ମାଲକାନଗିରି ଜିଲ୍ଲାର ଏହି ଅଞ୍ଜଳର ଲୋକେ ଗାଈ ରଖନ୍ତି, କ୍ଷୀର ପିଅନ୍ତିନି

ଚିତ୍ରକୋଣ୍ଡା ( ରତ୍ନାକର ପ୍ରଧାନ) : କ୍ଷୀରକୁ କିଏ ଅମୃତ ସହ ତୁଳନା କରନ୍ତି ତ ଆଉ କିଏ ଏହାକୁ ସୁପରଫୁଡ୍ ବୋଲି କୁହନ୍ତି। କ୍ଷୀରରେ ଯଥେଷ୍ଟ ପରିମାଣର କ୍ୟାଲସିୟମ୍ ଥିବାରୁ ଶରୀର ପାଇଁ ଏହା ବେଶ୍ ହିତକର। ତେବେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ କିନ୍ତୁ କ୍ଷୀର ଆଦୌ ଗ୍ରହଣୀୟ ନୁହେଁ। ପିଢ଼ି ପିଢ଼ି ଧରି ଏଠାକାର ଲୋକେ ଗାଈ ଗୋରୁ ପାଳନ କରି ସେମାନଙ୍କୁ ଚାଷ କାର୍ଯ୍ୟରେ ବ୍ୟବହାର କରୁଥିଲେ ବି ଗାଈର କ୍ଷୀର […]

v-987

v-987

Puspanjali Panda
  • Published: Sunday, 11 August 2019
  • Updated: 11 August 2019, 08:49 PM IST

ଚିତ୍ରକୋଣ୍ଡା ( ରତ୍ନାକର ପ୍ରଧାନ) : କ୍ଷୀରକୁ କିଏ ଅମୃତ ସହ ତୁଳନା କରନ୍ତି ତ ଆଉ କିଏ ଏହାକୁ ସୁପରଫୁଡ୍ ବୋଲି କୁହନ୍ତି। କ୍ଷୀରରେ ଯଥେଷ୍ଟ ପରିମାଣର କ୍ୟାଲସିୟମ୍ ଥିବାରୁ ଶରୀର ପାଇଁ ଏହା ବେଶ୍ ହିତକର। ତେବେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ କିନ୍ତୁ କ୍ଷୀର ଆଦୌ ଗ୍ରହଣୀୟ ନୁହେଁ। ପିଢ଼ି ପିଢ଼ି ଧରି ଏଠାକାର ଲୋକେ ଗାଈ ଗୋରୁ ପାଳନ କରି ସେମାନଙ୍କୁ ଚାଷ କାର୍ଯ୍ୟରେ ବ୍ୟବହାର କରୁଥିଲେ ବି ଗାଈର କ୍ଷୀର ଦୁହଁନ୍ତିନି କି ପିଅନ୍ତି ନାହିଁ।

ସ୍ୱାଭିମାନ ଅଂଚଳରେ କ୍ଷୀରକୁ ନେଇ ରହିଛି ଅଜବ ପ୍ରଥା ଏବଂ ପରମ୍ପରା। ପୁରୁଷ ପୁରୁଷ ଧରି ଏମାନେ କ୍ଷୀର ପିଅନ୍ତିନି କି କ୍ଷୀରର ବ୍ୟବହାର ସମ୍ପର୍କରେ ଜାଣନ୍ତିନି। କେବଳ ପୂଜାପର୍ବ ବ୍ୟତୀତ ଅନ୍ୟ କୌଣସିରେ କ୍ଷୀରକୁ ବ୍ୟବହାର କରନ୍ତିନି ଏଠାକାର ୭ଟି ପଞ୍ଚାୟତବାସୀ।

କ୍ଷୀରକୁ ନେଇ ସ୍ୱାଭିମାନ ଅଞ୍ଚଳବାସିନ୍ଦାଙ୍କ ଏଭଳି ବଦ୍ଧମୂଳ ଧାରଣା କାହିଁକି ? ତାହାର ଉତ୍ତର ନିର୍ଦ୍ଦିଷ୍ଟ ଭାବେ କାହା ପାଖରେ ନାହିଁ। ତେବେ ସ୍ଥାନୀୟ ଅଂଚଳରେ ପୂର୍ବ ପୁରୁଷରୁ ଚଳିଆସିଥିବା ପ୍ରଥା ହେଉ କି, ଦୁଗ୍ଧ ଜାତ ସାମଗ୍ରୀ ବ୍ୟବହାର ନକରିବା ଯୋଗୁଁ ହୁଏତ କ୍ଷୀର ଭଳି ଏକ ପୁଷ୍ଟିକର ପାନୀୟକୁ ଏଠାକାର ଲୋକେ ଖାଦ୍ୟପେୟରେ ସାମିଲ୍ କରିନାହାନ୍ତି। ଏଥିପାଇଁ ଲୋକଙ୍କୁ ସଚେତନ କରାଇବା ସହ କ୍ଷୀର ଉତ୍ପାଦନର କୌଶଳ ଏବଂ ବଜାର ବ୍ୟବସ୍ଥା କଲେ ସ୍ଥାନୀୟ ଲୋକେ ଏହାର ଲାଭ ପାଇପାରିବେ ବୋଲି ମତ ପ୍ରକାଶ ପାଇଛି।

ଗୋପାଳନ କ୍ଷେତ୍ରରେ ଚାଷୀଙ୍କୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି ସରକାର। ତେବେ ସ୍ୱାଭିମାନ ଅଂଚଳ ଲୋକେ କେବେ ଏ ବାବଦରେ ସଚେତନ ହେବେ ତାହା ବଡ଼ ପ୍ରଶ୍ନ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story