ପୁଲିସ୍‌ ଏସ୍ଆଇ ପରୀକ୍ଷାରେ ବିଭ୍ରାଟ, ଦେଖାଦେଲା ତୀବ୍ର ଉତ୍ତେଜନା

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର ): ଆଜି ଓଡ଼ିଶା ପୁଲିସ୍‌ ଏସ୍ଆଇ ପରୀକ୍ଷାରେ ଦେଖାଦେଇଛି ବିଭ୍ରାଟ । ଟେକ୍ନିକାଲ ସମସ୍ୟା ଯୋଗୁଁ ସବୁ ଛାତ୍ରଛାତ୍ରୀ ପରୀକ୍ଷା ଦେବା ସମ୍ଭବପର ହୋଇପାରିନି।  ଏହି ବିଭ୍ରାଟକୁ ଖୁବ୍‌ଶୀଘ୍ର ଦୂର କରାଯିବ ଏବଂ କୌଣସି ପରିକ୍ଷାର୍ଥୀ ପରୀକ୍ଷା ଦେବାକୁ ବଞ୍ଚିତ ହେବେନି ବୋଲି  OPRB ଅଧ୍ୟକ୍ଷ ସୁଧାଶୁଂ ଷଡ଼ଙ୍ଗୀ କହିଛନ୍ତି। ତେବେ ଏହାକୁ ନେଇ  ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ସ୍ଥାନରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । […]

tension situation

tension situation

Niharika Rout
  • Published: Saturday, 20 August 2022
  • Updated: 20 August 2022, 03:15 PM IST

Sports

Latest News

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର ): ଆଜି ଓଡ଼ିଶା ପୁଲିସ୍‌ ଏସ୍ଆଇ ପରୀକ୍ଷାରେ ଦେଖାଦେଇଛି ବିଭ୍ରାଟ । ଟେକ୍ନିକାଲ ସମସ୍ୟା ଯୋଗୁଁ ସବୁ ଛାତ୍ରଛାତ୍ରୀ ପରୀକ୍ଷା ଦେବା ସମ୍ଭବପର ହୋଇପାରିନି।  ଏହି ବିଭ୍ରାଟକୁ ଖୁବ୍‌ଶୀଘ୍ର ଦୂର କରାଯିବ ଏବଂ କୌଣସି ପରିକ୍ଷାର୍ଥୀ ପରୀକ୍ଷା ଦେବାକୁ ବଞ୍ଚିତ ହେବେନି ବୋଲି  OPRB ଅଧ୍ୟକ୍ଷ ସୁଧାଶୁଂ ଷଡ଼ଙ୍ଗୀ କହିଛନ୍ତି। ତେବେ ଏହାକୁ ନେଇ  ଭୁବନେଶ୍ୱର ଓ କଟକ ସମେତ ବିଭିନ୍ନ ସ୍ଥାନରେ ହୋଇଥିବା ପରୀକ୍ଷା କେନ୍ଦ୍ରରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ।

ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆଜି ପିଲାମାନେ ଓଡ଼ିଶା ପୁଲିସ୍‌ ଏସ୍ଆଇ ପରୀକ୍ଷା ଦେବାକୁ ଯାଇଥିଲେ। ବହୁ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଡାଉନଲୋଡରେ ସମସ୍ୟା ଦେଖାଦେଇଥିଲା ।

OPRB ଅଧ୍ୟକ୍ଷ ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ବୈଷୟିକ ତ୍ରୁଟି ଯୋଗୁ ପ୍ରଶ୍ନପତ୍ର ଡାଉନଲୋରେ ସମସ୍ୟା ଦେଖାଦେଇଛି। ଯେଉଁଠି ଆଜି ପରୀକ୍ଷା ହୋଇ ନ ପାରିଛି କାଲି ସକାଳ ୧୦ଟାରେ ପିଲାମାନେ ପରୀକ୍ଷା ଦେବେ ।  ଏହାପରେ ଯେଉଁମାନେ ବଞ୍ଚିତ ହେବେ ୧୦ ଦିନ ପରେ ପୁଣି ଥରେ ସେମାନଙ୍କୁ ଡକାଯିବ । ପରୀକ୍ଷା ବାତିଲ ହୋଇନି, ବିଳମ୍ବରେ ଆରମ୍ଭ ହୋଇଛି। ଯେପର୍ଯ୍ୟନ୍ତ ସବୁ ପିଲା ପରୀକ୍ଷା ଦେଇ ପାରି ନାହାନ୍ତି, ସେ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପରୀକ୍ଷା ଦେବାରୁ କାହାକୁ ବଞ୍ଚିତ କରାଯିବନି।

ଯେଉଁ ପରୀକ୍ଷାର୍ଥୀ ଏସ୍‌ଆଇ ପରୀକ୍ଷା ଦେବାକୁ ବଞ୍ଚିତ ହୋଇଛନ୍ତି, ସେମାନେ ସୋଶାଲ ମିଡିଆରେ ନିଜ ଅସନ୍ତୋଷ ଝାଡ଼ିବା ପରିବର୍ତ୍ତେ ଓଡ଼ିଶା ପୁଲିସ୍‌ର  ଇମେଲ୍‌ ହେଲ୍ପ ଡେସ୍କରେ ନିଜ ସମସ୍ୟା ଜଣାନ୍ତୁ। ଏହାକୁ ଦୂର କରିବାକୁ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos