ଶୁଣି ପାରନ୍ତିନି କି କହିପାରନ୍ତିନି, କିନ୍ତୁ ମନର ଭାବ ରୂପ ନିଏ କାନଭାସରେ

ଅନୁଗୋଳ(ବିରଜା ପ୍ରସାଦ ଦାଶ): ସେମାନେ ଜନ୍ମରୁ ଦିବ୍ୟାଙ୍ଗ । ଶୁଣି ପାରନ୍ତିନି କି କଥା ବି କହିପାରନ୍ତିନି । ହେଲେ ମନର ଭାବକୁ ପରିପ୍ରକାଶ ପାଇଁ ସେମାନଙ୍କ ଆଗରେ ନାହିଁ କିଛି ବି ପ୍ରତିବନ୍ଧକ। ଜଣଙ୍କ ହାତର ପେନସିଲ କଥା କହୁଥିବା ବେଳେ ଅନ୍ୟ ଜଣଙ୍କ ପରିକଳ୍ପନା ଚିତ୍ରରେ ରୂପ ନିଏ । ଏହି ଦିବ୍ୟାଙ୍ଗ ଦୁଇ ଭାଇ ହେଲେ ଅନୁଗୁଳ ଜିଲ୍ଲା କୁକୁଡ଼ାଙ୍ଗ ଗାଁର ନିର୍ମଳ ବାରିକଙ୍କ ଦୁଇ ପୁଅ ଶୁଭମ ଓ ପ୍ରୀତମଙ୍କ। ପାଟି […]

b-9cc

Tapas Behera
  • Published: Monday, 13 January 2020
  • , Updated: 13 January 2020, 04:08 PM IST

ଅନୁଗୋଳ(ବିରଜା ପ୍ରସାଦ ଦାଶ): ସେମାନେ ଜନ୍ମରୁ ଦିବ୍ୟାଙ୍ଗ । ଶୁଣି ପାରନ୍ତିନି କି କଥା ବି କହିପାରନ୍ତିନି । ହେଲେ ମନର ଭାବକୁ ପରିପ୍ରକାଶ ପାଇଁ ସେମାନଙ୍କ ଆଗରେ ନାହିଁ କିଛି ବି ପ୍ରତିବନ୍ଧକ। ଜଣଙ୍କ ହାତର ପେନସିଲ କଥା କହୁଥିବା ବେଳେ ଅନ୍ୟ ଜଣଙ୍କ ପରିକଳ୍ପନା ଚିତ୍ରରେ ରୂପ ନିଏ । ଏହି ଦିବ୍ୟାଙ୍ଗ ଦୁଇ ଭାଇ ହେଲେ ଅନୁଗୁଳ ଜିଲ୍ଲା କୁକୁଡ଼ାଙ୍ଗ ଗାଁର ନିର୍ମଳ ବାରିକଙ୍କ ଦୁଇ ପୁଅ ଶୁଭମ ଓ ପ୍ରୀତମଙ୍କ।

ପାଟି ସିନା ଖୋଲେନି, ହେଲେ କଥା କହେ ହାତ । ମନର ଭାବ ଭାଷାରେ ନହେଲେ ବି ରୂପ ନିଏ କାନଭାସରେ । ଶୁଭମ ଓ ପ୍ରୀତମ୍ ଜନ୍ମରୁ ଦିବ୍ୟାଙ୍ଗ। କଥା କହିବାକୁ ପାଟି ଖୋଲେନି କି ଶୁଣି ବି ପାରନ୍ତିନି। ଭଗବାନ ଏମାନଙ୍କୁ ଏଥିରେ ସିନା ଉଣା କରିଦେଲେ, ହେଲେ ସେମାନଙ୍କ ଅନ୍ତର୍ନିହିତ ଗୁଣ କିନ୍ତୁ ସୁଦୁରପ୍ରସାରୀ।

ଏଇ ବୟସରୁ ଏମାନେ ଚିତ୍ରକଳାରେ ଯେ ଏତେ ସିଦ୍ଧହସ୍ତ ତାହା ଆଖିରେ ନଦେଖିଲେ ବିଶ୍ୱାସ ହେବନି। ବଡ଼ ପୁଅ ଶୁଭମ ଏଇ କୁନି ହାତରେ ଯେତେବେଳେ ପେନସିଲ ଧରେ, ସେତେବେଳେ ଜୀବନ୍ତ ହୋଇଯାଆନ୍ତି ତା ଆଖି ସାମ୍ନାରେ ଥିବା ଚରିତ୍ର । ଆଉ ସାନ ପୁଅ ପ୍ରୀତମର ମୂର୍ତ୍ତିକଳାରେ ରହିଛି ଅହେତୁକ ରୁଚି।

ଦୁଇ ପୁଅ ଜନ୍ମରୁ ଦିବ୍ୟାଙ୍ଗ ହୋଇଥିଲେ ବି ଏହାକୁ ନେଇ କେବେ ସମସ୍ୟା କି ବୋଝ ଭୋଲି ଭାବି ନାହାନ୍ତି, ଏମାନଙ୍କ ବାପା-ମାଆ ବରଂ ସେମାନଙ୍କ ଆଗ୍ରହ ଏବଂ ରୁଚିକୁ ସମ୍ମାନ ଯୋଗାଇ ଦେଉଛନ୍ତି ସବୁ ପ୍ରକାର ସହଯୋଗ । ଖାଲି ଅନ୍ତର୍ନିହିତ କଳାର ବିକାଶ ପାଇଁ ସୁଯୋଗ ନୁହେଁ, ଉଭୟଙ୍କୁ ସ୍ଥାନୀୟ ଦିବ୍ୟାଙ୍ଗ ବିଦ୍ୟାଳୟରେ ପାଠ ବି ପଢାଉଛନ୍ତି । ଏଣେ ସ୍କୁଲରେ ପାଠପଢ଼ା ସାଙ୍ଗକୁ ଉଭୟ ଚିତ୍ରକଳା ଓ ମୂର୍ତ୍ତି ନିର୍ମାଣରେ ରାଜ୍ୟ ଓ ଜାତୀୟ ସ୍ତରରେ ସୁନାମ ସହ ବହୁ ମାନ ସମ୍ମାନର ଅଧିକାରୀ ହେଲେଣି ଏ ଦୁଇ ଭାଇ।

Related story