ନ୍ୟୁଜିଲାଣ୍ଡର ଦୁଇ ବିମାନକୁ ନେଇ ରାଉରକେଲାରେ ଚର୍ଚ୍ଚା

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଏୟାରପୋର୍ଟରେ ଥିବା ଦୁଇ ବିଦେଶୀ ବିମାନକୁ ନେଇ ଚର୍ଚ୍ଚା ହେଉଛି। ନ୍ୟୁଜିଲାଣ୍ଡର ଏହି ଦୁଇ ବିମାନ ଗତ ୧୦ ଦିନ ହେବ ବିମାନବନ୍ଦରରେ ଛିଡା ହୋଇଥିବା ଦେଖିବାକୁ ମିଳିଛି। ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଓଡ଼ିଶା, ଝାରଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗରେ ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ସର୍ବେକ୍ଷଣ ଲାଗି ଏକ କମ୍ପାନୀକୁ ନିଯୁକ୍ତ କରାଯାଇଥିଲା। ଉକ୍ତ କମ୍ପାନୀ ସର୍ଭେ ପାଇଁ ନ୍ୟୁଜିଲାଣ୍ଡରୁ ଏହି ଦୁଇଟି ସ୍ୱତନ୍ତ୍ର […]

aircraft

aircraft

Manoranjan Sial
  • Published: Tuesday, 31 March 2020
  • Updated: 31 March 2020, 04:44 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ରାଉରକେଲା ଏୟାରପୋର୍ଟରେ ଥିବା ଦୁଇ ବିଦେଶୀ ବିମାନକୁ ନେଇ ଚର୍ଚ୍ଚା ହେଉଛି। ନ୍ୟୁଜିଲାଣ୍ଡର ଏହି ଦୁଇ ବିମାନ ଗତ ୧୦ ଦିନ ହେବ ବିମାନବନ୍ଦରରେ ଛିଡା ହୋଇଥିବା ଦେଖିବାକୁ ମିଳିଛି।

ରାଉରକେଲା ଇସ୍ପାତ କାରଖାନା କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଓଡ଼ିଶା, ଝାରଖଣ୍ଡ, ଛତିଶଗଡ ଓ ପଶ୍ଚିମବଙ୍ଗରେ ଜିଓଲୋଜିକାଲ୍‌ ସର୍ଭେ ଅଫ୍‌ ଇଣ୍ଡିଆ ପକ୍ଷରୁ ସର୍ବେକ୍ଷଣ ଲାଗି ଏକ କମ୍ପାନୀକୁ ନିଯୁକ୍ତ କରାଯାଇଥିଲା। ଉକ୍ତ କମ୍ପାନୀ ସର୍ଭେ ପାଇଁ ନ୍ୟୁଜିଲାଣ୍ଡରୁ ଏହି ଦୁଇଟି ସ୍ୱତନ୍ତ୍ର ବିମାନ ଆଣିଥିଲେ। ଗୋଟିଏ ବିମାନ ୧୯ ତାରିଖରେ ଓହ୍ଲାଇଥିବା ବେଳେ ଅନ୍ୟଟି ୨୦ ତାରିଖରେ ରାଉରକେଲାରେ ଅବତରଣ କରିଥିଲା। ପରେ ‘କରୋନା’ ଯୋଗୁ ବିମାନରେ ଆସିଥିବା ନାଗରିକ ସ୍ୱଦେଶ ଫେରି ଯାଇଥିଲେ।

RSP କର୍ତ୍ତୃପକ୍ଷ କହିଛନ୍ତି ଯେ ସବୁ ବିଦେଶୀଙ୍କ ଡାକ୍ତରୀ ଯାଞ୍ଚ IGHରେ କରାଯାଇଥିଲା। ସମସ୍ତ ରିପୋର୍ଟ ନେଗେଟିଭ ଥିଲା। ଏ ବାବଦରେ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଛି ବୋଲି କହିଛନ୍ତି RSP କର୍ତ୍ତୃପକ୍ଷ। ସେମାନେ ରାଉରକେଲାରେ ବିମାନକୁ କାହିଁକି ଛାଡି ଦେଇଗଲେ ତାକୁ ନେଇ ପ୍ରଶ୍ନ ଉଠିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos