: 03 October 2020, 09:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ଲାଜମା ଦାନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ପ୍ଲାଜମା ଦାନ ପରେ ରାଜ୍ୟର କରୋନା ସଂକ୍ରମିତ ବିଧାୟକ ଓ ମନ୍ତ୍ରୀମାନଙ୍କ ଉପରେ ଉପରେ ଅନୁରୂପ ଭାବେ ପ୍ଲାଜମା ଦାନ ନେଇ ନୈତିକ ଚାପ ବୃଦ୍ଧି ପାଇଛି।
ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କରୋନାରୁ ସୁସ୍ଥ ହେବାପରେ ଓଡ଼ିଶା ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବଡ଼ଦାଣ୍ଡରୁ ପ୍ରଣାମ କରି କଟକସ୍ଥିତ ଏସସିବି ମେଡିକାଲ କଲେଜର ପ୍ଲାଜମା ଦାନ କେନ୍ଦ୍ରରେ ପ୍ଲାଜମା ଦେଇଛନ୍ତି। ତାଙ୍କର ପ୍ଲାଜମା ରାଜ୍ୟର ଯେକୌଣସି କରୋନା ସଂକ୍ରମିତଙ୍କ କାମରେ ଆସିପାରିଲେ ତାହା ତାଙ୍କ ପାଇଁ ଆତ୍ମସନ୍ତୋଷର ବିଷୟ ହେବ ବୋଲି କହିଛନ୍ତି।

ଅନ୍ୟପକ୍ଷରେ, ରାଜ୍ୟର ୯ ଜଣ ମନ୍ତ୍ରୀଙ୍କ ସମେତ ପ୍ରାୟ ୫୪ଜଣ ବିଧାୟକ କରୋନା ସଂକ୍ରମିତ ଥିବାବେଳେ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଏବେ ସୁସ୍ଥ ହୋଇସାରିଛନ୍ତି। ଜୁଲାଇ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଏହି ମନ୍ତ୍ରୀମାନଙ୍କୁ ଜିଲ୍ଲା ଆବଣ୍ଟନ କରି କରୋନାରୁ ସୁସ୍ଥ ହେଉଥିବା ଲୋକମାନଙ୍କୁ ପ୍ଲାଜମା ଦାନ ପ୍ରତି ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ। ମନ୍ତ୍ରୀମାନେ ଲୋକମାନଙ୍କୁ ସଚେତନ କରାଇବା ଦୂରର କଥା ନିଜେ କରୋନାରୁ ସୁସ୍ଥ ହେଲାପରେ ବି ପ୍ଲାଜମା ଦାନ ଦିଗରେ ପଦକ୍ଷେପ ନେଇନାହାନ୍ତି। ଅନୁରୂପ ଅବସ୍ଥା ମଧ୍ୟ ବିଧାୟକମାନଙ୍କର। ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ସୂଚନା ଅନୁସାରେ ସେପ୍ଟେମ୍ବର ୨୮ତାରିଖ ସୁଦ୍ଧା ରାଜ୍ୟରେ ୧୭୯୦ଟି ପ୍ଲାଜମା ୟୁନିଟ୍ ପ୍ରସ୍ତୁତ କରାଯାଇଛି। ଏଥିରୁ ୧୩୬୨ ରୋଗୀଙ୍କ ଦେହରେ ପ୍ଲାଜମା ଟ୍ରାନ୍ସଫ୍ୟୁଜନ ହୋଇଛି। ପ୍ଲାଜମା ଗ୍ରହଣ କରି ୪୯୪ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଯାଇଥିବାବେଳେ ୧୬୪ଜଣଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଘଟିଛି। ୪୭୨ଜଣ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।
ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ସେପ୍ଟେମ୍ବର ୨୮ତାରିଖ ମଧ୍ୟରାତ୍ରି ସୁଦ୍ଧା ରାଜ୍ୟରେ ମୋଟ ପ୍ରାୟ ୩୨ଲକ୍ଷ ଲୋକଙ୍କ କୋଭିଡ୍ ନମୂନା ପରୀକ୍ଷା ହୋଇଥିବାବେଳେ ୨.୧୫ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧ଲକ୍ଷ ୭୭ହଜାର ୫୮୫ଜଣ ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ତେବେ ପ୍ରଶ୍ନ ଉଠୁଛି, ଯଦି ରାଜ୍ୟରେ ସୁସ୍ଥ ୮୫ ପ୍ରତିଶତରୁ ଅଧିକ ରହିଛି ତା’ହେଲେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ମଧ୍ୟରେ ପ୍ଲାଜମା ଦାନ ପ୍ରତି ସଚେତନତା ସୃଷ୍ଟି କରିବାରେ ପ୍ରଶାସନ କାହିଁକି ବିଫଳ ରହୁଛି। ୧.୭୭ଲକ୍ଷ ରୋଗୀ ସୁସ୍ଥ ହୋଇଥିବାବେଳେ ମାତ୍ର ୧୭୯୦ଟି ପ୍ଲାଜମା ୟୁନିଟ୍ ପ୍ରସ୍ତୁତ କରାଯାଇଛି।

ତେଣୁ ଏଥିରୁ ସ୍ପଷ୍ଟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜୁଲାଇ ମାସରେ ନିଜର ମନ୍ତ୍ରୀମାନଙ୍କୁ ଦେଇଥିବା ଜିଲ୍ଲା ଦାୟିତ୍ୱ ଓ ବିଭିନ୍ନ ଅବସରରେ ନିଜର ବିଧାୟକମାନଙ୍କୁ କରିଥିବା ଆହ୍ୱାନର କିଛି ବି ପ୍ରଭାବ ଏହି ନେତା ଓ ମନ୍ତ୍ରୀମାନଙ୍କ ଉପରେ ପଡ଼ିନି। ପ୍ରଶାସନ ବି ଅନୁରୂପ ଭାବେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କୁ ପ୍ଲାଜମା ଦାନ ଦିଗରେ ସଚେତନ କରାଇବାରେ ସକ୍ଷମ ହୋଇନି।
ଏବେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱଇଚ୍ଛାରେ ପ୍ଲାଜମା ଦେବାପରେ ହୁଏତ ରାଜନୀତିକ କାରଣରୁ ବିଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କ ମଧ୍ୟରେ ଏନେଇ ପ୍ରତିଯୋଗିତା ବଢ଼ିବ ବୋଲି ଚର୍ଚ୍ଚା ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story