ରାତି ଅଧରେ ଥାନାରେ ଏତଲା ଦେଲେ ବର୍ଷା

କଟକ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଘନେଇବାରେ ଲାଗିଛି। ଦୁହେଁ ପରସ୍ପରକୁ ଆକ୍ଷେପ କରୁଥିବାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେବା ପରେ ଏନେଇ ଗତକାଲି ବିଳମ୍ବିତ ରାତିରେ ପୁରୀଘାଟ ଥାନାରେ ଲିଖତ ଅଭିଯୋଗ କରିଛନ୍ତି ବର୍ଷା। ୨ ଦିନ ତଳେ ବର୍ଷା ଓ ଅନୁଭବଙ୍କ ମଧୃରେ ପାଟିତୁଣ୍ଡ ହୋଇଥିଲା ଓ ଏହାର ଭିଡିଓ ଭାଇରାଲ […]

varsa

Niharika Rout
  • Published: Saturday, 19 December 2020
  • , Updated: 19 December 2020, 01:33 PM IST

କଟକ (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ାର ବିଜେଡି ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଆହୁରି ଘନେଇବାରେ ଲାଗିଛି। ଦୁହେଁ ପରସ୍ପରକୁ ଆକ୍ଷେପ କରୁଥିବାର ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେବା ପରେ ଏନେଇ ଗତକାଲି ବିଳମ୍ବିତ ରାତିରେ ପୁରୀଘାଟ ଥାନାରେ ଲିଖତ ଅଭିଯୋଗ କରିଛନ୍ତି ବର୍ଷା।

୨ ଦିନ ତଳେ ବର୍ଷା ଓ ଅନୁଭବଙ୍କ ମଧୃରେ ପାଟିତୁଣ୍ଡ ହୋଇଥିଲା ଓ ଏହାର ଭିଡିଓ ଭାଇରାଲ ହୋଇଥିଲା। ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବା ପାଇଁ ତଥା ତାଙ୍କୁ ବଦନାମ କରିବାକୁ ଏହି ଭିଡିଓକୁ ଭାଇରାଲ କରାଯାଇଥିବା ଅଭିଯୋଗ କରିଛନ୍ତି ବର୍ଷା।

ଭାଇରାଲ ହୋଇଥିବା ଭିଡିଓରେ କେବଳ ଅନୁଭବଙ୍କୁ ଦେଖିବାକୁ ମିଳିଛି। ହେଲେ ଭିଡିଓରେ ଚାଲିଥିବା ଯୁକ୍ତିତର୍କରୁ ତାଙ୍କ ପାଖରେ ବର୍ଷା ମଧ୍ୟ ଅଛନ୍ତି ବୋଲି ଅନୁମାନ କରାଯାଉଛି। ଭାଇରାଲ ହୋଇଥିବା ଏହି ଭିଡିଓରେ ବର୍ଷା କହୁଛନ୍ତି, ତମେ ଯାହା କରୁଛ ‘ଅଲ୍ ଦି ବେଷ୍ଟ’। ଜବାବରେ ଅନୁଭବ କହୁଛନ୍ତି, ମୋତେ ତମେ ଅଲ୍ ଦି ବେଷ୍ଟ କହିବା ଦରକାର ନାହିଁ। ମୋ ପାଖରେ ବାପା-ମାଆଙ୍କର ଆଶୀର୍ବାଦ ଅଛି। ପୃଥିବୀରେ କେହି ହରାଇ ପାରିବେନି। ଲକ୍ଷେ ବର୍ଷା ଆସିଲେ ବି ହରାଇପାରିବେନି।

ଭିଡିଓରେ ଆଉ ଜଣେ ମହିଳା ଥିବା ଜଣାପଡୁଛି। ମହିଳାଙ୍କୁ ଅନୁଭବ ମ୍ୟାଡମ୍ କହି ସମ୍ବୋଧନ କରୁଛନ୍ତି। ଅନୁଭବ ତାଙ୍କୁ କହୁଛନ୍ତି, ମ୍ୟାଡମ୍ ମୋର କୌଣସି ଭାଓଲେନ୍ସ କି ଡୋମେଷ୍ଟିକ୍ ଭାଓଲେନ୍ସ ନାହିଁ। ସେ ଆହୁରି କହୁଛନ୍ତି, ତମେ ମୋ ସହ ରହିବ ବୋଲି କେସ୍ ଦେଇଛ ନା? ଏମିତିକ ଅନୁଭବ ବର୍ଷାଙ୍କୁ ତାଙ୍କର ଏକ୍ସଟ୍ରା ମ୍ୟାରିଟେଲ୍ ଆଫେୟାର୍ସ କଥା ମଧ୍ୟ କହିଛନ୍ତି। ଉଭୟ ପରସ୍ପରକୁ ଦୋଷାରୋପ କରୁଥିବା ଦେଖିବାକୁ ମିଳିଛି।

ସୂଚନାଯୋଗ୍ୟ, କିଛି ଦିନ ତଳେ ଅନୁଭବ ନିଜ ପ୍ରଶଂସକଙ୍କ ପାଇଁ ଏକ ଭିଡିଓ ଜାରି କରିଥିଲେ। ଏଥିରେ ସେ କହିଥିଲେ ଯେ ବହୁତ ହୋଇଗଲା, ଆଉ ବରଦାସ୍ତ କରିହେବନି କି ଚୁପ ରହିହେବନି ।

 

ଅଧିକ ପଢ଼ନ୍ତୁ : ସୁନା ଦୋକାନୀଙ୍କୁ ହତ୍ୟା, ରାସ୍ତା କଡ଼ରୁ ମିଳିଲା ମୃତଦେହ

 

Related story