ନାବାଳିକା ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଅଭିଯୁକ୍ତକୁ ଧରିଲା ପୁଲିସ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଅସଦାଚରଣରେ ଶିକାର ହୋଇଥିବା ନାବାଳିକା ଆତ୍ମହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁବାସ ମୁଦୁଲି ଗିରଫ। ଢେଙ୍କାନାଳ ପୁଲିସ ତାଙ୍କୁ ଗିରଫ କରିଛି। ଏହି ମାମଲାରେ ଭାପୁର ଫାଣ୍ଡିର ଏଏସ୍‌ଆଇ ପଦ୍ମନାଭ ସାହୁ ଓ ଅନ୍ୟ ଜଣଙ୍କୁ ଗତକାଲି ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ନିଲମ୍ୱିତ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଗତ ୬ ତାରିଖରେ ନାବାଳିକା ଜଣକ ଘରେ ଏକା ଥିଲେ। ପାଣି ପିଇବା ବାହାନାରେ ସୁବାସ ମୁଦୁଲି ତାଙ୍କ […]

arrest-1

Manoranjan Sial
  • Published: Friday, 31 July 2020
  • , Updated: 31 July 2020, 06:24 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଅସଦାଚରଣରେ ଶିକାର ହୋଇଥିବା ନାବାଳିକା ଆତ୍ମହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସୁବାସ ମୁଦୁଲି ଗିରଫ। ଢେଙ୍କାନାଳ ପୁଲିସ ତାଙ୍କୁ ଗିରଫ କରିଛି। ଏହି ମାମଲାରେ ଭାପୁର ଫାଣ୍ଡିର ଏଏସ୍‌ଆଇ ପଦ୍ମନାଭ ସାହୁ ଓ ଅନ୍ୟ ଜଣଙ୍କୁ ଗତକାଲି ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ନିଲମ୍ୱିତ କରିଛନ୍ତି।

ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଗତ ୬ ତାରିଖରେ ନାବାଳିକା ଜଣକ ଘରେ ଏକା ଥିଲେ। ପାଣି ପିଇବା ବାହାନାରେ ସୁବାସ ମୁଦୁଲି ତାଙ୍କ ଘରେ ପଶି ନାବାଳିକାଙ୍କୁ ଅସଦାଚରଣ କରିଥିଲେ। ଏନେଇ ପୀଡ଼ିତା ପରିବାର ଲୋକଙ୍କୁ କହିଥିଲେ। ତା’ପରେ ପରିବାର ଲୋକ ଏନେଇ ଭାପୁର ଫାଣ୍ଡିରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା। ଯାହାର ସୁଯୋଗ ନେଇ ଅଭିଯୁକ୍ତ ପୀଡ଼ିତାଙ୍କୁ ନାନା ହଇରାଣ କରୁଥିଲା।

ଗତକାଲି ପୀଡିତାଙ୍କ ବାପା-ମାଆ ବିଲକୁ କାମ କରିବାକୁ ଯାଇଥିଲେ। ଘରେ କେହି ନଥିବାର ସୁଯୋଗ ନେଇ ପୀଡ଼ିତା ବିଷ ପିଇ ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଖବର ପ୍ରକାଶ ପାଇବା ପରେ ଢେଙ୍କାନାଳ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଗତକାଲି ରାତିରେ ଏଏସ୍‌ଆଇଙ୍କ ନିଲମ୍ୱିତ କରିଥିଲେ।

Related story