ଜୀବନ ପାଲଟିଛି ଯନ୍ତ୍ରଣା

ବିନିକା/ଉଦଳା (ଓଡ଼ିଶା ରିପୋର୍ଟର): ଦିବ୍ୟାଙ୍ଗଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। କିନ୍ତୁ ଆଜି ବି ଏମିତି ଅନେକ ଦିବ୍ୟାଙ୍ଗ ଅଛନ୍ତି, ଯାହାଙ୍କ ପାଖରେ ପହଞ୍ଚି ପାରୁନାହିଁ ସରକାରୀ ସହାୟତା। ଏମିତିକି ପ୍ରମାଣ ପତ୍ର ଥାଇ ମଧ୍ୟ ମିଳିପାରୁନି ସରକାରୀ ଭତ୍ତା। ଆଜି ଏମିତି କିଛି ଦିବ୍ୟାଙ୍ଗଙ୍କ କଥା କହିବୁ, ଯିଏ କେବଳ ଭଗବାନ ଭରସାକୁ ହିଁ ଅପେକ୍ଷା କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବାଉଁଶପାଳ ଗ୍ରାମର ବସନ୍ତ ମଲ୍ଲିକଙ୍କ ପରିବାର। ବସନ୍ତଙ୍କର ଏକମାତ୍ର ପୁଅ […]

divyanga

divyanga

Ranjit Kumar Jena
  • Published: Tuesday, 08 December 2020
  • Updated: 08 December 2020, 07:01 PM IST

Sports

Latest News

ବିନିକା/ଉଦଳା (ଓଡ଼ିଶା ରିପୋର୍ଟର): ଦିବ୍ୟାଙ୍ଗଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି। କିନ୍ତୁ ଆଜି ବି ଏମିତି ଅନେକ ଦିବ୍ୟାଙ୍ଗ ଅଛନ୍ତି, ଯାହାଙ୍କ ପାଖରେ ପହଞ୍ଚି ପାରୁନାହିଁ ସରକାରୀ ସହାୟତା। ଏମିତିକି ପ୍ରମାଣ ପତ୍ର ଥାଇ ମଧ୍ୟ ମିଳିପାରୁନି ସରକାରୀ ଭତ୍ତା। ଆଜି ଏମିତି କିଛି ଦିବ୍ୟାଙ୍ଗଙ୍କ କଥା କହିବୁ, ଯିଏ କେବଳ ଭଗବାନ ଭରସାକୁ ହିଁ ଅପେକ୍ଷା କରିଛନ୍ତି।

ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବାଉଁଶପାଳ ଗ୍ରାମର ବସନ୍ତ ମଲ୍ଲିକଙ୍କ ପରିବାର। ବସନ୍ତଙ୍କର ଏକମାତ୍ର ପୁଅ ସାଗର ମଲ୍ଲିକ ଜନ୍ମରୁ ଦିବ୍ୟାଙ୍ଗ। ପୁଅର ଜନ୍ମ ପରେ ବାପା ମା ବାହାରକୁ କାମ କରିବାକୁ ଯାଇ ଆଉ ଫେରିନଥିଲେ। ଇତି ମଧ୍ୟରେ ୯ ବର୍ଷ ବିତିଯାଇଥିଲେ ହେଁ, ବାପା ମାଙ୍କ ମୁହଁ ଦେଖିନାହିଁ ସାଗର। ଏଭଳି ସ୍ଥିତିରେ ସେ ଏବେ ଜେଜେ ମା ଦ୍ରୌପଦୀ ମଲ୍ଲିକଙ୍କ ପାଖରେ ରହୁଛି। ହେଲେ ଜେଜେ ମା ଦ୍ରୌପଦୀ ବି ଜଣେ ଦିବ୍ୟାଙ୍ଗ। ଦ୍ରୌପଦୀ ଏବେ ନିରୁପାୟ, କାରଣ ସେ ଏକ ହୋଟେଲରେ ବାସନ ମାଜିବା କାମ କରି ପରିବାର ଚଳାଉଛନ୍ତି। ଏହାସାଙ୍ଗକୁ ଦିବ୍ୟାଙ୍ଗ ନାତିର ସମସ୍ତ ଦାୟିତ୍ୱ ମଧ୍ୟ ବୁଝନ୍ତି ଦ୍ରୌପଦୀ। ସାଗର ୨୦୧୮ରୁ ଦିବ୍ୟାଙ୍ଗ ପ୍ରମାଣ ପତ୍ର ପାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଭତ୍ତା ଓ ରାସନ ପାଉନଥିବାର ଜେଜେ ମା ଦ୍ରୌପଦୀ ଅଭିଯୋଗ କରିଛନ୍ତି।

ସେହିପରି ଉଦଳା ଏନ୍ଏସିର ସୁରେନ ଚୌଧୁରୀଙ୍କ ଅବସ୍ଥା କହିଲେ ନସରେ। ସୁରେନଙ୍କ ଏକମାତ୍ର ପୁଅ ଆଶୁତୋଷ ଦିବ୍ୟାଙ୍ଗ ହୋଇଥିବା ବେଳେ ତାଙ୍କୁ ମଧ୍ୟ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି। ଅର୍ଥାଭାବ ଯୋଗୁଁ ପୁଅର ଚିକିତ୍ସା ବି ହୋଇପାରୁନି। ସରକାରୀ ସହାୟତା ପାଇଁ ସେ ଆକୁଳ ନିବେଦନ କରିଛନ୍ତି। ଏ ନେଇ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ତଦନ୍ତ ପରେ ସହାୟତା ଯୋଗାଇ ଦେବାକୁ ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି।

ଆଉ ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ବାକିଂଘିରିଡି ପଞ୍ଚାୟତ ଟିକ୍ରାପଡାରେ। ଏଠାକାର ରତି ତାଣ୍ଡିଙ୍କର ତିନୋଟି ସନ୍ତାନ ଦିବ୍ୟାଙ୍ଗ। ରଥିଙ୍କ ବଡ଼ପୁଅ ମନନ୍ତୋଶ ଏବଂ ମଝିଆ ଝିଅ ଲକ୍ଷ୍ମୀ ବଧିର ହୋଇଥିବା ବେଳେ ସାନପୁଅ ଆନନ୍ଦ ଭଲଭାବେ ଚଳାବୁଲା କରିପାରୁନାହିଁ ଏବଂ ତା'ର ଗୋଟିଏ ଆଖିକୁ ମଧ୍ୟ ଦିଶୁନାହିଁ। ଯାହା ଫଳରେ ପରିବାରର ତିନି ଭାଇଭଉଣୀ ଦିବ୍ୟାଙ୍ଗ।

ବାପା ରଥି ଏବଂ ମାଆ ସୁବା କୁଳି ଦିନମଜୁରି କରି ପରିବାର ଚଳାଇଥାନ୍ତି। କିନ୍ତୁ ସେମାନଙ୍କୁ ସରକାରୀ ସହାୟତା ମିଳୁନଥିବା ଅଭିଯୋଗ ହୋଇଛି। ଦୁଇ ଦିବ୍ୟାଙ୍ଗ ଶିଶୁଙ୍କୁ ୨ ମାସ ହେଲା ଭତ୍ତା ମିଳିଥିବା ବେଳେ ଆଉ ଜଣଙ୍କୁ ଏଯାଏ ମିଳିନି ଭତ୍ତା। ଏଭଳି ସ୍ଥିତିରେ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story