ଢେଙ୍କାନାଳ: ନିଆଁ ଲାଗି ମହିଳା ମୃତ

ଢେଙ୍କାନାଳ: ରୋଷେଇ କରୁଥିବାବେଳେ ନିଆଁ ଲାଗିଯିବାରୁ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କଂସର ଗାଁର ମାଞ୍ଜୁ ସାହୁ(୪୫)ଙ୍କର ମୃତ୍ୟୁ ଘଟିଛି। ବୁଧବାର ମଧ୍ୟାହ୍ନରେ ସେ ରୋଷେଇ ଘରେ ରାନ୍ଧୁଥିବାବେଳେ ନିଆଁ ଲାଗିଯିବା ସହ ତାଙ୍କ ଉପରେ କାଠ ପଡିଯାଇଥିଲା। ସେ ଘରୁ ବହାରି ନ ପାରି ନିଆଁରେ ପୋଡି ଯାଇଥିଲେ ବୋଲି ତାଙ୍କ ପରିବାରବର୍ଗ କହିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ […]

jaligala

Rakesh Mallick
  • Published: Wednesday, 12 August 2015
  • , Updated: 12 August 2015, 02:34 PM IST

ଢେଙ୍କାନାଳ: ରୋଷେଇ କରୁଥିବାବେଳେ ନିଆଁ ଲାଗିଯିବାରୁ ଢେଙ୍କାନାଳ ଜିଲ୍ଲା ଭୁବନ ଥାନା କଂସର ଗାଁର ମାଞ୍ଜୁ ସାହୁ(୪୫)ଙ୍କର ମୃତ୍ୟୁ ଘଟିଛି। ବୁଧବାର ମଧ୍ୟାହ୍ନରେ ସେ ରୋଷେଇ ଘରେ ରାନ୍ଧୁଥିବାବେଳେ ନିଆଁ ଲାଗିଯିବା ସହ ତାଙ୍କ ଉପରେ କାଠ ପଡିଯାଇଥିଲା। ସେ ଘରୁ ବହାରି ନ ପାରି ନିଆଁରେ ପୋଡି ଯାଇଥିଲେ ବୋଲି ତାଙ୍କ ପରିବାରବର୍ଗ କହିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ପୋଲିସ।

Related story