‘ପରିକ୍ରମା ପ୍ରକଳ୍ପ ଓ ଶ୍ରୀମନ୍ଦିରର ସୁରକ୍ଷା’ ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ତରଫରୁ ‘ପରିକ୍ରମା ପ୍ରକଳ୍ପ ଓ ଶ୍ରୀମନ୍ଦିରର ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟାଭବନ ପ୍ରେକ୍ଷାଳୟ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ କୁଳପତି ଡ.ପ୍ରଫୁଲ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଭୁବନେଶ୍ୱର ନିଗମ କଳ୍ପତରୁ ଆଶ୍ରମର ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସଂଗ୍ରାମ କେଶରୀ ପଟ୍ଟନାୟକ, ବରିଷ୍ଠ ସାମ୍ୱାଦିକ ତଥା ସ୍ତମ୍ଭକାର ରାଜାରାମ ଶତପଥୀ ଓ ବିଶିଷ୍ଟ ଐତିହାସିକ ତଥା […]

Meeting

Meeting

Niranjan Mishra
  • Published: Tuesday, 21 June 2022
  • Updated: 21 June 2022, 09:25 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ତରଫରୁ ‘ପରିକ୍ରମା ପ୍ରକଳ୍ପ ଓ ଶ୍ରୀମନ୍ଦିରର ସୁରକ୍ଷା’ ଶୀର୍ଷକ ଆଲୋଚନାଚକ୍ର ଭୁବନେଶ୍ୱର ସ୍ଥିତ ଭାରତୀୟ ବିଦ୍ୟାଭବନ ପ୍ରେକ୍ଷାଳୟ ଠାରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ କୁଳପତି ଡ.ପ୍ରଫୁଲ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ଭୁବନେଶ୍ୱର ନିଗମ କଳ୍ପତରୁ ଆଶ୍ରମର ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ, ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସଂଗ୍ରାମ କେଶରୀ ପଟ୍ଟନାୟକ, ବରିଷ୍ଠ ସାମ୍ୱାଦିକ ତଥା ସ୍ତମ୍ଭକାର ରାଜାରାମ ଶତପଥୀ ଓ ବିଶିଷ୍ଟ ଐତିହାସିକ ତଥା ଗବେଷକ ଅନୀଲ ଧୀର ପ୍ରମୁଖ ଯୋଗଦେଇ ଶ୍ରୀମନ୍ଦିର ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।

ବରିଷ୍ଠ ସାମ୍ୱାଦିକ ରାଜାରାମ ଶତପଥୀ ଜଗନ୍ନାଥଙ୍କୁ ଓଡ଼ିଶାର ଇତିହାସ ଭାବରେ ଅଭିହିତ କରି ଜଗନ୍ନାଥ ଓ ଜଗନ୍ନାଥ ସଂସ୍କୃତି କହିଲେ ଶ୍ରୀମନ୍ଦିର ସହିତ ମଠ ମନ୍ଦିର, ସେବାପୂଜା ଓ ହଜାର ହଜାର ବର୍ଷର ଐତିହକୁ ବୁଝାଏ ବୋଲି କହିଥିଲେ। ପରିକ୍ରମା ପ୍ରକଳ୍ପ ନାମରେ ମଠ ମନ୍ଦିରକୁ ମାଟିରେ ମିଶାଇବା, ନାନକ ଓ ରାମାନୁଜଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ପ୍ରସିଦ୍ଧ ମଠ ଭଙ୍ଗାକୁ ସେ ନାପସନ୍ଦ କରିଥିଲେ। ସରକାରଙ୍କ ଏପରି ଆଭିମୁଖ୍ୟକୁ ଜନସାଧାରଣ ନିନ୍ଦା କରୁ ନଥିବାରୁ ସେ ଚିନ୍ତା ପ୍ରକଟ କରିଥିଲେ।

ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ସଂଗ୍ରାମ କେଶରୀ ପଟ୍ଟନାୟକ ସୁପ୍ରିମକୋର୍ଟର ନିଷ୍ପତ୍ତି ଶେଷକଥା ନୁହେଁ ବୋଲି ଉଲ୍ଲେଖ କରି କହିଥିଲେ, କ୍ୟୁରୋଟିଭ ପିଟିସନ ଜରିଆରେ ଏହାର ପରିବର୍ତ୍ତନ ହୋଇପାରେ। ଆମେ ନିରାଶ ନହୋଇ ପରବର୍ତ୍ତୀ ଆଇନଗତ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବା ଉଚିତ।

ଗବେଷକ ଅନୀଲ ଧୀର କହିଥିଲେ, ଶ୍ରୀମନ୍ଦିର ସୁରକ୍ଷା ବିପନ୍ନ ବୋଲି କେବଳ ଭାରତବାସୀ ଚିନ୍ତିତ ନୁହନ୍ତି, ସମଗ୍ର ପୃଥିବୀରେ ଥିବା ହିନ୍ଦୁମାନେ ଚିନ୍ତାପ୍ରକଟ କରିଛନ୍ତି। ଗୋଆରେ ସଦ୍ୟ ଶେଷ ହୋଇଥିବା ବିଶ୍ୱ ହିନ୍ଦୁ ସମ୍ମିଳନୀରେ ୩୫ଟି ଦେଶରୁ ହିନ୍ଦୁ ଧର୍ମର ପ୍ରତିନିଧିମାନେ ଆସିଥିଲେ। ସମସ୍ତେ ଶ୍ରୀଜଗନ୍ନାଥ ମନ୍ଦିରର ସୁରକ୍ଷା ପାଇଁ ସମ୍ମିଳିତ ଭାବେ ରାଜ୍ୟ ସରକାରଙ୍କ ଭଙ୍ଗାଭଙ୍ଗି କାର୍ଯ୍ୟକୁ ନିନ୍ଦା କରିଥିଲେ। ସମଗ୍ର ପୃଥିବୀରେ ଐତିହ୍ୟ ଓ ପ୍ରାଚୀନ ଧର୍ମାନୁଷ୍ଠାନର ସୌନ୍ଦର୍ଯ୍ୟକରଣ ପାଇଁ ଅନ୍ୟ ପ୍ରାଚୀନ ଓ ଐତିହ୍ୟ ସମ୍ପନ୍ନ ସ୍ଥାନକୁ ଧ୍ୱଂସ କରିବାର ଉଦାହରଣ ନାହିଁ। ସିଭିଲ ସୋସାଇଟ ଏକାଠି ହେଲେ ରାଜ୍ୟ ସରକାରଙ୍କର ଏଭଳି ବେଆଇନ କାର୍ଯ୍ୟକୁ ବନ୍ଦ କରାଯାଇ ପାରିବ।

ଓଡ଼ିଶାର ଜନସାଧାରଣ ଏକାଠି ହୋଇ ଶ୍ରୀମନ୍ଦିର ସୁରକ୍ଷା ପାଇଁ ଆଗେଇ ଆସିବା ଉଚିତ ବୋଲି ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଆହ୍ୱାନ ଦେଇଥିଲେ। ସେ କହିଥିଲେ, ଅତୀତରେ ଜଗନ୍ନାଥଙ୍କ ଉପରେ ବହୁବାର ଆକ୍ରମଣ ହୋଇଛି। ଜଗନ୍ନାଥଙ୍କୁ ମଧ୍ୟ ୨ ଶହ ବର୍ଷ ପାତାଳି ହେବାକୁ ପଡ଼ିଛି। ଆଜି ପୁଣି ଶ୍ରୀମନ୍ଦିର ଉପରେ ସେହି ଆକ୍ରମଣ କରାଯାଇଛି। ଇତିହାସ କହେ ଭାରତରେ ବିଧର୍ମୀମାନେ ଆଗେ ଭାରତର ହିନ୍ଦୁମାନଙ୍କ ମନ୍ଦିର ଧ୍ୱଂସ କରୁଥିଲେ। ଏବେ ଇତିହାସ ବଦଳାଇଛନ୍ତି ରାଜ୍ୟ ସରକରାର। ପ୍ରଥମକରି ହିନ୍ଦୁ ମନ୍ଦିର ମଠ ପରମ୍ପରାକୁ ଧ୍ୱଂସ କରୁଛନ୍ତି ହିନ୍ଦୁମାନେ। ଯେଉଁମାନେ ଶ୍ରୀମନ୍ଦିର ସୁରକ୍ଷାକୁ ଧ୍ୱଂସ କରୁଛନ୍ତି, ସେମାନେ ହିନ୍ଦୁମାନଙ୍କ ଅଭିଶାପରେ ଧ୍ୱଂସ ହୋଇ ଯିବେ। ଆମେ ଯଦି ସମସ୍ତେ ଏକାଠି ହେବା ମନ୍ଦିର ସୁରକ୍ଷା ପାଇଁ ଘରୁ ବାହାରି ଆସି ଏକାଠି ହୋଇ ଏହାର ପ୍ରତିବାଦ କରିବା, ତା’ହେଲେ ଶ୍ରୀମନ୍ଦିର ସୁରକ୍ଷିତ ରହିପାରିବ।

କାର୍ଯ୍ୟକ୍ରମର ଅଧ୍ୟକ୍ଷ ପୂର୍ବତନ କୁଳପତି ଡ. ପ୍ରଫୁଲ ମିଶ୍ର କହିଥିଲେ ଯେ ପୁରୀ ଶ୍ରୀମନ୍ଦିର ବାଲି କୁଦ ଉପରେ ପଥରକୁ ପଥର ଯୋଡ଼ି ପ୍ରାଚୀନ କୌଶଳରେ ତିଆରି ହୋଇଛି। ବର୍ତମାନ ମନ୍ଦିର ଚାରିପଟେ ଗଭୀର ଗାତ ଖୋଳିବା ଭିତରେ ମନ୍ଦିର ଭାରସାମ୍ୟ ହରାଇ ଭୁଶୁଡ଼ି ପଡ଼ିବ। ୩୫ ଏମ୍‌ଏମ୍‌ ରଡ୍‌ରେ ୭୦୦ କୋଟି ଟଙ୍କା ବିନିମୟରେ ଶୌଚାଳୟ ହେଉ ନାହିଁ ତାମସିକ ଭୋଗ ପାଇଁ ବିଶାଳ ଅଟ୍ଟାଳିକା ପ୍ରସ୍ତୁତ ହେଉଛି। ଏହା ସମ୍ପୂର୍ଣ୍ଣ ରୂପେ ଶ୍ରୀମନ୍ଦିରକୁ ଧ୍ୱଂସ କରିଦେବ। ସେହିଭଳି ଭୁବନେଶ୍ୱରରେ ମଧ୍ୟ ମନ୍ଦିର ଭଙ୍ଗା ଚାଲିଛି। ରାଜ୍ୟ ସରକାର ରାଜନୀତିକ ସ୍ୱାର୍ଥ ଓ ଭୋଟ୍‌ ହାସଲ ପାଇଁ ଏପରି କରୁଛନ୍ତି। ଏହା କେବଳ ବେପାରୀ ଓ ସେବକଙ୍କ ସ୍ୱାର୍ଥ ପାଇଁ ହେଉଛି। ଭକ୍ତମାନଙ୍କ ପାଇଁ ନୁହେଁ। ତେଣୁ ଶ୍ରୀକ୍ଷେତ୍ରର ସୁରକ୍ଷା ପାଇଁ ସମସ୍ତେ ଏକାଠି ହୋଇ ଏହାର ପ୍ରତିବାଦ କରନ୍ତୁ।

ସମାଜସେବୀ ଅଜୟ କୁମାର ରାଉତ ଏହି ଆଲୋଚନାକୁ ସଂଯୋଜନା କରି କହିଥିଲେ, ରାଜ୍ୟ ସରକାର ଶ୍ରୀମନ୍ଦିର ସୁରକ୍ଷାକୁ ବିପନ୍ନ କରିବା ସହିତ ମଠ ମନ୍ଦିର ଗୁଡ଼ିକ ବେଆଇନ ଭାବରେ ଭାଙ୍ଗି ଅପରାଧିକ କାର୍ଯ୍ୟ କରିଛନ୍ତି ବୋଲି ନିଜେ ଅବଗତ ଅଛନ୍ତି ଓ ସେଥିପାଇଁ ଭୟଭୀତ ଅଛନ୍ତି। ସେଥିପାଇଁ ଏହି କାର୍ଯ୍ୟକ୍ରମକୁ ଭଣ୍ଡୁର କରିବାକୁ ବି ପ୍ରୟାସ କରିଥିଲେ। କିନ୍ତୁ ଆମେ ଏଥିରେ ନଡରି ଆମ ଆଲୋଚନାକୁ ଜିଲ୍ଲାସ୍ତରକୁ ନେବୁ ଓ ମନ୍ଦିର ପ୍ରତି ବିପଦ ଅଛି ବୋଲି ଲୋକଙ୍କୁ ବୁଝାଇବୁ। ଶ୍ରୀମନ୍ଦିର ସୁରକ୍ଷା ପାଇଁ ସମସ୍ତଙ୍କୁ ଏକାଠି କରିବାକୁ ପ୍ରୟାସ କରିବୁ।

ଶ୍ରୀମନ୍ଦିର ସୁରକ୍ଷାର ସହ ସଂଯୋଜକ ତନ୍ମୟ ଦାଶ ଏହି ଆଲୋଚନା ଚକ୍ରରେ ଧନ୍ୟବାଦ ଅର୍ପଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story