୭ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ସହ ଜରିମାନା

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ୨୦୧୬ ମସିହାରେ ଘଟିଥିବା ସମିତି ସଭ୍ୟ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ଦୌରାଜଜ୍‌ ମାମଲାକୁ ବିଚାର କରି ୭ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏଥିସହ ଜରିମାନା ମଧ୍ୟ କରିଛନ୍ତି। ୨୦୧୬ ମସିହା ଫେବ୍ରୁଆରୀ ୧୩ ତାରିଖରେ କେନ୍ଦୁଢ଼ିପି ସମିତି ସଭ୍ୟ ନକୂଳ ବାଣ୍ଠ ବାଇକରେ ଗାଁକୁ ଫେରୁଥିଲେ। ତେବେ କେସ୍ତପଡ଼ା ଶ୍ମଶାନ ପାଖରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ […]

Nayagarh

Manoranjan Sial
  • Published: Tuesday, 01 February 2022
  • , Updated: 01 February 2022, 09:47 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ୨୦୧୬ ମସିହାରେ ଘଟିଥିବା ସମିତି ସଭ୍ୟ ହତ୍ୟା ମାମଲାରେ ଆଜି ରାୟ ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ଦୌରାଜଜ୍‌ ମାମଲାକୁ ବିଚାର କରି ୭ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ଏଥିସହ ଜରିମାନା ମଧ୍ୟ କରିଛନ୍ତି।

୨୦୧୬ ମସିହା ଫେବ୍ରୁଆରୀ ୧୩ ତାରିଖରେ କେନ୍ଦୁଢ଼ିପି ସମିତି ସଭ୍ୟ ନକୂଳ ବାଣ୍ଠ ବାଇକରେ ଗାଁକୁ ଫେରୁଥିଲେ। ତେବେ କେସ୍ତପଡ଼ା ଶ୍ମଶାନ ପାଖରେ ତାଙ୍କ ଉପରେ ଅତର୍କିତ ଆକ୍ରମଣ ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ। ପରେ ତାଙ୍କ ଆଖି ତାଡ଼ି ଦେଇଥିଲେ। ଫଳରେ ନକୂଳଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ପରିବାର ଲୋକେ ଇଟାମାଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍‌ ମାମଲା ରୁଜୁ କରି ଖଇରପଟି ଗାଁର ବସନ୍ତ ସିଠ, ଭଗବାନ ଦଳବେହେରା, ଶୁକଦେବ ରାଉତ, ପ୍ରକାଶ ପରିଡ଼ା, ଶେଷଦେବ ନାୟକ, ଶୁଭ୍ରାଶ୍ମୀ ରାଉତ ଓ କେନ୍ଦୁଢ଼ିପି ଗ୍ରାମର ଧୃବଚରଣ ଜେନାଙ୍କୁ ଗିରଫ କରିଥିଲା।

ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ନୟାଗଡ଼ ଜିଲ୍ଲା ଦୌରାଜଜ୍‌ ମାମଲାକୁ ବିଚାର କରି ସାକ୍ଷୀଙ୍କ ବୟାନ ଓ ସାଇଣ୍ଟିଫିକ୍‌ ପ୍ରମାଣକୁ ଆଧାର କରି ଦୋଷୀଙ୍କୁ ଦଣ୍ଡିତ କରିଛନ୍ତି। କୋର୍ଟ ଆଜି ୭ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ସହ ଜଣକା ୧୦ ହଜାର ଟଙ୍କା ଲେଖାଏଁ ଜରିମାନା କରିଛନ୍ତି।

Related story