ପ୍ରଥମ ଡଙ୍ଗରିଆ ମହିଳା ଭାବେ ବିଦେଶ ଯିବେ ଡିଞ୍ଜ ଡାକାସିକା

Ordigital Desk
  • Published: Friday, 05 January 2018
  • , Updated: 05 January 2018, 11:35 AM IST
<p>ରାୟଗଡ଼ା(ଓଡ଼ିଶା ରିପୋର୍ଟର): ଆଦିମ ଜନଜାତି ଡଙ୍ଗରିଆ ସମ୍ପ୍ରଦାୟର ପ୍ରଥମ ମହିଳା ଭାବେ ବିଦେଶ ଗସ୍ତରେ ଯିବେ ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ କୁର୍ଲୀ ପଂଚାୟତର ସରପଂଚ ଡିଞ୍ଜ ଡାକାସିକା। ଏଥିପାଇଁ ତାଙ୍କୁ ପାସପୋର୍ଟ ମିଳିଛି। ଆସନ୍ତା୨୪ ତାରିଖରେ ଇଣ୍ଡୋନେସିଆରେ ହେବାକୁ ଥିବା ଚଳଚ୍ଚିତ୍ର ମହୋତ୍ସବରେ ସେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଭୁବନେଶ୍ୱରର ଏକ ଫିଲ୍ମ ନିର୍ମାଣ ସଂସ୍ଥା ଡିଞ୍ଜଙ୍କ ପାଇଁ ଏହି ପାସପୋର୍ଟ ବ୍ୟବସ୍ଥା କରିଛନ୍ତି। ପୂର୍ବରୁ ୨୦୧୬ ମସିହାରେ ଡିଞ୍ଜ ଶ୍ରେଷ୍ଠ ମହିଳା ସରପଞ୍ଚ ଭାବେ ଏକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ହୋଇଥିଲେ।</p> <p>ଜଣେ ଡଙ୍ଗରିଆ ମହିଳା ପ୍ରଥମ ଥର ପାର୍ସପୋର୍ଟ ପାଇବା ସହ ବିଦେଶ ଯିବା ପାଇଁ ମନୋନୀତ ହେବାପରେ ଡଙ୍ଗରିଆ ଅଞ୍ଚଳ ଓ&nbsp; ରାୟଗଡ଼ା ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି।</p>

Related story