ଡେଟିଂ ଆପ୍‌ରେ ଡାର୍ଟି ଏଣ୍ଡିଂ , ଏବେ ସମସ୍ତେ ମାମୁ ଘରେ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଟିଣ୍ଡର ଆପ୍‌ରେ ଡେଟିଂର ଡାର୍ଟି ଏଣ୍ଡିଂ । ଭୁବନେଶ୍ୱର ଟିଣ୍ଡର ଆପ୍ ମାମଲାରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍‌। ଥାନାରେ ପରସ୍ପର ବିରୋଧୀ ୨ଟି ମାମଲା ରୁଜୁ ହୋଇଛି । ଯୁବତୀଙ୍କ ଅଭିଯୋଗ ଆଧାରରେ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିବା ବେଳେ ବ୍ୟାଙ୍କ ଅଧିକାରୀଙ୍କ ପାଲଟା ଅଭିଯୋଗ କ୍ରମେ ଯୁବତୀ ଓ ତାଙ୍କ ୩ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଯୁବତୀ ଓ ପୁରୁଷ […]

Sonepur-750x430 - Copy

Tapas Behera
  • Published: Sunday, 12 January 2020
  • , Updated: 12 January 2020, 08:04 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଟିଣ୍ଡର ଆପ୍‌ରେ ଡେଟିଂର ଡାର୍ଟି ଏଣ୍ଡିଂ । ଭୁବନେଶ୍ୱର ଟିଣ୍ଡର ଆପ୍ ମାମଲାରେ ୫ ଜଣଙ୍କୁ ଗିରଫ କରିଛି କମିଶନରେଟ ପୁଲିସ୍‌। ଥାନାରେ ପରସ୍ପର ବିରୋଧୀ ୨ଟି ମାମଲା ରୁଜୁ ହୋଇଛି ।

ଯୁବତୀଙ୍କ ଅଭିଯୋଗ ଆଧାରରେ ବରିଷ୍ଠ ବ୍ୟାଙ୍କ ଅଧିକାରୀଙ୍କୁ ଦୁଷ୍କର୍ମ ମାମଲାରେ ଗିରଫ କରାଯାଇଥିବା ବେଳେ ବ୍ୟାଙ୍କ ଅଧିକାରୀଙ୍କ ପାଲଟା ଅଭିଯୋଗ କ୍ରମେ ଯୁବତୀ ଓ ତାଙ୍କ ୩ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପୁଲିସ ଗିରଫ କରିଛି । ଯୁବତୀ ଓ ପୁରୁଷ ବନ୍ଧୁଙ୍କ ବିରୋଧରେ ଅପହରଣ, ଟଙ୍କା ହଡ଼ପ ଭଳି ସଙ୍ଗୀନ ଅଭିଯୋଗ ଲାଗିଛି । ଆସନ୍ତାକାଲି ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବ।

ଟିଣ୍ଡର ଆପ୍‌ରେ ଫ୍ରେଣ୍ଡସିପ୍ କରି ଅପହରଣ ଓ ବ୍ଲାକମେଲିଂର ଶିକାର ହୋଇଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ଆଣିଥିଲେ ସଂପୃକ୍ତ ବ୍ୟାଙ୍କ ଅଧିକାରୀ। ପୁଲିସ ଅଭିଯୋଗର ତଦନ୍ତ କରିବାବେଳେ ଅଭିଯୁକ୍ତ ଯୁବତୀ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ପାଲଟା ଦୁଷ୍କର୍ମ ଅଭିଯୋଗ କରିଥିଲେ । ପୁଲିସ ଦୁଇ ପକ୍ଷର ୫ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ଜାନୁଆରୀ ୨ ତାରିଖରେ ‘ଟିଣ୍ଡର’ ଆପ୍‌ ଜରିଆରେ ଉଭୟେ ନିକଟତର ହୋଇଥିଲେ। ପ୍ରଥମେ ଚାଟିଂ ମାଧ୍ୟମରେ ବାର୍ତ୍ତାଳାପ ହୋଇଥିଲେ। ପରେ ଅର୍ଥାତ ଜାନୁଆରୀ ୩ ତାରିଖରେ ଉଭୟ ଚା’ ପିଇବା ବାହାନାରେ ଦେଖା ହୋଇଥିଲେ। ଆଉ ତା’ପରେ ଆରମ୍ଭ ହୋଇଥିଲା ପ୍ରେମର ବାର୍ତ୍ତାଳାପ। ତେବେ ଜାନୁଆରୀ ୪ ତାରିଖରେ ସଂପୃକ୍ତ ବ୍ୟାଙ୍କ କର୍ମଚାରୀଙ୍କ ରୁମ୍‌ରେ ମଦ୍ୟପାନର ଆସର ସହ ଉଭୟଙ୍କ ମଧ୍ୟରେ ହୋଇଯାଏ ଶାରୀରିକ ସମ୍ପର୍କ। ଏହାର ଭିଡିଓ ସୁଟିଂ ଯୁବତୀ ଜଣକ କରିଥିବା ଅଭିଯୋଗ ହୋଇଥିଲା।

ତେବେ ସଂପୃକ୍ତ ବ୍ୟାଙ୍କ ଅଧିକାରୀଙ୍କ କହିବା ଅନୁସାରେ, ମୁଣ୍ଡ ବୁଲାଉଥିବା କହିବାରୁ ସଂପୃକ୍ତ ଯୁବତୀଙ୍କୁ ଜାନୁଆରୀ ୮ ତାରିଖରେ ବାଇକ୍‌ ବସାଇ ମେଡ଼ିକାଲ୍ ନେଉଥିଲେ ସେ। କିନ୍ତୁ ଚନ୍ଦ୍ରଶେଖରପୁର ଅଞ୍ଚଳରେ କେତେକ ଯୁବକ ବ୍ୟାଙ୍କ କର୍ମଚାରୀଙ୍କୁ ଅଟକାଇବା ସହ ଲୁଟ୍‌ପାଟ୍‌ କରିଥିଲେ। ଏହାପରେ ଅପହରଣ କରି ନେଇ ନିକଟସ୍ଥ ଏକ ଅଜଣା ଘରେ ରଖିଥିଲେ। ସେଠାରେ ସଂପୃକ୍ତ ଯୁବତୀଙ୍କ ସହ ମିଶି ଯୁବକମାନେ ୫ ଲକ୍ଷ ଟଙ୍କା ଦାବି କରିଥିଲେ। ଟଙ୍କା ନଦେଲେ ଫସାଇଦେବାକୁ ଧମକ ଦେଇଥିଲେ। ଆଉ ସେମାନଙ୍କ କଥାରେ ରାଜି ହୋଇ ଘରକୁ ଆସିବା ପରଠାରୁ ତାଙ୍କ ଆକାଉଣ୍ଟରୁ କ୍ରମାଗତ ଭାବେ ଗାୟବ ହେବାରେ ଲାଗିଥିଲା ଟଙ୍କା। ଶେଷରେ ଆଜି ବ୍ୟାଙ୍କ ଅଧିକାରୀ ଜଣକ ଚନ୍ଦ୍ରଶେଖରପୁର ଥାନାର ଦ୍ୱାରସ୍ଥ ହୋଇଥିଲେ।

ସେପଟେ ପାଲଟା ଅଭିଯୋଗ ଆଣି ସଂପୃକ୍ତ ଯୁବତୀ କହିଥିଲେ ଯେ, ବିନା ସହମତିରେ ତାଙ୍କୁ ମଦ ପିଆଇବା ସହ ଶାରୀରିକ ସମ୍ପର୍କ ରଖିଛନ୍ତି ବ୍ୟାଙ୍କ କର୍ମଚାରୀ। ଏପରିକି ଭିଡ଼ିଓ ମଧ୍ୟ ସୁଟ୍ କରିଥିବା ଅଭିଯୋଗ ଆଣିଥିଲେ।

Related story