କାଶୀପୁରରେ ୫ ବର୍ଷ ପରେ ଦେଖାଦେଲା ‘ଭିବ୍ରିଓ କଲେରା’

ରାୟଗଡ଼ା(ମାଉଡ଼ି ବାରିକ): ରାୟଗଡ଼ ଜିଲ୍ଲାର କାଶୀପୁର ଅଞ୍ଚଳରେ ଝାଡ଼ାବାନ୍ତି ନୁହେଁ ହଇଜା ବ୍ୟାପିଥିବା ସ୍ପଷ୍ଟ ହୋଇଛି। ଏହା ‘ଭିବ୍ରିଓ କଲେରା’ ବୋଲି ଜଣାପଡ଼ିଛି। ଗତ ୫ ଦିନ ଧରି ଜାରି ରହିଥିବା ଅନୁଧ୍ୟାନ ସହ ନମୁନା ପରୀକ୍ଷଣ କରି ଏହି ରିପୋର୍ଟ ଦେଇଛି RMRC। ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ। ଶେଷଥର ୨୦୧୭ ମସିହାରେ ଏହି ରୋଗ ଚିହ୍ନଟ ହୋଇଥିବା ବେଳେ ୫ ବର୍ଷ ପରେ ଏବେ ପୁଣି ଥରେ ଏହା […]

kashipur

kashipur

Niharika Rout
  • Published: Tuesday, 19 July 2022
  • Updated: 19 July 2022, 10:53 AM IST

Sports

Latest News

ରାୟଗଡ଼ା(ମାଉଡ଼ି ବାରିକ): ରାୟଗଡ଼ ଜିଲ୍ଲାର କାଶୀପୁର ଅଞ୍ଚଳରେ ଝାଡ଼ାବାନ୍ତି ନୁହେଁ ହଇଜା ବ୍ୟାପିଥିବା ସ୍ପଷ୍ଟ ହୋଇଛି। ଏହା ‘ଭିବ୍ରିଓ କଲେରା’ ବୋଲି ଜଣାପଡ଼ିଛି। ଗତ ୫ ଦିନ ଧରି ଜାରି ରହିଥିବା ଅନୁଧ୍ୟାନ ସହ ନମୁନା ପରୀକ୍ଷଣ କରି ଏହି ରିପୋର୍ଟ ଦେଇଛି RMRC। ସାମ୍ବାଦିକ ସମ୍ମିଳନୀ କରି ଏହି ସୂଚନା ଦେଇଛନ୍ତି ରାୟଗଡ଼ା ଜିଲ୍ଲାପାଳ। ଶେଷଥର ୨୦୧୭ ମସିହାରେ ଏହି ରୋଗ ଚିହ୍ନଟ ହୋଇଥିବା ବେଳେ ୫ ବର୍ଷ ପରେ ଏବେ ପୁଣି ଥରେ ଏହା ମୁଣ୍ଡ ଟେକିଛି।

ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ଦେବ ସିଂ ସୂଚନା ଦେଇ କହିଛନ୍ତି ଯେ, ଗତ କିଛି ଦିନ ଧରି କାଶୀପୁରରେ ହେଉଥିବା ଝାଡ଼ାବାନ୍ତି ହଇଜା ବୋଲି ଚିହ୍ନଟ ହୋଇଛି। ହଇଜାର ମୁକାବିଲା ପାଇଁ ଯାହା ସବୁ ପଦକ୍ଷେପ ଆବଶ୍ୟକ ତାହା ନିଆଯିବ। କାଶୀପୁର ଅଞ୍ଚଳରେ ୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲାଯି । ହଇଜା ସଂକ୍ରମିତ ଅଞ୍ଚଳ ବାସିନ୍ଦାଙ୍କୁ ଦୈନିକ ୪ ଥର ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯିବ।

ଯାହାର ଲକ୍ଷଣ ବାହାରୁଛି ତାଙ୍କୁ ତୁରନ୍ତ ଆଡମିଶନ କରାଯାଉଛି। ଠିକ୍‌ ସମୟରେ ଚିକିତ୍ସା ଆରମ୍ଭ ହେଲେ ଶୀଘ୍ର ସୁସ୍ଥ ହୋଇପାରିବେ ରୋଗୀ। ତାସହ  ହେଲପ୍‌ ଲାଇନ୍ ନଂ ୯୪୩୭୪୪୮୭୪୭ ଜାରି କରାଯାଇଛି। ଅସୁସ୍ଥମାନେ ନିଜେ ହସ୍ପିଟାଲ ଆସି ନ ପାରିଲେ ତୁରନ୍ତ ଏହି ନମ୍ବରରେ ଫୋନ୍‌ କଲେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ଅଣାଯିବା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

[caption id="attachment_750221" align="aligncenter" width="650"]collector ରାୟଗଡ଼ା ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ ।[/caption]

ଏହାବାଦ କାଶୀପୁର ଅଞ୍ଚଳରେ ଥିବା ସବୁ ପାନୀୟ ଜଳର ପରୀକ୍ଷା କରାଯାଉଛି। ଏହି ରିପୋର୍ଟ ଆସନ୍ତା ୨ରୁ ୩ ଦିନ ଭିତରେ ଆସିଯିବ। ସେ ପର୍ଯ୍ୟନ୍ତ ଉକ୍ତ ପାଣି ପିଇବାକୁ ଗାଁ ଲୋକଙ୍କୁ ବାରଣ କରାଯାଇଛି। ପ୍ରତି ଗାଁକୁ ଟ୍ୟାଙ୍କର ଯୋଗେ ଦିନକୁ ୨ରୁ ୩ ଥର ପାନୀୟ ଜଳ ଯୋଗାଇ ଦିଆଯାଉଛି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଓ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରୁ ଡାକ୍ତର ବିଶେଷଜ୍ଞ ଦଳ କାଶୀପୁରରେ ପହଞ୍ଚି ସେଠାରେ ଥିବା ଅସୁସ୍ଥଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବେ ବୋଲି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ,  ‘ଭିବ୍ରିଓ କଲେରା’ ପ୍ରଥମେ କାଶୀପୁରରେ ୨୦୦୭ରେ ଚିହ୍ନଟ ହୋଇଥିଲା। ଏହାପରେ ୨୦୧୦ ଓ ୨୦୧୨ ଓ ୨୦୧୭ରେ ବି ଚିହ୍ନଟ ହୋଇଥିଲା। ଏବେ ପୁଣି ଥରେ ଦୀର୍ଘ ୫ ବର୍ଷ ପରେ ଏହି ରୋଗ ବ୍ୟାପି ଏ ପର୍ଯ୍ୟନ୍ତ ୭ ଜଣଙ୍କ ଜୀବନ ଯାଇ ସାରିଲାଣି।

କାଶୀପୁରରେ ଝାଡ଼ାବାନ୍ତି ଘଟଣାକୁ ନେଇ ଗୃହରେ କଂଗ୍ରେସ ସଦସ୍ୟମାନେ ଗତକାଲି ହଟ୍ଟଗୋଳ କରିଥିଲେ। ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ ବିବୃତି ରଖି ଖାଦ୍ୟ ଅଭାବ ଯୋଗୁ ବିଷାକ୍ତ ଖାଦ୍ୟ ଖାଇ କେହି ଝାଡ଼ାବାନ୍ତିର ଶିକାର ହୋଇଥିବା ଖବରକୁ ଖଣ୍ଡନ କରିଥିଲେ । କୂଅ କିମ୍ବା ଘରେ ସାଇତି ରଖାଯାଇଥିବା ପାଣି ପିଇ ଲୋକେ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି ଓ ଏହା ଏକ ସ୍ୱାସ୍ଥ୍ୟ ସମସ୍ୟା ବୋଲି କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos