ତାଜା ହେଉଛି ବ୍ରାହ୍ମଣୀ ସେତୁ ବିବାଦ: ମୋଦିଙ୍କୁ ଚିଠି ଲେଖିଲେ ଦିଲୀପ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାଜା ହେଉଛି ବ୍ରାହ୍ମଣୀ ସେତୁ ବିବାଦ। ଦାବି ପୂରଣ ହୋଇନଥିବାରୁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ରାଉରକେଲା ବିଧାୟକ ଦିଲୀପ ରାୟ। ତିନି ପୃଷ୍ଠାର ଏହି ଚିଠିରେ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍‌ ସମ୍ପର୍କରେ ଦିଲୀପ ଲେଖିଛନ୍ତି। ସେ ଚିଠିରେ ଉଲ୍ଲେଖ ରହିଛି-“ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ। ଇତି ମଧ୍ୟରେ ୪ ବର୍ଷ ବିତି ଗଲାଣି। ହେଲେ ଆଜିପର୍ଯ୍ୟନ୍ତ […]

dilip ray write letter to pm modi

Rakesh Mallick
  • Published: Thursday, 29 March 2018
  • , Updated: 29 March 2018, 06:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତାଜା ହେଉଛି ବ୍ରାହ୍ମଣୀ ସେତୁ ବିବାଦ। ଦାବି ପୂରଣ ହୋଇନଥିବାରୁ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଲେ ରାଉରକେଲା ବିଧାୟକ ଦିଲୀପ ରାୟ। ତିନି ପୃଷ୍ଠାର ଏହି ଚିଠିରେ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ଓ ଆଇଜିଏଚ୍‌ ସମ୍ପର୍କରେ ଦିଲୀପ ଲେଖିଛନ୍ତି।

ସେ ଚିଠିରେ ଉଲ୍ଲେଖ ରହିଛି-“ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ। ଇତି ମଧ୍ୟରେ ୪ ବର୍ଷ ବିତି ଗଲାଣି। ହେଲେ ଆଜିପର୍ଯ୍ୟନ୍ତ କାମ ଆରମ୍ଭ ହୋଇପାରି ନାହିଁ। ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାର ସବୁପ୍ରକାର କ୍ଲିୟରାନ୍ସ ଦେଇ ସାରିଛନ୍ତି। ଏହା ସତ୍ତ୍ୱେ କାମ ଆରମ୍ଭ ହେଉ ନାହିଁ। ତେବେ କେହି ଜଣେ କ୍ଷମତାଶାଳୀ ବାଧା ସୃଷ୍ଟି କରୁଥିବା ଲୋକଙ୍କ ମନରେ ଧାରଣା ହେଉଛି। ଏହାକୁ ନେଇ ଅସନ୍ତୋଷ ଓ ଅବିଶ୍ୱାସ ପ୍ରକାଶ ପାଇଲାଣି। ପ୍ରଧାନମନ୍ତ୍ରୀ ଏଥିରେ ତୁରନ୍ତ ହସ୍ତକ୍ଷେପ କରନ୍ତୁ। ସେହିପରି ଆଇଜିଏଚ୍‌କୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ସୁପର ସ୍ପେଶାଲିଷ୍ଟ ମେଡିକାଲ ନେଇ କୌଣସି ପଦକ୍ଷେପ ନିଆଯାଇନି। ଏହା ଭିତରେ ଆଇଜିଏଚ୍‌ରୁ ଅନେକ ଡାକ୍ତର ଚାଲି ଗଲେଣି।”

୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବ୍ରହ୍ମଣୀରେ ଦ୍ୱିତୀୟ ସେତୁ ହେବା ନେଇ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ତେବେ ନିର୍ବାଚନରେ ବିଜୟୀ ହେବା ପରେ ୨୦୧୫ରେ ପ୍ରକଳ୍ପ ନେଇ ଘୋଷଣା କରିଥିଲେ। ମାତ୍ର କାମ ନହେବାରୁ ଜନ ଆନ୍ଦୋଳନ ଦେଖା ଦେବା ସହ ବିଧାୟକ ଦିଲୀପ ରାୟ ଦଳ ଛାଡିବାକୁ ଧମକ ଦେଇଥିଲେ। ଏହାପରେ ୨୦୧୭ ଜୁଲାଇ ୨୧ ତାରିଖରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ବ୍ରହ୍ମଣୀ ଦ୍ୱିତୀୟ ସେତୁର ଶିଳାନ୍ୟାସ କରି ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି କହିଥିଲେ। ମାତ୍ର ଏ ପର୍ଯ୍ୟନ୍ତ କାମ୍ଭ ଆରମ୍ଭ ନହେବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି।

Related story