ଲାଞ୍ଚ ଟଙ୍କା ଦେଇ ପାରିଲେନି ବୋଲି ଧାରଣା ଦେଲେ ଭିନ୍ନକ୍ଷମ

ସାଲେପୁର(ମନୋଜ ଆଚାର୍ଯ୍ୟ): ଜଣେ ଭିନ୍ନକ୍ଷମ ବ୍ୟକ୍ତି ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କ। ନ ଦେଇପାରିବାରୁ ୪ମାସ ହେଲାଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରର ଫାଇନାଲ୍ ବିଲ୍ ପାଉ ନାହାଁନ୍ତି। ଫଳରେ ବାଧ୍ୟହୋଇ ସେ ବିଡିଓଙ୍କ ଅଫିସ ସମ୍ମୁଖରେ ଧରଣାରେ ବସିଛନ୍ତି। କଟକ ଜିଲ୍ଲା ସାଲେପୁର ବ୍ଲକ୍ ଓଡାସିଂ ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଘଟଣା। ଓଡାସିଂ ଗ୍ରାମପଞ୍ଚାୟତ ବାସିନ୍ଦା ଜୋଗେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପକ୍କାଘରଟିଏ ମିଳିଥିଲା। ଘରଟି ମଧ୍ୟ କରିସାରିଛନ୍ତି। ହେଲେ ଫାଇବିଲ୍‌ ପାଇଁ ପଞ୍ଚାୟତ […]

ttgg

Rakesh Mallick
  • Published: Friday, 04 May 2018
  • , Updated: 04 May 2018, 07:59 PM IST

ସାଲେପୁର(ମନୋଜ ଆଚାର୍ଯ୍ୟ): ଜଣେ ଭିନ୍ନକ୍ଷମ ବ୍ୟକ୍ତି ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କ। ନ ଦେଇପାରିବାରୁ ୪ମାସ ହେଲାଣି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘରର ଫାଇନାଲ୍ ବିଲ୍ ପାଉ ନାହାଁନ୍ତି। ଫଳରେ ବାଧ୍ୟହୋଇ ସେ ବିଡିଓଙ୍କ ଅଫିସ ସମ୍ମୁଖରେ ଧରଣାରେ ବସିଛନ୍ତି। କଟକ ଜିଲ୍ଲା ସାଲେପୁର ବ୍ଲକ୍ ଓଡାସିଂ ଗ୍ରାମପଞ୍ଚାୟତରେ ଦେଖିବାକୁ ମିଳିଛି ଏପରି ଘଟଣା।

ଓଡାସିଂ ଗ୍ରାମପଞ୍ଚାୟତ ବାସିନ୍ଦା ଜୋଗେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପକ୍କାଘରଟିଏ ମିଳିଥିଲା। ଘରଟି ମଧ୍ୟ କରିସାରିଛନ୍ତି। ହେଲେ ଫାଇବିଲ୍‌ ପାଇଁ ପଞ୍ଚାୟତ ଅଧିକାରୀ ଓ ଜିଆରଏସ୍‌ ଜୋଗେନ୍ଦ୍ରଙ୍କୁ ୩୦୦୦ଟଙ୍କା ଲାଞ୍ଚ ମାଗିଥିଲେ। ଜୋଗେନ୍ଦ୍ର ତାଙ୍କୁ ୧,୫୦୦ ଟଙ୍କା ଦେଇଥିଲେ। ଆଉ ଅବଶିଷ୍ଟ ଟଙ୍କା ଦେବାକୁ ଜୋଗେନ୍ଦ୍ରଙ୍କ ସମର୍ଥ ନ ଥିଲେ। ସେଥିପାଇଁ ଦୀର୍ଘ ୪ମାସ ହେଲାଣି, ଫଟୋଠାରୁ ଆରମ୍ଭ କରି ସମସ୍ତ କାଗଜପତ୍ର ଦାଖଲ୍ କରିଥିଲେ ହେଁ ଜାଣିଶୁଣି ବିଲ୍ ଅର୍ଥ ପ୍ରଦାନ କରାଯାଉନାହିଁ ବୋଲି ଜୋଗେନ୍ଦ୍ର ଅଭିଯୋଗ କରିଛନ୍ତି।

୪ଦିନ ଭିତରେ ତାଙ୍କର ଫଇନାଲ୍ ବିଲ୍ ପ୍ରଦାନ କରାଯିବା ସହ ଲାଞ୍ଚ ଦେବାନେବା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସାଲେପୁର  ବିଡିଓ ଶିବବ୍ରତ ଘୋଷ କହିଛନ୍ତି।

 

 

 

Related story