ସୌଖୀନ ଚେୟାର କି ସୋଫା ନୁହେଁ, ଗ୍ରାମବାସୀଙ୍କ ସହ ତଳେ ବସିଲେ ଜିଲ୍ଲାପାଳ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): କୌଣସି ସୌଖୀନ ଚେୟାର ନୁହେଁ କି ସୋଫା ନୁହେଁ। ସାଧାରଣ ଲୋକଙ୍କ ଭଳି ତଳେ ବସିଲେ ଜିଲ୍ଲାପାଳ। ଆଉ ଲୋକଙ୍କ ସମସ୍ୟା ଶୁଣିଲେ ଓ ଆଲୋଚନା କଲେ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଜ୍ଞାନପାଲି ପଞ୍ଚାୟତ ଗୃହରେ ଜିଲ୍ଲାପାଳ ତଳେ ବସି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ, କେତେକ ଲୋକଙ୍କ ବିରୋଧ ଯୋଗୁ ଜ୍ଞାନପାଲି ପଞ୍ଚାୟତରେ ଉନ୍ନୟନୂମଳକ କାମରେ ବାଧା ଉପୁଜୁ  ଥିଲା। ଏନେଇ […]

p-90

p-90

Tapas Behera
  • Published: Monday, 26 August 2019
  • Updated: 26 August 2019, 04:25 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): କୌଣସି ସୌଖୀନ ଚେୟାର ନୁହେଁ କି ସୋଫା ନୁହେଁ। ସାଧାରଣ ଲୋକଙ୍କ ଭଳି ତଳେ ବସିଲେ ଜିଲ୍ଲାପାଳ। ଆଉ ଲୋକଙ୍କ ସମସ୍ୟା ଶୁଣିଲେ ଓ ଆଲୋଚନା କଲେ। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ ଅନ୍ତର୍ଗତ ଜ୍ଞାନପାଲି ପଞ୍ଚାୟତ ଗୃହରେ ଜିଲ୍ଲାପାଳ ତଳେ ବସି ସ୍ଥାନୀୟ ଅଞ୍ଚଳବାସୀଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା।

ସୂଚନା ଅନୁଯାୟୀ, କେତେକ ଲୋକଙ୍କ ବିରୋଧ ଯୋଗୁ ଜ୍ଞାନପାଲି ପଞ୍ଚାୟତରେ ଉନ୍ନୟନୂମଳକ କାମରେ ବାଧା ଉପୁଜୁ  ଥିଲା। ଏନେଇ ଜ୍ଞାନପାଲି ପଞ୍ଚାୟତ ଗୃହରେ ଏକ ବୈଠକ ବିସିଥିଲା। ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଙ୍କ ସହ ଜ୍ଞାନପାଲି ପଞ୍ଚାୟତର ଲୋକେ, ରାଜଗାଙ୍ଗପୁର ବିଡିଓ, ରାଜଗାଙ୍ଗପୁର ଥାନା ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।  ବୈଠକରେ ପାନୀୟ ଜଳ ଯୋଗାଣ ମେଗା ପ୍ରକଳ୍ପ ଓ ଅନ୍ୟାନ୍ୟ ସମସ୍ୟା ସମମ୍ପର୍କରେ ଆଲୋଚନା ହୋଇଥିଲା।

କେତେକ ଲୋକେ ଏହି ପ୍ରକଳ୍ପକୁ ବିରୋଧ କରୁଥିବାରୁ ଏ ବିଷୟରେ ଆଲୋଚନା ହୋଇଥିଲା। ତେବେ ସବୁପକ୍ଷର ଲୋକଙ୍କୁ ନେଇ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ। ସବୁଠୁ ବଡ଼ କଥା ହେଉଛି  ପଦପଦବିର ଅଂହ ମନୋଭାବକୁ ଭୁଲି ସାଧାରଣ ଲୋକଙ୍କ ସହ ତଳେ ବସି ସମସ୍ତଙ୍କ ସହ ଆଲୋଚନା କରିଥିବାରୁ ଜିଲ୍ଲାପାଳଙ୍କୁ ବେଶ ପ୍ରଶଂସା କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos