ଢେଙ୍କାନାଳ: ପୁଅକୁ ହତ୍ୟା କରି ବାପାର ଆତ୍ମହତ୍ୟା ଅଭିଯୋଗ

ଢେଙ୍କାନାଳ: ଢେଙ୍କାନାଳରେ  ଅଭାବନୀୟ ଘଟଣା ଘଟିଛି । ପୁଅକୁ ହତ୍ୟା କରି ବାପାର ଆତ୍ମହତ୍ୟା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ସହରର ଗୁଡ଼ିଆନାଳି ଅଞ୍ଚଳରେ। ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ଶକ୍ତି ପ୍ରସାଦ ଆଚାର୍ଯ୍ୟ ନିଜ ୩୨ ବର୍ଷୀୟ ପୁଅକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଅ ବିଧୁ ଭୂଷଣ ଆଚାର୍ଯ୍ୟ ମାନସିକ ରୋଗୀ ଥିଲେ। ତେଣୁ ତାଙ୍କ ଚିକିତ୍ସାରେ ଅତିଷ୍ଠ ହୋଇ […]

dhenkanal-hatyakand

Rakesh Mallick
  • Published: Sunday, 31 May 2015
  • , Updated: 31 May 2015, 09:44 AM IST

ଢେଙ୍କାନାଳ: ଢେଙ୍କାନାଳରେ  ଅଭାବନୀୟ ଘଟଣା ଘଟିଛି । ପୁଅକୁ ହତ୍ୟା କରି ବାପାର ଆତ୍ମହତ୍ୟା ଅଭିଯୋଗ ହୋଇଛି। ଏହି ଘଟଣା ଘଟିଛି ସହରର ଗୁଡ଼ିଆନାଳି ଅଞ୍ଚଳରେ। ଗ୍ରାମ୍ୟ ଜଳ ଯୋଗାଣ ଏବଂ ପରିମଳ ବିଭାଗରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇଥିବା ଶକ୍ତି ପ୍ରସାଦ ଆଚାର୍ଯ୍ୟ ନିଜ ୩୨ ବର୍ଷୀୟ ପୁଅକୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପୁଅ ବିଧୁ ଭୂଷଣ ଆଚାର୍ଯ୍ୟ ମାନସିକ ରୋଗୀ ଥିଲେ। ତେଣୁ ତାଙ୍କ ଚିକିତ୍ସାରେ ଅତିଷ୍ଠ ହୋଇ ସେ ଏଭଳି କରିଥିବା ସନ୍ଦେହ କରାଯାଉଛି। ପୁଅ ବେକରେ ରଶି ଭିଡି ହତ୍ୟା କରାଯାଇଥିବା ପାରିପାର୍ଶ୍ୱିକ ଅବସ୍ଥାରୁ ଜଣାପଡିଛି। ଘଟଣାସ୍ଥଳରୁ ଏକ ସୁଇସାଇଡାଲ ନୋଟ ମଧ୍ୟ ମିଳିଛି।  ପୋଲିସ ଏହି ନୋଟକୁ ଜବତ କରି ତଦନ୍ତ ଆରମ୍ଭ କରିଛି।

Related story