ଅସନ୍ତୁଷ୍ଟ ଭୋଟର କହୁଛନ୍ତି, ଏଥର ଭୋଟ୍‌ ଦେବେନି

ବାଲିଗୁଡା(ଅଜିତ କୁମାର ନାୟକ): ଆସନ୍ତା ୧୮ ତାରିଖରେ କନ୍ଧମାଳ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟ ଲାଗି ମତଦାନ ଗ୍ରହଣ କରାଯିବ । ଏ ନେଇ  ବାଲିଗୁଡା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ମହୋଲ ସରଗରମ ହେବାରେ ଲାଗିଛି । ନେତା ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରୁଥିବା ବେଳେ ଏବେ ଅନେକ ଆଦିବାସୀ ଉପାନ୍ତ ଇଲାକାରେ ନେତାଙ୍କ ପାଦ ମଧ୍ୟ ପଡୁନାହିଁ ।

ଫଳରେ ସେମାନଙ୍କ ଦୁଃଖ ଶୁଣିବା ପାଇଁ କୌଣସି ନେତା ପହଞ୍ଚି ନ ଥିବା ଯୋଗୁ ସେମାନେ ଏହି ନିର୍ବାଚନରେ ସାମିଲ ନ ହେବାକୁ ନିଷ୍ପତ୍ତି ନେଇଛନ୍ତି । ବାଲିଗୁଡା ନିର୍ବାଚନ ମଣ୍ଡଳୀର ଋତୁଙ୍ଗିଆ ପଞ୍ଚାୟତର ପୁଞ୍ଜିଲାଙ୍ଗି ଗାଁର ଲୋକେ ଏଥର ଭୋଟ ଦେବେନି ବୋଲି ନିଷ୍ପତ୍ତି ନେଇଛନ୍ତି। ସେମାନେ କହିଛନ୍ତି ପ୍ରାର୍ଥୀଙ୍କ ପାଦ ଏଠାକୁ କେବେ ପଡେନାହିଁ। ଏଣୁ ଭୋଟ ଦେଇ କିଛି ଲାଭ ନାହିଁ।