ଘନଉଛି ଶ୍ମଶାନ ଜାଗା ବିବାଦ; କାଲିଠୁ ପଡ଼ି ରହିଛି ମୃତଦେହ

ନୟାଗଡ଼(ଓଡ଼ିଶା ରିପୋର୍ଟର): ଶ୍ମଶାନ ଜାଗାକୁ ନେଇ ଦୁଇ ସାହି ମଧ୍ୟରେ ବିବାଦ ଲାଗି ରହିଥିବାରୁ ଗତକାଲିଠୁ ସତ୍କାର ହୋଇ ନ ପାରି ପଡ଼ି ରହିଛି ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶରଣକୁଳ ଭାଲିଆଡ଼ିହି ଗାଁରେ। ଗ୍ରାମବାସୀ ମୃତଦେହ ରଖି କଦଳୀପଲ୍ଲୀ-ଶିଖରପୁର ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନାହିଁ। ସୂଚନା ଅନୁସାରେ, ଶରଣକୁଳ ଭାଲିଆଡ଼ିହି ଗାଁର ଉପର ସାହି […]

nayagad

Tapaswini Nayak
  • Published: Saturday, 21 November 2020
  • , Updated: 21 November 2020, 02:32 PM IST

ନୟାଗଡ଼(ଓଡ଼ିଶା ରିପୋର୍ଟର): ଶ୍ମଶାନ ଜାଗାକୁ ନେଇ ଦୁଇ ସାହି ମଧ୍ୟରେ ବିବାଦ ଲାଗି ରହିଥିବାରୁ ଗତକାଲିଠୁ ସତ୍କାର ହୋଇ ନ ପାରି ପଡ଼ି ରହିଛି ମୃତଦେହ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଶରଣକୁଳ ଭାଲିଆଡ଼ିହି ଗାଁରେ।

ଗ୍ରାମବାସୀ ମୃତଦେହ ରଖି କଦଳୀପଲ୍ଲୀ-ଶିଖରପୁର ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇ ପାରିନାହିଁ।

ସୂଚନା ଅନୁସାରେ, ଶରଣକୁଳ ଭାଲିଆଡ଼ିହି ଗାଁର ଉପର ସାହି ଏବଂ ପାଇକ ସାହି ମଧ୍ୟରେ ଶ୍ମଶାନ ଜାଗାକୁ ନେଇ  ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଛି। ଗତକାଲି ଉପର ସାହିର ୭୨ ବର୍ଷୀୟ ନାଥ ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା । ଶବଦାହ ପାଇଁ ଉପର ସାହିର ଲୋକ ଶ୍ମଶାନକୁ ଯିବା ବେଳେ ଏହାକୁ ପାଇକ ସାହିର ଲୋକମାନେ ବିରୋଧ କରିଥିଲେ । ଫଳରେ ଗତକାଲିଠାରୁ ମୃତଦେହ ପଡି ରହିଛି ।

Related story