ଛାତ୍ରଙ୍କ ମୃତ୍ୟୁ ପରେ ଚେତିଲା ପ୍ରଶାସନ; ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଗୁରୁକୁଳ ଆଶ୍ରମରୁ ୬୩ ଛାତ୍ରଛାତ୍ରୀ ଉଦ୍ଧାର

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ବେଲ୍‌ଟିକିରି ବେଆଇନ୍‌ ଆଶ୍ରମ ସ୍କୁଲ୍‌ ଘଟଣାର ପର୍ଦ୍ଦାଫାସ୍ ହେବା ପରେ ବି ଜିଲ୍ଲା ପ୍ରଶାସନ ଏଥିରୁ କିଛି ଶିକ୍ଷା ଲାଭ କରି ନଥିଲା। ବୋଧହୁଏ ସେଥିପାଇଁ ଦୀର୍ଘ ୨୦ ବର୍ଷ ଧରି ବେଆଇନ୍‌ ଭାବେ ଚାଲିଥିବା ଏକ ଗୁରୁକୁଳ ଆଶ୍ରମକୁ ଚିହ୍ନଟ କରିପାରୁ ନଥିଲା। କିନ୍ତୁ ଗୋଟିଏ ନିଷ୍ପାପ ଶିଶୁର ଜୀବନ ଗଲା ପରେ ଆଜି ଚେଇଁ ଉଠିଛି ଜିଲ୍ଲା ପ୍ରଶାସନ। ଗୁରୁକୁଳରେ ଥିବା ୬୩ ଜଣ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ […]

school

school

Jitendra Garnayak
  • Published: Thursday, 11 July 2019
  • Updated: 11 July 2019, 07:26 PM IST

Sports

Latest News

ଢେଙ୍କାନାଳ (ରାଜଶ୍ରୀ ଶତପଥୀ): ଢେଙ୍କାନାଳ ବେଲ୍‌ଟିକିରି ବେଆଇନ୍‌ ଆଶ୍ରମ ସ୍କୁଲ୍‌ ଘଟଣାର ପର୍ଦ୍ଦାଫାସ୍ ହେବା ପରେ ବି ଜିଲ୍ଲା ପ୍ରଶାସନ ଏଥିରୁ କିଛି ଶିକ୍ଷା ଲାଭ କରି ନଥିଲା। ବୋଧହୁଏ ସେଥିପାଇଁ ଦୀର୍ଘ ୨୦ ବର୍ଷ ଧରି ବେଆଇନ୍‌ ଭାବେ ଚାଲିଥିବା ଏକ ଗୁରୁକୁଳ ଆଶ୍ରମକୁ ଚିହ୍ନଟ କରିପାରୁ ନଥିଲା। କିନ୍ତୁ ଗୋଟିଏ ନିଷ୍ପାପ ଶିଶୁର ଜୀବନ ଗଲା ପରେ ଆଜି ଚେଇଁ ଉଠିଛି ଜିଲ୍ଲା ପ୍ରଶାସନ। ଗୁରୁକୁଳରେ ଥିବା ୬୩ ଜଣ ଛୋଟ ଛୋଟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଢେଙ୍କାନାଳ ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନ୍‌ରେ ରଖାଯାଇଛି।

୧୯୯୩ ମସିହାରେ କଙ୍କଡ଼ାହାଡ଼ ବ୍ଲକ୍‌ ଗଡ଼ପଳାଶୁଣୀ ପଞ୍ଚାୟତ ଇରିଙ୍ଗା ଝରଣ ଗାଁରେ ୩୦୦ ଏକର ଜଙ୍ଗଲ ଜମିରେ ବାବା ରଘୁନାଥ ଦାସ ଶ୍ରୀଶ୍ରୀ ଲକ୍ଷ୍ମୀନାରାୟଣ ଗୁରୁକୁଳ ଆଶ୍ରମ ନିର୍ମାଣ କରିଥିଲେ। ଏଠାରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ କ୍ଳାସ ରହିଛି। ୨୦୦୧ ମସିହାରେ ବାବାଙ୍କ ଦେହାନ୍ତ ପରେ ଏହାର ପରିଚାଳନା ଦାୟିତ୍ୱ ତାଳଚେର ଥାନା ଧରମପୁର ଗାଁର ଛବିନ୍ଦ୍ର ସାହୁ ଓରଫ ଛବି ନାରାୟଣ ଦାସଙ୍କ ଉପରେ ନ୍ୟସ୍ତ ହୋଇଛି। ଏବେ ଏଠାରେ ୧୩୨ ଜଣ ଛାତ୍ରଛାତ୍ରୀ ରହି ପାଠ ପଢ଼ୁଛନ୍ତି। ପିଲାମାନଙ୍କୁ ପଢ଼ାଇବା ପାଇଁ ୮ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀ ମଧ୍ୟ ନିଯୁକ୍ତ ହୋଇଛନ୍ତି। ତେବେ ଆଜି ଏଠାରେ ଜିଲ୍ଲା ପ୍ରଶାସନ ଚଢ଼ଉ କରିବା ବେଳେ ୬୩ ଜଣ ଛାତ୍ରଛାତ୍ରୀ ଥିଲେ।

schoolଏହି ଆଶ୍ରମ ସ୍କୁଲ୍‌ରେ ସପ୍ତମ ଶ୍ରେଣୀ ପାସ୍‌ କଲା ପରେ ଛାତ୍ରଛାତ୍ରୀମାନେ ଅନ୍ୟ ଗୁରୁକୁଳ ସ୍କୁଲ ଅବା ସରକାରୀ ସ୍କୁଲରେ ନାମ ଲେଖାଉ ଥିଲେ। ଦୀର୍ଘ ୨୦ ବର୍ଷ ହେଲା ଏପରି ଚାଲୁଥିଲେ ମଧ୍ୟ ଏଥିପ୍ରତି ବ୍ଲକ୍ ବା ଜିଲ୍ଲା ପ୍ରଶାସନର ତିଳେ ମାତ୍ର ନଜର ପଡ଼ି ନଥିଲା। ତେବେ ଗତ ୨ ତାରିଖରେ ଜଣେ ଦ୍ୱିତୀୟ ଶ୍ରେଣୀର ଛାତ୍ରଙ୍କ ମୃତ୍ୟୁ ପରେ ଜିଲ୍ଲା ପ୍ରଶାସନ ଚେତିଛି ଏବଂ ତରବରିଆ ଭାବେ ଉକ୍ତ ଆଶ୍ରମର ରେକର୍ଡପତ୍ର ଯାଞ୍ଚ କରିଛି। ଯାଞ୍ଚ ବେଳେ ଆଶ୍ରମଟି ବେଆଇନ୍‌ ଭାବେ ଚାଲିଥିବା ପ୍ରଶାସନ ଜାଣିବାକୁ ପାଇଛି। ଡିଇଓଙ୍କ ମାଧ୍ୟମରେ ରିପୋର୍ଟ ମିଳିବା ପରେ ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଆଜି ଆଶ୍ରମରେ ପହଞ୍ଚି ୬୩ ଜଣ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି। ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ପୁଲିସ୍‌ ମିଳିତ ଭାବେ ଏଠାରେ ଚଢ଼ଉ କରିଥିଲେ।

ଢେଙ୍କାନାଳ ଜିଲ୍ଲାପାଳ କହିଛନ୍ତି, ଉଦ୍ଧାର କରାଯାଇଥିବା ପିଲାମାନଙ୍କର ଯେମିତି ପାଠ ପଢ଼ାରେ ଅସୁବିଧା ନହେବ, ସେଥିପ୍ରତି ଧ୍ୟାନ ଦିଆଯିବ। ଆବଶ୍ୟକ ପଡ଼ିଲେ ସେମାନଙ୍କ ପିତା-ମାତାଙ୍କ ସହ ଆଲୋଚନା କରାଯିବ। ଗଡ଼ପଳାଶୁଣୀ ଗାଁର କୁନା ମୁଦୁଲି ନାମକ ଜଣେ ବ୍ୟକ୍ତି କହିଛନ୍ତି,“ବାବା ବେଆଇନ୍‌ ଭାବେ ସ୍କୁଲ୍‌ ଖୋଲି ପିଲାମାନଙ୍କ ଜରିଆରେ ଜଙ୍ଗଲରୁ ମହୁଲ, ଟୋଲ ଓ ଛତୁ ସଂଗ୍ରହ କରୁଥିଲେ। ବାବା ନିଜର ସ୍ୱାର୍ଥ ହାସଲ ପାଇଁ ଏମିତି କରୁଥିଲେ। ବିଳମ୍ୱରେ ହେଲେ ମଧ୍ୟ ପ୍ରଶାସନ ଯାହା ନିଷ୍ପତ୍ତି ନେଇଛି, ତାହା ସ୍ୱାଗତଯୋଗ୍ୟ ପଦକ୍ଷେପ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story