ଆମେ ହାରି ଯାଇନୁ

ବଲାଙ୍ଗିର (ମନ ରଞ୍ଜନ ଯୋଶୀ): ଆଜି ହେଉଛି ବିଶ୍ୱ ଭିନ୍ନକ୍ଷମ ଦିବସ। ଅକିଏ ଜନ୍ମରୁ ଭିନ୍ନକ୍ଷମ ଥାଏ ତ’ ଆଉ କିଏ ଦୁର୍ଘଟଣାରେ ଭିନ୍ନକ୍ଷମ ହୋଇଯାଏ । କିନ୍ତୁ ଭିନ୍ନକ୍ଷମ ହୋଇଯିବା ପରେ, ଜୀବନ ଯୁଦ୍ଧରେ ହାରିଯାଇ, ଅନେକ ଭିକ୍ଷାବୃତ୍ତିକୁ ଆପଣାଇ ନିଅନ୍ତି । କିନ୍ତୁ ସମାଜରେ ଏପରି କିଛି ଭିନ୍ନକ୍ଷମ ଅଛନ୍ତି, ଯେଉଁ ମାନେ କେବେବି ହାରମାନିନାହାନ୍ତି । ଜୀବନ ଜୀଇଁବା ପାଇଁ  ଜାରି ରଖିଛନ୍ତି  ସଂଘର୍ଷ।  ସରକାରୀ ପ୍ରତ୍ସୋହନ ନଥିଲେ ବି, ସେମାନେ ଆତ୍ମନିର୍ଭର। […]

jj

jj

Tapas Behera
  • Published: Thursday, 03 December 2020
  • Updated: 03 December 2020, 04:11 PM IST

Sports

Latest News

ବଲାଙ୍ଗିର (ମନ ରଞ୍ଜନ ଯୋଶୀ): ଆଜି ହେଉଛି ବିଶ୍ୱ ଭିନ୍ନକ୍ଷମ ଦିବସ। ଅକିଏ ଜନ୍ମରୁ ଭିନ୍ନକ୍ଷମ ଥାଏ ତ’ ଆଉ କିଏ ଦୁର୍ଘଟଣାରେ ଭିନ୍ନକ୍ଷମ ହୋଇଯାଏ । କିନ୍ତୁ ଭିନ୍ନକ୍ଷମ ହୋଇଯିବା ପରେ, ଜୀବନ ଯୁଦ୍ଧରେ ହାରିଯାଇ, ଅନେକ ଭିକ୍ଷାବୃତ୍ତିକୁ ଆପଣାଇ ନିଅନ୍ତି । କିନ୍ତୁ ସମାଜରେ ଏପରି କିଛି ଭିନ୍ନକ୍ଷମ ଅଛନ୍ତି, ଯେଉଁ ମାନେ କେବେବି ହାରମାନିନାହାନ୍ତି । ଜୀବନ ଜୀଇଁବା ପାଇଁ  ଜାରି ରଖିଛନ୍ତି  ସଂଘର୍ଷ।  ସରକାରୀ ପ୍ରତ୍ସୋହନ ନଥିଲେ ବି, ସେମାନେ ଆତ୍ମନିର୍ଭର। ଏପରି ଦୁଇଜଣ ଚରିତ୍ର ହେଉଛନ୍ତି ବଲାଙ୍ଗିର ସହରର ମାୟା ଓ ଗୋବିନ୍ଦ ।  ଅଭାବ ଅଛି ସତ କିନ୍ତୁ  ସେମାନେ ଆତ୍ମନିର୍ଭର।  ସଂଘର୍ଷ ଅଛି ସତ କିନ୍ତୁ ସେମାନେ ସଫଳ।

ବଲାଙ୍ଗିର ସହର ବିଭୂତିପଡାର ମାୟା ନାଏକ ।  ବୟସ ୨୬ । ବାମ ହାତ ବଂକେଇ ଯାଇଛି।  ଠିକ ଭାବରେ କାମ କରୁନି  ତଥାପି ଆରାମରେ ପରିବା କଟାଠୁ ଆରମ୍ଭ କରି ଘର ଓଳାଇବା କାମ କରୁଛନ୍ତି ଦିବ୍ୟାଙ୍ଗ ଝିଅ ମାୟା। ଖାଲି ସେତିକି ନୁହେଁ, ନିଜକୁ ଆତ୍ମନିର୍ଭର କରିବା ପାଇଁ, ଅଧିକ ପାଠ ପଢିନଥିଲେ ବି ସେ ଜଣେ, ଜଣାଶୁଣା ସ୍ୱାସ୍ଥ୍ୟକର୍ମୀ  । ଏକ ଘରୋଇ କ୍ଳିନିକରେ କାମ କରନ୍ତି  ମାୟା। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଇଂଜେକସନ ଦେବାଠୁ ଆରମ୍ଭ କରି ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ଯୋଗାଇଦିଅନ୍ତି ।  ଆଉ ତାଙ୍କରି ରୋଜଗାରରେ ହିଁ ପରିବାର ଚଳୁଛି। କିନ୍ତୁ ମାୟାଙ୍କ ସଂଘର୍ଷର କାହାଣୀ ଚଳଚ୍ଚିତ୍ର କାହାଣୀଠୁ କମ ନୁହେଁ ।  ଜନ୍ମରୁ ଠିକଠାକ ଥିଲେ ମାୟା।  ଅନ୍ୟ ଝିଅଙ୍କ ଭଳି, ସେ ବି ଭରପୂର ଉପଭୋଗ କରୁଥିଲେ ଶୈଶବକୁ ।  କିନ୍ତୁ ଆଜଠୁ ୧୫ ବର୍ଷ ତଳେ ଘର ବାହାରେ ଥିବା ନଳକୂପକୁ ପାଣି ନେବା ପାଇଁ ଯାଇଥିବା ବେଳେ ହଠାତ ଜଣେ ମାନସୀକ ବିକୃତ ଲୋକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲା । ତାଙ୍କ ଦେହରେ ଆଜିବି ସତେଜ ରହିଛି ସେଦିନର କଟାଦାଗ ।  ଗୁରୁତର ଅବସ୍ଥାରେ ବଲାଙ୍ଗିରରୁ ବୁର୍ଲା ନିଆଗଲା । ଗୋଟିଏ ବର୍ଷ ଧରି ଚିକିତ୍ସା ହେଲା ପରେ, ନୂଆ ଜୀବନ ପାଇ ବଲାଙ୍ଗିର ଫେରିଥିଲେ ମାୟା।  ହେଲେ ବାମ ହାତ ବଂକେଇଗଲ। ଆଉ କାମ କଲାନି । ଏବେ ସାହାରା କହିଲେ ଡାହାଣ ହାତ । କିନ୍ତୁ ମାନସିକ ସ୍ତରରେ ଖୁବ ମଜବୁତ ମାୟା । ନିଜେ ନିଜେ ଚେଷ୍ଟା କରି, ଆଜି ଜଣେ ଘରୋଇ ସ୍ୱାସ୍ଥ୍ୟକର୍ମୀ  କିନ୍ତୁ ଏବେବି  ଜାରୀ ରହିଛି ଜୀବନ ଜୀଇଁବା ପାଇଁ ସଂଘର୍ଷ ।

ସେହିପରି ଆଉଜଣେ ଦିବ୍ୟାଙ୍ଗ ହେଉଛନ୍ତି ଗୋବିନ୍ଦ ଦାସ।  ବୟସ ପାଖାପାଖି ୭୦ । ବଲାଙ୍ଗିର ସହର ପ୍ରତାପସାଗରପଡାରେ ପ୍ରାୟ ୫୦ ବର୍ଷ ହେବ ପରିବାର ସହ ରହୁଛନ୍ତି ଗୋବିନ୍ଦ । ଆଜିଠୁ ଠିକ ୫୦ ବର୍ଷ ତଳେ, କାମଧନ୍ଧା ଅନ୍ୱେଷଣରେ ସୁଦୂର କେନ୍ଦ୍ରାପଡା ଜିଲ୍ଳାରୁ ବଲାଙ୍ଗିର ଆସିଥିଲେ ଗୋବିନ୍ଦ । ଯଦିଓ ଜନ୍ମରୁ ପୋଲିଓ ଆକ୍ରାନ୍ତ । ବାମ ଗୋଡ କାମ କରେନାହିଁ  । ତଥାପି ମନରେ ସାହାସ ବାନ୍ଧି, ବଲାଙ୍ଗିର ଚାଲିଆସିଥିଲେ କାମଧନ୍ଧା କରିବାକୁ । ଏଠି କିନ୍ତୁ ସେମିତି କିଛି କାମଧନ୍ଧା ମିଲିନଥିଲା । ତେଣୁ ଛୋଟିଆ ପାନଦୋକାନଟିଏ କରି ଆତ୍ମନିର୍ଭର ହେବାର ଚେଷ୍ଟା କରିଥିଲେ।  ଆଉ ସେବେଠୁ ଆଜିଯାଏ ସେହି ଛୋଟିଆ ପାନ ଦୋକାନରେ ହିଁ  ପରିବାର ପରିପୋଷଣ ହୁଏ ।  ସୀମିତ ରୋଜଗାରରେ ଦୁଇଝିଅଙ୍କୁ ବାହା ଦେଇଥିବା ବେଳେ, ଏବେ ପୁଅ ବୋହୂ ସହ ରହୁଛନ୍ତି ଗୋବିନ୍ଦ ।  କିନ୍ତୁ ସରକାରୀ ଜାଗାରେ ଘରଟିଏ କରି ମୁଣ୍ଡ ଗୁଜୁଂଥିଲେ  ହେଲେ ପ୍ରଶାସନର ଜବରଦଖଲ ଉଚ୍ଛେଦରେ ଘର ହରାଇଛନ୍ତି ।

ଭୂମିହୀନ ହୋଇଥିଲେ ବି ଆଜିଯାଏ, ସରକାରୀ ଯୋଜନାରେ ଜାଗାଟିଏ ପାଇନାହାନ୍ତି କି କୌଣସି ଆବାସ ଯୋଜନାରେ ଅର୍ନ୍ତଭୁକ୍ତ ହୋଇନାହାନ୍ତି । ଏପରିକି ସରକାରଙ୍କ ଢୋଳପିଟା ଟଙ୍କାକିଆ ଚାଉଳ ଯୋଜନାରେ ବି ଅର୍ନ୍ତଭୂକ୍ତ ହୋଇାନାହାନ୍ତି । ଭିନ୍ନକ୍ଷମ ଗୋବିନ୍ଦ  ସରକାରୀ ସାହାଯ୍ୟ କହିଲେ, କେବଳ ମାସିକ ସାତ ଶହ ଟଙ୍କାର ଭିନ୍ନକ୍ଷମ ଭର୍ତ୍ତା  ଜୀବନର ଅପରାହ୍ନରେ ପହଞ୍ଚିଥିଲେ ବି, ଜୀବନ ଜିଇଁବା ପାଇଁ ସଂଘର୍ଷ ଜାରୀ ରଖିଛନ୍ତି ଭିନ୍ନକ୍ଷମ ଗୋବିନ୍ଦ।  ହେଲେ ବାର ବାର ଚେଷ୍ଟା କରିବା ସତ୍ୱେ ଏମାନଙ୍କ ଅଭାବ ଅସୁବିଧାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story