ରାଜ୍ୟସଭା ରେସ୍‌: ସନ୍ଦେଶ ଦେବ ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଖାଲି ପଡ଼ିଥିବା ୪ଟି ଆସନ ପାଇଁ ମାର୍ଚ୍ଚ ୨୬ତାରିଖରେ ନିର୍ବାଚନ ହେବା ନେଇ କାର୍ଯ୍ୟସୂଚୀ ଜାରି ହେବାପରେ ଶାସକ ବିଜେଡିରେ ଉଷ୍ମତା ବଢ଼ିଯାଇଛି । ବିଜେପିକୁ ୪ର୍ଥ ଆସନ ଛାଡ଼ିବା ନେଇ ରହିଥିବା ଅନିଶ୍ଚିତତା ମଧ୍ୟରେ ବିଜେଡି ନିଜର ୪ ଜଣ ପ୍ରାର୍ଥୀଙ୍କୁ କିଭଳି ଜିତାଇବ ଓ କେଉଁ ଆଧାରରେ ଦଳୀୟ ପ୍ରାର୍ଥୀ ନିର୍ଦ୍ଧାରଣ ହେବ ସେ ନେଇ ରଣନୀତି ଚୂଡ଼ାନ୍ତ କରିଥିବା ସୂଚନା ମିଳିଛି । ଦଳ ଚଳିତ ରାଜ୍ୟସଭା ନିର୍ବାଚନ […]

bip

bip

Manoranjan Sial
  • Published: Tuesday, 25 February 2020
  • Updated: 25 February 2020, 03:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶାରେ ଖାଲି ପଡ଼ିଥିବା ୪ଟି ଆସନ ପାଇଁ ମାର୍ଚ୍ଚ ୨୬ତାରିଖରେ ନିର୍ବାଚନ ହେବା ନେଇ କାର୍ଯ୍ୟସୂଚୀ ଜାରି ହେବାପରେ ଶାସକ ବିଜେଡିରେ ଉଷ୍ମତା ବଢ଼ିଯାଇଛି । ବିଜେପିକୁ ୪ର୍ଥ ଆସନ ଛାଡ଼ିବା ନେଇ ରହିଥିବା ଅନିଶ୍ଚିତତା ମଧ୍ୟରେ ବିଜେଡି ନିଜର ୪ ଜଣ ପ୍ରାର୍ଥୀଙ୍କୁ କିଭଳି ଜିତାଇବ ଓ କେଉଁ ଆଧାରରେ ଦଳୀୟ ପ୍ରାର୍ଥୀ ନିର୍ଦ୍ଧାରଣ ହେବ ସେ ନେଇ ରଣନୀତି ଚୂଡ଼ାନ୍ତ କରିଥିବା ସୂଚନା ମିଳିଛି । ଦଳ ଚଳିତ ରାଜ୍ୟସଭା ନିର୍ବାଚନ ମାଧ୍ୟମରେ ମହିଳା ଓ ଓବିସି ବର୍ଗ ପ୍ରତି ଥିବା ନିଜର ପ୍ରାଥମିକତା ଓ ପ୍ରତିବଦ୍ଧତାର ସନ୍ଦେଶ ଜାତୀୟସ୍ତରରେ ଦେବାକୁ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି ।

ବିଜେଡିର ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଦଳ ୪ଟି ଯାକ ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଉପରେ ଏବେ ଗୁରୁତ୍ୱ ଦେଉଛି । ଦଳର ଆଇଟି ୱିଙ୍ଗ ମୁଖ୍ୟ ତଥା ମୁଖପାତ୍ର ଅମର ପଟ୍ଟନାୟକ ଗଣମାଧ୍ୟମରେ ଏନେଇ ପ୍ରତିକ୍ରିୟା ଦେଇ ପରୋକ୍ଷ ମଧ୍ୟ ତାହା ସ୍ପଷ୍ଟ କରିସାରିଛନ୍ତି । ଦଳ ସମସ୍ତ ୪ଟି ଆସନ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ନେଇ ପ୍ରାରମ୍ଭିକସ୍ତରରେ ଆଲୋଚନା କରି ରଣନୀତି ପ୍ରସ୍ତୁତ ସାରିଛି ଓ ବିଜେଡି ସୁପ୍ରିମୋ ମଧ୍ୟ ଏହି ରଣନୀତି ଉପରେ ଆଗେଇବା ପାଇଁ ସବୁଜ ସଙ୍କେତ ଦେଇଥିବା ଜଣାପଡ଼ିଛି। ବିଜେଡି ମହିଳାଙ୍କୁ ବିଧାନସଭା ଓ ସଂସଦରେ ୩୩% ସଂରକ୍ଷଣ ଓ ଓବିସି ଗଣନା ଉପରେ ଗୁରୁତ୍ୱ ଦେଉଥିବାରୁ ଏହି ଦୁଇ ବର୍ଗରୁ ୨ଟି ପ୍ରାର୍ଥୀ ପଠାଇବା ପ୍ରାୟତଃ ନିଶ୍ଚିତ। ସେହିପରି ଅନ୍ୟ ୨ଟି ଆସନ ପାଇଁ ଦଳ କୌଣସି ଅନୁସୂଚିତ ଜନଜାତି ବର୍ଗର ନେତାଙ୍କୁ ମଧ୍ୟ ବିଚାରକୁ ନେବାର ଯଥେଷ୍ଟ ସମ୍ଭାବନା ରହିଛି ।

ବିଜେଡି ସୂତ୍ର ଅନୁସାରେ, ବିଧାନସଭା ଓ ସଂସଦରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ପ୍ରସଙ୍ଗକୁ ନେଇ ନିର୍ବାଚନ ପୂର୍ବରୁ ବିଜେଡି ଜାତୀୟସ୍ତରରେ ଉଦ୍ୟମ କରିଥିବାରୁ ଏବେ ତାହା ଉପରେ ଅଧିକ ଫୋକସ ଦେଉଛି। ଯଦିଓ ୫ଜଣ ମହିଳାଙ୍କୁ ଲୋକସଭାକୁ ପଠାଇଛି ଓ ରାଜ୍ୟସଭାରେ ସରୋଜିନୀ ହେମ୍ବ୍ରମଙ୍କ କାର୍ଯ୍ୟକାଳ ଏପ୍ରିଲ ୨ରେ ଶେଷ ହେଉଛି । ତଥାପି ଏହି ମହିଳା ସାଂସଦମାନଙ୍କ ପ୍ରଦର୍ଶନ ନିରାଶାଜନକ ଥିବାରୁ ବିଜେଡି ସୁପ୍ରିମୋ ଖପ୍ପା ଅଛନ୍ତି । ତା’ଛଡ଼ା ରାଜ୍ୟସଭାରେ ଦଳର ମହିଳା ପ୍ରତିନିଧିତ୍ୱ ବି ଜରୁରୀ । ଯେଉଁଥିପାଇଁ ଭଲ ପ୍ରଦର୍ଶନ କରିପାରୁଥିବା ଦକ୍ଷ ଓ ଉଚ୍ଚ ଶିକ୍ଷିତ ନେତ୍ରୀଙ୍କୁ ଦଳ ଭିତରୁ ଚୟନ କରିବା ପାଇଁ ପରାମର୍ଶ ଦେଇଛନ୍ତି । ସେହି ଆଧାରରେ ଦଳ ନିଜର ମହିଳା ଚେହେରା ଭାବେ ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ରଙ୍କୁ ରାଜ୍ୟସଭାକୁ ପଠାଇବାକୁ ବିଚାର କରୁଥିବା ସୂଚନା ମିଳିଛି । ଶ୍ରୀମତୀ ମିଶ୍ରଙ୍କର ମଧ୍ୟ ଦଳର ଭୋଟବ୍ୟାଙ୍କ ଭାବେ ପରିଚିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ ଦଖଲ ଥିବା ଜଣାପଡ଼ିଛି ।

ସେହିପରି ଓବିସି ଗଣନା ଉପରେ ଏବେ ଦଳ ପ୍ରାଥମିକତା ଦେଉଥିବାରୁ ଜଣେ ଓବିସି ବର୍ଗର ନେତାଙ୍କୁ ପଠାଇବାର ଯଥେଷ୍ଟ ସମ୍ଭାବନା ଅଛି। ତେବେ ଏହି ରେସରୁ ପରାଜିତ ନେତା(ସାଧାରଣ ନିର୍ବାଚନରେ)ଙ୍କୁ ସମ୍ପୂର୍ଣ୍ଣ ଦୂରେଇ ରଖାଯାଇଛି। ପ୍ରାର୍ଥୀ ହେବାକୁ ଆଶାୟୀ ଥିବା ତଥା ଦଳୀୟ ସୁପ୍ରିମୋଙ୍କ କଥାରେ ନିର୍ବାଚନ ଲଢ଼ିନଥିବା ଏଭଳି ବର୍ଗର ନେତାଙ୍କୁ ଏବେ ଖୋଜା ଚାଲିଛି।

ସେହିପରି ଦଳର ସୁପ୍ରିମୋ ନିର୍ବାଚନ ସମୟରେ ଦୁଇ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ ଓ ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କୁ ଚଳିତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଭାବେ ବିଜେଡି ପଠାଇବାର ସମ୍ଭାବନା ରହିଛି। ସେହିପରି ଦଳ ଚଳିତ ନିର୍ବାଚନରେ ପଦ୍ମଶ୍ରୀ ନୀଳମାଧବ ପଣ୍ଡା, ଦିଲ୍ଲୀପ ରାୟ, ଆଡଭୋକେଟ୍ ଜେନେରାଲ ଅଶୋକ ପରିଜା ଆଦିଙ୍କ ନାଁ ଉପରେ ମଧ୍ୟ ବିଚାର କରୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଏପ୍ରିଲ ୨ତାରିଖରେ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ ଓ ରଞ୍ଜିବ ବିଶ୍ୱାଳଙ୍କ କାର୍ଯ୍ୟକାଳ ଶେଷ ହେଉଛି । ତା’ଛଡ଼ା ପୂର୍ବରୁ ଇସ୍ତଫା ଦେଇଥିବା ଅନୁଭବ ମହାନ୍ତିଙ୍କ ଆସନଟି ମଧ୍ୟ ଖାଲି ପଡ଼ିଛି । ଏହି ୪ଟି ଯାକ ଆସନରେ ନିର୍ବାଚନ ପାଇଁ ଆସନ୍ତା ମାର୍ଚ୍ଚ ୬ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ଜାରି ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story