ଗଛ ଡାଳରେ ଚାଲିଛି ଡିଜିଟାଲ୍‌ କ୍ଲାସ, ଆଉ ଗଢ଼ା ହେଉଛି ଦେଶର ଭବିଷ୍ୟତ

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଇଏ ଆମର ଡିଜିଟାଲ୍‌ ଗାଁ! ଏହି ଗାଁରେ ମୋବାଇଲ୍‌ ଫୋନ୍‌ ଲାଗେନି। ହେଲେ ଗାଁର ପିଲାମାନେ ଡିଜିଟାଲ୍‌ କ୍ଲାସ୍‌ରେ ପାଠ ପଢ଼ୁଛନ୍ତି। ଏମିତି କଥା ଶୁଣିଲେ, ହୁଏତ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। ହଁ ଆଜ୍ଞା, କଥାଟି ସମ୍ପୂର୍ଣ୍ଣ ସତ। ଏଥିପାଇଁ ପିଲାମାନଙ୍କୁ ପାଣି ଟାଙ୍କି ବା ଗଛ ଭଳି ଉଚ୍ଚ ସ୍ଥାନକୁ ଚଢ଼ିବାକୁ ପଡେ। ଆଜ୍ଞା ହଁ, ଏଇଠି ଉଚ୍ଚକୁ ଗଲେ ଡିଜିଟାଲ୍‌ ଦୁନିଆ ଦେଖିହୁଏ। ଏହି ଟାଙ୍କି ଉପରେ ବସି ମୋବାଇଲ୍‌ରେ […]

digital-village

Manoranjan Sial
  • Published: Friday, 31 July 2020
  • , Updated: 01 August 2020, 07:13 AM IST

ରେଢ଼ାଖୋଲ (ରମାକାନ୍ତ ମହାନନ୍ଦ): ଇଏ ଆମର ଡିଜିଟାଲ୍‌ ଗାଁ! ଏହି ଗାଁରେ ମୋବାଇଲ୍‌ ଫୋନ୍‌ ଲାଗେନି। ହେଲେ ଗାଁର ପିଲାମାନେ ଡିଜିଟାଲ୍‌ କ୍ଲାସ୍‌ରେ ପାଠ ପଢ଼ୁଛନ୍ତି। ଏମିତି କଥା ଶୁଣିଲେ, ହୁଏତ ଆଶ୍ଚର୍ଯ୍ୟ ଲାଗୁ ଥାଇପାରେ। ହଁ ଆଜ୍ଞା, କଥାଟି ସମ୍ପୂର୍ଣ୍ଣ ସତ। ଏଥିପାଇଁ ପିଲାମାନଙ୍କୁ ପାଣି ଟାଙ୍କି ବା ଗଛ ଭଳି ଉଚ୍ଚ ସ୍ଥାନକୁ ଚଢ଼ିବାକୁ ପଡେ। ଆଜ୍ଞା ହଁ, ଏଇଠି ଉଚ୍ଚକୁ ଗଲେ ଡିଜିଟାଲ୍‌ ଦୁନିଆ ଦେଖିହୁଏ। ଏହି ଟାଙ୍କି ଉପରେ ବସି ମୋବାଇଲ୍‌ରେ ପାଠ ପଢ଼ିବାକୁ ପଡ଼ୁଛି। ମୋବାଇଲ୍‌ ନେଟ୍‌ୱର୍କ ମିଳୁନଥିବାରୁ ପିଲାମାନଙ୍କୁ ଏପରି ପ୍ରତିଦିନ କରିବାକୁ ପଡ଼ୁଛି। ଡିଜିଟାଲ୍‌ ଇଣ୍ଡିଆ ବା ନ୍ୟୁ ଇଣ୍ଡିଆର୍‌ ଏପରି ଚିତ୍ର ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଘୋଷରାମାଲ ପଞ୍ଚାୟତ ଲାଣ୍ଡିମାଲ ଗାଁରେ।

କରୋନା ମହାମାରୀ ସମୟରେ ସ୍କୁଲ ଓ କଲେଜ ବନ୍ଦ ରହିଛି। ଏପରି ସମୟରେ ଅନ୍‌ଲାଇନ୍‌ ପାଠ ପଢ଼ାଇବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ପିଲାମାନେ ଘରେ ବସି ପାଠ ପଢ଼ିପାରିବେ। ହେଲେ ଘୋଷରାମାଲ୍‌ ବା ଆଖପାଖ ପଞ୍ଚାୟତରେ ମୋବାଇଲ୍‌ ଟାୱାର ନଥିବାରୁ ପିଲାମାନଙ୍କୁ ପାଠ ପଢ଼ିବା ପାଇଁ ନାନା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ୁଛି।

ପିଲାମାନେ ପାଳିକ କରି ୧୫୦ ଫୁଟ୍‌ ଉପରେ ପାଣି ଟାଙ୍କି ଛାତରେ ବସି ଅନ୍‌ଲାନ୍‌ କ୍ଲାସରେ ପାଠ କଢ଼ୁଛନ୍ତି। ଆଉ କିଛି ପିଲା ଗାଁ ମଝିରେ ଥିବା ଗଛ ଉପରେ ଚଢ଼ି ମୋବାଇଲ୍‌ରେ ପାଠ ପଢ଼ୁଛନ୍ତି। ଏଥିପାଇଁ ଗାଁ ଲୋକେ ମିଶି ଗଛ ଉପରକୁ ସିଡି ବାନ୍ଧିଛନ୍ତି। ଜୀବନ ପ୍ରତି ଭୟ ଥିଲେ ବି ପିଲାମାନଙ୍କୁ ଏତେ ଉପରେ ଯାଇ ପାଠ ପଢ଼ିବାକୁ ପଡୁଛି।

ଘୋଷରାମାଲ ପଞ୍ଚାୟତରେ କୌଣସି ମୋବାଇଲ୍‌ ଟାୱାର ନାହିଁ। ତେବେ ଅଞ୍ଚଳଟି ନକ୍ସଲ ପ୍ରବଣ ହୋଇଥିବାରୁ ୨୦୧୭ ମସିହାରେ ଏକ ମିନି ମୋବାଇଲ୍‌ ଟାୱାର ପ୍ରତିଷ୍ଠା କରାଯାଇଥିଲା। ଏହି ଟାୱାର ମାଧ୍ୟମରେ କେବଳ ୱାକିଟକି ଚାଲିଥାଏ। କିନ୍ତୁ ଲୋକଙ୍କ ମୋବାଇଲ୍‌କୁ ଫୋନ୍‌ ଆସେ ନାହିଁ କି ଯାଏନାହିଁ। ଯେଉଁ ଗାଁରେ ଫୋନ୍‌ ଲାଗେନାହିଁ, ସେଠି କେମିତି ବା ନେଟ୍‌ ଚାଲିବ? ଫୋନ୍‌ କରିବାକୁ ହେଲେ ଗଛ ଚଢ଼ିବାକୁ ପଢ଼ିବ।କୁ ପଡ଼ିବ ବା ଗାଁ ମୁଣ୍ଡରେ ଥିବା ଏକ ଉଚ୍ଚ ସ୍ଥାନକୁ ଯାଇ ହାତ ଉପରକୁ ଟେକି ମୋବାଇଲ୍‌ ଡାଏଲ କରିବାକୁ ପଡ଼ିବ। ଯଦି ବେଳା ଭଲ ଥିବ ଫୋନ୍‌ ସଙ୍ଗେ ସଙ୍ଗେ ଲାଗିଯିବ। ନହେଲେ ସେମିତି ଠିଆ ହେବାକୁ ପଡ଼ିବ। ଇଏ ହେଲେ ଉକ୍ତ ପଞ୍ଚାୟତ ଲୋକଙ୍କ ନିତି ଦିନିଆ ଦୁଃଖ। ଏ ଦୁଃଖ କାହାକୁ କହିବେ ଓ ଶୁଣିବ କିଏ?

Related story