କାନ୍ଧ ଉପରେ ୪ ଦିବ୍ୟାଙ୍ଗ ଝିଅଙ୍କ ବୋଝ , ମୁଣ୍ଡ ଗୁଂଜିବାକୁ ଘରଟିଏ ନାହିଁ

ବାଲେଶ୍ୱର (ରଣଜିତ ପାକଳ): ପରିଣତ ବୟସରେ ମୁଣ୍ଡାଇଛନ୍ତି ଚାରି ଦିବ୍ୟାଙ୍ଗ ଝିଅଙ୍କ ବୋଝ। ବିଛଣାରେ ପଡ଼ି ରହିଛନ୍ତି ସ୍ୱାମୀ ଏପଟେ ମୁଣ୍ଡ ଗୁଂଜିବାକୁ ଘରଟିଏ ସୁଦ୍ଧା ନାହିଁ । ପ୍ରହସନ ପାଲଟିଛି ସରକାରଙ୍କ ମାଳ ମାଳ ଯୋଜନା ଆଉ ୟନ୍ତ୍ରଣାରେ ଦିନ ଗଣୁଛନ୍ତି ବୃଦ୍ଧା ହାରାମଣି। ଆମେ କହୁଛୁ ବାଲେଶ୍ୱର ସହର ଉପକଣ୍ଠ ଦୁମୁଦା ଗାଁର ବାଇଧର ଜେନାଙ୍କ ପରିବାରର କଥା । ଛଅ ପ୍ରାଣୀଙ୍କୁ ନେଇ ଏହି ପରିବାର ଉପରେ ଆର୍ଥିକ ଅନଟନର ବୋଝ ଉପରେ […]

6bnm

6bnm

Tapas Behera
  • Published: Wednesday, 09 December 2020
  • Updated: 09 December 2020, 04:05 PM IST

Sports

Latest News

ବାଲେଶ୍ୱର (ରଣଜିତ ପାକଳ): ପରିଣତ ବୟସରେ ମୁଣ୍ଡାଇଛନ୍ତି ଚାରି ଦିବ୍ୟାଙ୍ଗ ଝିଅଙ୍କ ବୋଝ। ବିଛଣାରେ ପଡ଼ି ରହିଛନ୍ତି ସ୍ୱାମୀ ଏପଟେ ମୁଣ୍ଡ ଗୁଂଜିବାକୁ ଘରଟିଏ ସୁଦ୍ଧା ନାହିଁ । ପ୍ରହସନ ପାଲଟିଛି ସରକାରଙ୍କ ମାଳ ମାଳ ଯୋଜନା ଆଉ ୟନ୍ତ୍ରଣାରେ ଦିନ ଗଣୁଛନ୍ତି ବୃଦ୍ଧା ହାରାମଣି। ଆମେ କହୁଛୁ ବାଲେଶ୍ୱର ସହର ଉପକଣ୍ଠ ଦୁମୁଦା ଗାଁର ବାଇଧର ଜେନାଙ୍କ ପରିବାରର କଥା । ଛଅ ପ୍ରାଣୀଙ୍କୁ ନେଇ ଏହି ପରିବାର ଉପରେ ଆର୍ଥିକ ଅନଟନର ବୋଝ ଉପରେ ଲଦି ହୋଇ ଯାଇଛି ଭିନ୍ନ କ୍ଷମତା ଓ ଅସହାୟତାର ନଳିତା ବିଡ଼ା । ଢେର ଦିନ ଧରି ଘରର ମିୁଖିଆ ବାଇଧର ଶଯ୍ୟାଶାୟୀ ଅଛନ୍ତି।  ପୁଣି ଘରର ଚାରି ବଢ଼ିଲା ଝିଅ ହେଉଛନ୍ତି ସମସ୍ତେ ଦିବ୍ୟାଙ୍ଗ। ଏକାବେଳେ ପାଞ୍ଚ ଜଣଙ୍କ ଦେଖାଶୁଣାର ଦାୟିତ୍ୱ ପଡ଼ିଛି ହାରାମଣିଙ୍କ କାନ୍ଧରେ। ଆଉ ସାହା ଭରସା କହିଲେ ଏକମାତ୍ର ଝୁମ୍ପୁଡ଼ି ଘର। ସରକାରଙ୍କ ପକ୍ଷରୁ ମିଳିଥିବା ଇନ୍ଦିରା ଆବାସ ଘର ଏଯାଏ ସଂପୂର୍ଣ୍ଣ ହୋଇ ନାହିଁ ତ ଛଅ ପ୍ରାଣୀ କୁଟୁମ୍ବ ଦିନ ରାତି କାଟୁଛନ୍ତି ଏହି ନୁଆଁଳିଆ ଘରେ। ଆଉ ଜାଗା ନ ଥିବାରୁ ଛେଳି ଗୁହାଳକୁ କରିଛନ୍ତି ରୋଷେଇ ଘର।

ଦିବ୍ୟାଙ୍ଗମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ସରକାର ଯୋଜନା ପରେ ଯୋଜନା କରିଛନ୍ତି। କିନ୍ତୁ ହାରାମଣିଙ୍କ ଚାରି ଝିଅଙ୍କ ପାଖରେ ଏସବୁ ଅପହଞ୍ଚ ହୋଇ ରହିଛି। ଚିକିତ୍ସା କି ଦେଖାଶୁଣା କଥା ଛାଡ଼ନ୍ତୁ, ଏବେ ଏମାନଙ୍କ ପାଇଁ ଦୁଇ ଓଳି ଖାଇବା ବି ଏକରକମ ମୁସ୍କିଲ।  ଏବେ ଗଣମାଧ୍ୟମରୁ ସୂଚନା ପାଇ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହୁଛନ୍ତି ଆଗକୁ ଏହି ପରିବାର ପାଇଁ କିଛି ଟା ପଦକ୍ଷେପ ନେବେ।

ତୃଣମୂଳ ଅଧିକାରୀଙ୍କ ମର୍ଜିରେ ହିତାଧିକାରୀଙ୍କୁ ମିଳୁଛି ସରକାରୀ ଯୋଜନାର ସୁଫଳ। ଯଦି ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରିବା ଛାଡ଼ି ଯୋଜନାର ରୂପାୟନ ଓ କାର୍ଯ୍ୟକାରିତାର ଟିକିନିଖି ତଦାରଖ କରନ୍ତେ ତେବେ ହାରାମଣିଙ୍କ ପରିବାର ଭଳି ଅନେକ ଯୋଗ୍ୟ ହିତାଧିକାରୀଙ୍କ ଭାଗ୍ୟ ବଦଳି ଯାଇପାରନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos