ଭୁବନେଶ୍ୱରରୁ ରାଜସ୍ଥାନ ଓ ଗୋଆକୁ ଉଡ଼ିବ ବିମାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ। ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ। ଗତ ସେପ୍ଟେମ୍ବର ୧୭ରେ ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାର ପ୍ରତ୍ୟୁତ୍ତରରେ ସିନ୍ଧିଆ ଉଲ୍ଲେଖ କରିଛନ୍ତି ଯେ, ନଭେମ୍ବର ୨ରୁ ଗୋଲାପି ସହର ଜୟପୁରକୁ ସିଧାସଳଖ ବିମାନ ଉଡ଼ିବ। ସପ୍ତାହରେ ୩ଥର […]

Flight to goa and jaipur

Madhupriya Mistry
  • Published: Saturday, 16 October 2021
  • , Updated: 16 October 2021, 01:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର) ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ସିଧାସଳଖ ଉଡ଼ିବ ବିମାନ। ଆସନ୍ତା ନଭେମ୍ବର ୨ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ।

ଗତ ସେପ୍ଟେମ୍ବର ୧୭ରେ ଏ ସମ୍ପର୍କରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାର ପ୍ରତ୍ୟୁତ୍ତରରେ ସିନ୍ଧିଆ ଉଲ୍ଲେଖ କରିଛନ୍ତି ଯେ, ନଭେମ୍ବର ୨ରୁ ଗୋଲାପି ସହର ଜୟପୁରକୁ ସିଧାସଳଖ ବିମାନ ଉଡ଼ିବ।

ସପ୍ତାହରେ ୩ଥର ଏହି ବିମାନ ଚଳାଚଳ କରିବ। ଏହି ବିମାନ ସେବା ଆରମ୍ଭ ହେବା ଦ୍ୱାରା ମନ୍ଦିରମାଳିନୀ ଭୁବନେଶ୍ୱର ଏବଂ ଗୋଲାପି ସହର ଜୟପୁର ମଧ୍ୟରେ ବିମାନ ସେବାର ଯାତ୍ରୀଙ୍କୁ ସୁବିଧା ପ୍ରଦାନ କରିବ। ଏହାସହ ଉଭୟ ରାଜ୍ୟର ଅର୍ଥନୀତିକୁ ମଧ୍ୟ ମଜଭୁତ୍ କରିବାରେ ସହାୟକ ହେବ ବୋଲି ସିନ୍ଧିଆ ଚିଠିରେ ଉଲ୍ଲେଖ କରିଛନ୍ତି ।

ସେହିଭଳି ଗୋଆକୁ ମଧ୍ୟ ରାଜଧାନୀ ଭୁବନେଶ୍ୱରରୁ ଉଡ଼ିବ ବିମାନ। ଡିସେମ୍ବର ୧ତାରିଖରୁ ଦୈନିକ ଗୋଆକୁ ବିମାନ ଯାତ୍ରା ସୁବିଧା ମିଳିବ।

ନଶ୍ଚିତ ଭାବେ ଏହି ବିମାନ ସେବା ଆରମ୍ଭ ହେବା ଦ୍ୱାରା ଟୁରିଜିମ କ୍ଷେତ୍ରରେ ବିକାଶ ହେବ ବୋଲି ଭୁବନେଶ୍ୱର ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରଭାତ ରଞ୍ଜନ ବେହେରା କହିଛନ୍ତି। ସେପଟେ ପର୍ଯ୍ୟଟକଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି  ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ବିମାନ ସେବା ଦୈନିକ କରାଯିବ ବୋଲି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା।

Related story