ଦୁର୍ଘଟଣାରେ କଟିଗଲା ଦୁଇ ଗୋଡ଼, ତଥାପି ହାତ ଧରିଲେ ପ୍ରେମିକା

ଯାଜପୁର (ଗୁଲାମ୍‌ ଗସ୍‌): ଆପଣମାନେ ଆମୀର ଖାନ୍ ଓ ମନୀଷା କୋଇରାଲାଙ୍କ ଅଭିନୀତି ବଲିଉଡ୍ ଫିଲ୍ମ ‘ମନ୍‌’ ଦେଖିଥିବେ। ୧୯୯୯ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ‘ପ୍ରିୟା’ ଭୂମିକାରେ ଅଭିନୟ କରିଥିବା ମନୀଷା ଏକ ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ଼ ହରାଇଥିଲେ। ଏହା ସତ୍ତ୍ୱେ ‘ଦେବ୍‌’ ଭୂମିକାରେ ଅଭିନୟ କରୁଥିବା ଆମୀର ତାଙ୍କୁ ଆପଣାଇ ନେଇଥିଲେ। ଏହା ଥିଲା ଏକ ରିଲ୍ ଲାଇଫ୍ କାହାଣୀ। ତେବେ ରିୟଲ୍ ଲାଇଫ୍‌ରେ ଏଭଳି ଏକ ଘଟଣା ଘଟିଛି ଯାଜପୁର […]

ashokvijaylaxmi

Niharika Rout
  • Published: Wednesday, 21 August 2019
  • , Updated: 21 August 2019, 11:11 AM IST

ଯାଜପୁର (ଗୁଲାମ୍‌ ଗସ୍‌): ଆପଣମାନେ ଆମୀର ଖାନ୍ ଓ ମନୀଷା କୋଇରାଲାଙ୍କ ଅଭିନୀତି ବଲିଉଡ୍ ଫିଲ୍ମ ‘ମନ୍‌’ ଦେଖିଥିବେ। ୧୯୯୯ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ‘ପ୍ରିୟା’ ଭୂମିକାରେ ଅଭିନୟ କରିଥିବା ମନୀଷା ଏକ ଦୁର୍ଘଟଣାରେ ତାଙ୍କର ଦୁଇଟି ଯାକ ଗୋଡ଼ ହରାଇଥିଲେ। ଏହା ସତ୍ତ୍ୱେ ‘ଦେବ୍‌’ ଭୂମିକାରେ ଅଭିନୟ କରୁଥିବା ଆମୀର ତାଙ୍କୁ ଆପଣାଇ ନେଇଥିଲେ। ଏହା ଥିଲା ଏକ ରିଲ୍ ଲାଇଫ୍ କାହାଣୀ। ତେବେ ରିୟଲ୍ ଲାଇଫ୍‌ରେ ଏଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ। ତେବେ ଏଠି କାହାଣୀ ଟିକେ ଅଲଗା। ଏଠି ପ୍ରେମିକ ଏକ ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇଛନ୍ତି ଓ ପ୍ରେମିକା ତାକୁ ଆପଣାଇ ନେଇଛନ୍ତି।

ଏ କାହାଣୀର ନାୟକ ହେଉଛନ୍ତି ଅଶୋକ ମହାନ୍ତି। ଆଉ ନାୟିକାଙ୍କ ନାଁ ବିଜୟଲକ୍ଷ୍ମୀ। ଅଶୋକଙ୍କ ଘର ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍‌ ଏକତଳା ଗାଁରେ। ବିଜୟଲକ୍ଷ୍ମୀଙ୍କ ଘର ତାଙ୍କ ଗାଁ ପାଖରେ। ଏମିତି ଦେଖା ସାକ୍ଷାତ ଭିତରେ ଉଭୟ ପ୍ରେମରେ ପଡ଼ି ଯାଇଥିଲେ ଓ ସାରାଜୀବନ ସାଥୀ ହୋଇ ରହିବାକୁ ନିଷ୍ପତ୍ତି ନେଇଥିଲେ।

ହେଲେ ସେମାନଙ୍କ ପ୍ରେମ କାହାଣୀରେ ବି ଉପୁଜି ଥିଲା ବାଧା। ୨୦୧୩ ମସିହାରେ ଦୁର୍ଘଟଣାର ଶିକାର ହେଲେ ଅଶୋକ। ଏକ କୋରିଅର କମ୍ପାନୀରେ କାମ କରୁଥିବା ଅଶୋକ ପ୍ରତିଦିନ ଭୁବନେଶ୍ୱରରୁ ବାଲେଶ୍ୱର ଯିବା ଆସିବା କରୁଥିବା ବେଳେ ସେଦିନ ବାଲେଶ୍ୱର ଷ୍ଟେସନ୍‌ରେ ଓହ୍ଲାଉ ଥିବା ବେଳେ ଟ୍ରେନ୍‌ ତଳେ ପଡ଼ି ଦୁଇଟି ଯାକ ଗୋଡ଼ ହରାଇଥିଲେ। ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇବା ପରେ ‘ମନ୍‌’ ଫିଲ୍ମର ନାୟିକା ଯାହା ଭାବିଥିଲେ, ଠିକ୍ ସେୟା ଭାବିଥିଲେ ଅଶୋକ। ତାଙ୍କର ଏଭଳି ଅବସ୍ଥାରେ ବିଜୟଲକ୍ଷ୍ମୀ ଆଉ ତାଙ୍କ ହାତ ନ ଧରିପାରନ୍ତି ବୋଲି ସେ ଭାବି ନେଇଥିଲେ। ତେବେ ତାଙ୍କ ଆଶଙ୍କା ଭୁଲ୍ ସାବ୍ୟସ୍ତ ହେଲା। ବିଜୟଲକ୍ଷ୍ମୀ ତାଙ୍କୁ ସାରାଜୀବନ ସାଥୀ କରିବା ଜିଦ୍‌ରେ ଅଟଳ ରହିଥିଲେ।

ବିଜୟଲକ୍ଷ୍ମୀଙ୍କ ନିଷ୍ପତ୍ତିକୁ ବିରୋଧ କରିଥିଲେ ତାଙ୍କ ପରିବାର ଲୋକ। ହେଲେ ସେ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ଶେଷରେ ତାଙ୍କ ଜିଦ୍ ଆଗରେ ପରିବାର ଲୋକେ ମୁଣ୍ଡ ନୁଆଁଇଥିଲେ। ଏହାପରେ ୨୦୧୫ରେ ଅଶୋକ ଓ ବିଜୟଲକ୍ଷ୍ମୀଙ୍କ ବାହାଘର ହୋଇଥିଲା।

ଶାଶୂ,ଶ୍ୱଶୁର, ସ୍ୱାମୀ ଓ ପୁଅକୁ ନେଇ ରହିଛି ବିଜୟଲକ୍ଷ୍ମୀଙ୍କ ଛୋଟ ସଂସାର। ପେଟପାଟଣା ପାଇଁ ଅଶୋକ ଗାଁରେ ଏକ ଛୋଟ ପାନ ଦୋକାନ କରିଛନ୍ତି। ଦୋକାନରୁ ଯାହା ଆୟ ହୁଏ, ସେଥିରେ ତାଙ୍କ ପରିବାର ଚଳେ। ତାଙ୍କର ସବୁଠୁ ବଡ଼ ସାହସ ହେଉଛନ୍ତି ବିଜୟଲକ୍ଷ୍ମୀ।  ସବୁ ପ୍ରତିକୂଳ ପରିସ୍ଥିତିରେ ବିଜୟଲକ୍ଷ୍ମୀ ତାଙ୍କ ପାଖେପାଖେ ରହିଥା’ନ୍ତି ଓ ତାଙ୍କ ମନୋବଳ ବଢ଼ାନ୍ତି।

Related story