ଜିଲ୍ଲାପାଳଙ୍କ ନିର୍ଦ୍ଦେଶ: ଭେଟିବାକୁ ଆସୁଥିବା ବନ୍ଧୁ ପରିଜନଙ୍କୁ କ୍ୱାରେଣ୍ଟାଇନ୍‌ରେ ଭର୍ତ୍ତି କରିଦିଅ

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ସୁରତ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସେଠାକୁ ନଯିବାକୁ ପରିବାର ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଯଦି ଏହାକୁ ଅବମାନନା କରି କେହି ଦେଖା କରିବାକୁ ଯାଆନ୍ତି, ତାହାହେଲେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖି ଦିଆଯିବ। ଆଜି ଏପରି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ। ରାଜ୍ୟରେ ଆଜି ସୁଦ୍ଧା ରାଜ୍ୟରେ ୨୦୬ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ୨୧। ଆଜି ଗୋଟିଏ ଦିନରେ ୧୭ ଜଣ କରୋନା […]

quarantine-center

Manoranjan Sial
  • Published: Thursday, 07 May 2020
  • , Updated: 07 May 2020, 04:33 PM IST

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ସୁରତ ଫେରନ୍ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି। ସେଠାକୁ ନଯିବାକୁ ପରିବାର ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଯଦି ଏହାକୁ ଅବମାନନା କରି କେହି ଦେଖା କରିବାକୁ ଯାଆନ୍ତି, ତାହାହେଲେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖି ଦିଆଯିବ। ଆଜି ଏପରି ଚେତାବନୀ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ।

ରାଜ୍ୟରେ ଆଜି ସୁଦ୍ଧା ରାଜ୍ୟରେ ୨୦୬ ଜଣ ‘କରୋନା’ରେ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ଗଞ୍ଜାମ ଜିଲ୍ଲାରୁ ଅଛନ୍ତି ୨୧। ଆଜି ଗୋଟିଏ ଦିନରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ସମସ୍ତେ ସୁରତ ଫେରନ୍ତା। ଯାହାକୁ ନେଇ ଜିଲ୍ଲା ପ୍ରଶାସନ ଚିନ୍ତାରେ ପଡ଼ି ଯାଇଛି। ତେବେ ଏହାକୁ ଗଞ୍ଜାମ ଜିଲ୍ଲାପାଳ ଉଦ୍‌ବେଗ ପ୍ରକାଶ କରିଛନ୍ତି।

‘କରୋନା’ ସ୍ଥିତିକୁ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି-“ଆଜି ସୁଦ୍ଧା ଗଞ୍ଜାମକୁ ୧୨ଟି ଟ୍ରେନ୍‌ ଓ ୨୮୩ଟି ବସ୍‌ରେ ୨୭ ହଜାର ପ୍ରବାସୀ ଜିଲ୍ଲାକୁ ଆସିଲେଣି। ଆଗକୁ ଆହୁରି ଆସିବେ। ତେବେ କେତେ ଆସିବେ ସେନେଇ ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ବର୍ତ୍ତମାନ ଯାଏଁ ଚିହ୍ନଟ ହୋଇଥିବା ସମସ୍ତ ୨୧ ଜଣ ସୁରତ ଫେରନ୍ତା। ପ୍ରବାସୀଙ୍କ ପାଇଁ ପ୍ରତିଷ୍ଠା କରାଯାଇଛି କ୍ୱାରେଣ୍ଟାଇନ୍‌ କେନ୍ଦ୍ର। ସେଠାକୁ ପରିବାର ଲୋକ ଯାଆନ୍ତୁ ନାହିଁ। ସଂପର୍କୀୟଙ୍କୁ ଦେଖା କରିବାକୁ କ୍ୱାରେଣ୍ଟିନକୁ ଗଲେ କାର୍ଯ୍ୟାନୁଷ୍ଠାନ ହେବ। ଦେଖା କରିବାକୁ ଯାଇଥିବା ବ୍ୟକ୍ତିଙ୍କୁ ଆମେ କ୍ୱାରେଣ୍ଟିନରେ ରଖିବୁ। ନଚେତ ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ। ରେଡ୍‌ ଜୋନ୍‌ ଘୋଷଣା ପରେ ଖୁବଶୀଘ୍ର ନୂଆ ନିୟମ ଜାରି ହେବ।”

ଆଜି ‘କରୋନା’ ଆକ୍ରାନ୍ତ ଚିହ୍ନଟ ହେବା ପରେ ଗଞ୍ଜାମ ଜିଲ୍ଲାକୁ ରେଡ୍‌ ଜୋନ୍‌ ଭାବେ ଘୋଷଣା କରାଯାଇଛି।

Related story