ଆଉ ୪ ଜିଲ୍ଲାର ଯୋଜନା କମିଟି ପୁର୍ନଗଠିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଓ ପୁରୀ ଜିଲ୍ଲା ପରେ ଆଜି ଆଉ ୪ଟି ଜିଲ୍ଲାର ଯୋଜନା କମିଟି ପୁର୍ନଗଠିତ ହୋଇଛି । ଗତ ପଂଚାୟତ ନିର୍ବାଚନ ପରଠୁ ଜିଲ୍ଲା ଯୋଜନା କମିଟି ଅକାମୀ ହୋଇ ରହିଥିଲା ତଥା ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରେ ନିର୍ବାଚନ କରାଯାଇ ଏହି ଜିଲ୍ଲା ଯୋଜନା କମିଟି ସଦସ୍ୟ ଚୟନ କରାଯାଇଛି । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ  ଅନୁଗୁଳ, ମାଲକାନଗିରି, ଗଜପତି ଓ ନୟାଗଡ଼ ଜିଲ୍ଲାର ଯୋଜନା […]

Lokaseba Bhaban

Ordigital Desk
  • Published: Friday, 09 September 2022
  • , Updated: 09 September 2022, 10:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଓ ପୁରୀ ଜିଲ୍ଲା ପରେ ଆଜି ଆଉ ୪ଟି ଜିଲ୍ଲାର ଯୋଜନା କମିଟି ପୁର୍ନଗଠିତ ହୋଇଛି । ଗତ ପଂଚାୟତ ନିର୍ବାଚନ ପରଠୁ ଜିଲ୍ଲା ଯୋଜନା କମିଟି ଅକାମୀ ହୋଇ ରହିଥିଲା ତଥା ନିର୍ବାଚିତ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରେ ନିର୍ବାଚନ କରାଯାଇ ଏହି ଜିଲ୍ଲା ଯୋଜନା କମିଟି ସଦସ୍ୟ ଚୟନ କରାଯାଇଛି ।

ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ  ଅନୁଗୁଳ, ମାଲକାନଗିରି, ଗଜପତି ଓ ନୟାଗଡ଼ ଜିଲ୍ଲାର ଯୋଜନା କମିଟିର ପୁର୍ନଗଠନ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ମାଲକାନଗିରି ଜିଲ୍ଲା ଯୋଜନା କମିଟିରେ ନିର୍ବାଚିତ ଜିଲ୍ଲା ପରିଷଦଙ୍କ ମଧ୍ୟରୁ ମୋଟ ୧୨ଜଣଙ୍କୁ ସାମିଲ କରାଯାଇଛି । ସେଥିରେ ୫ଜଣ ସଂରକ୍ଷିତ ବର୍ଗର ଓ ଅନ୍ୟ ୭ଜଣ ସାଧାରଣ ବର୍ଗ ରହିଛି । ବାଲି ମାଝୀ, ହିରଣ୍ୟ ମୁଦୁଲି, ଲକ୍ଷ୍ମୀପ୍ରିୟା ନାୟକ, ମୁକ ମାଡକାମୀ, ପତିତପାବନ ବୈଦ୍ୟ, ସସ୍ମିତା ମାଝୀ, ଅପର୍ଣ୍ଣା ମଣ୍ଡଳ, ବିଜୟଲକ୍ଷ୍ମୀ ପୋଡ଼ିଆମି, କୁନି ଭୂମିଆ, ସମାରି ଡାଙ୍ଗୁଲ ଓ ସୁରଭି ଭୌମିକଙ୍କୁ ସଦସ୍ୟ ନିର୍ବାଚିତ କରାଯାଇଛି ।

ସେହିପରି ଗଜପତି ଜିଲ୍ଲା ଯୋଜନା କମିଟିକୁ ମୋଟ ୧୨ଜଣଙ୍କୁ ନିର୍ବାଚିତ କରାଯାଇଛି । ସେମାନେ ହେଲେ ରୋକ୍କମ ରାଜ୍ୟଲକ୍ଷ୍ମୀ, ଗଭରା ତିରୁପତି ରାଓ, ସନ୍ଧ୍ୟା ଶବର, ଏସ୍ ବାଲାରାଜୁ , ପି ଲୀଲାବତୀ, କୁନ୍ତଳା ମଲ୍ଲିକ, ଚନ୍ଦ୍ର କୁମାର ମଲ୍ଲିକ, ସୁନୀଲ କୁମାର ବିଶୋୟୀ, ଯମୁନା ଦଳବେହେରା, ଗୌତମୀ ଜାନି ଓ ପିତାମ୍ବର ନାୟକ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।

ସେହିପରି ଅନୁଗୁଳ ଜିଲ୍ଲା ଯୋଜନା କମିଟିକୁ ମୋଟ ୧୫ଜଣ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ସେମାନେ ହେଲେ ନଗେନ୍ଦ୍ର କୁମାର ପ୍ରଧାନ, ପ୍ରଦୀପ କୁମାର ସାହୁ, ଧ୍ରୁବଚରଣ ଦେହୁରୀ, ଦିଲ୍ଲୀପ କୁମାର ପ୍ରଧାନ, ବବ୍ରୁ ପ୍ରସାଦ ପତି, ଅମୀୟ ପ୍ରଧାନ, ଯୁଧିଷ୍ଠିର ସିଂ, ରଶ୍ମିତା ସେଠୀ, ବବିତା ପ୍ରଧାନ, ରେବତୀ ନାଏକ, ମୀରା ଗଡ଼ନାୟକ, ଇନ୍ଦିରା ହେମ୍ବ୍ରମ, ସାବିତ୍ରୀ ମାଝୀ ଓ ବବିତା କର୍ଣ୍ଣ ସଦସ୍ୟ ଭାବେ ନିର୍ବାଚିତ ହୋଇଛନ୍ତି ।

ନୟାଗଡ଼ ଜିଲ୍ଲା ଯୋଜନା କମିଟିକୁ ମୋଟ ୧୬ଜଣ ନିର୍ବାଚିତ ହୋଇଥିବାବେଳେ ସେଥିରେ ୬ଜଣ ସଂରକ୍ଷିତ ଓ ବାକି ଅଣସଂରକ୍ଷିତ ବର୍ଗର ରହିଛନ୍ତି ।  ନିର୍ବାଚିତ ସଦସ୍ୟମାନେ ହେଲେ ବସନ୍ତ କୁମାର ପ୍ରଧାନ, ବିଜୟ କୁମାର ସାମନ୍ତରାୟ, ବିଷ୍ଣୁପ୍ରିୟା ବେହେରା, ଚିନ୍ମୟୀ ଦାଶ, ଯସ୍ମିନୀ ଦାଶ, ଝିଲି ପ୍ରଧାନ, ପ୍ରତିମା ଦଳବେହେରା, ରଜନୀରାଣୀ ପଟ୍ଟନାୟକ, ସଂଯୁକ୍ତା ପଢ଼ିହାରୀ, ଧର୍ମେନ୍ଦ୍ର କୁମାର ଧଳ, ହରିଶ୍ଚନ୍ଦ୍ର ଜାନି, କ୍ଷୀରୋଦ କୁମାର ମହାପାତ୍ର, ରାମେଶ୍ୱର ଶତପଥୀ, ସରୋଜ କୁମାର ରଣସିଂହ ଓ ସୁବାସ ଚନ୍ଦ୍ର କଅଁର ସଦସ୍ୟ ଅଛନ୍ତି ।

ଜିଲ୍ଲା ଯୋଜନା କମିଟିକୁ ନିର୍ବାଚିତ ହୋଇଥିବା ସମସ୍ତ ସଦସ୍ୟ ଏବେ ଜିଲ୍ଲା ପରିଷଦ ସଦସ୍ୟ ଅଛନ୍ତି । ଏହି ଜିଲ୍ଲା ଯୋଜନା କମିଟିରେ ୮୦ ପ୍ରତିଶତ ନିର୍ବାଚିତ ସଦସ୍ୟ ଓ ଅନ୍ୟ ୨୦ଜଣ ପ୍ରତିଶତ ସଦସ୍ୟ ମନୋନୀତ ଓ ସରକାରୀ ଅଫିସର ଅଛନ୍ତି ।

ସୂଚନାଯୋଗ୍ୟ, ଗତ ୨୨ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଥିବା ରାଜ୍ୟ ଯୋଜନା ବୋର୍ଡ ମାତ୍ର ୩ଥର ବୈଠକ କରିଛି । ୨୦୦୩ ମସିହା ମେ’ ୯ ଓ ଅଷ୍ଟ ୯ତାରିଖ ଏବଂ ୨୦୦୭ ଅକ୍ଟୋବର ୧୫ତାରିଖରେ ରାଜ୍ୟ ଯୋଜନା ବୋର୍ଡ ବୈଠକ ବସିଥିଲା । ଏହା ପରଠୁ ଆଉ ଯୋଜନା ବୋର୍ଡ ବୈଠକ ବସିନାହିଁ । ଏପରିକି ଯୋଜନା ବୋର୍ଡରେ ଥିବା ନନଅଫିସିଆଲ ସଦସ୍ୟ ପଦବୀକୁ ମଧ୍ୟ ପୂରଣ କରାଯାଇ ନାହିଁ । ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀରେ ରାଜନୀତିକ ବ୍ୟକ୍ତିଙ୍କୁ ଥଇଥାନ କରୁଥିବା ସରକାର ୨୦୧୪ ନଭେମ୍ବରରୁ ଏଥିରେ ନୂଆ କରି ଉପଦେଷ୍ଟା ପଦବୀ ସୃଷ୍ଟି କରିଥିଲେ । ସେହି ପଦବୀକୁ ବି ଏବେ ଆଉ କାର୍ଯ୍ୟ କରୁନି । ଗତ ଜୁନ୍ ମାସରେ ସଞ୍ଜୟ ଦାସବର୍ମାଙ୍କୁ ଅଚାନକ ହଟାଇ ଦିଆଯିବା ପରେ ଏବେ ଯୋଜନା ବୋର୍ଡ ଉପାଧ୍ୟକ୍ଷ ପଦବୀ ମଧ୍ୟ ଖାଲି ପଡ଼ିଛି । ରାଜ୍ୟ ଓ ଜିଲ୍ଲାମାନଙ୍କର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନର ସମୀକ୍ଷା ଓ ମୂଲ୍ୟାୟନ ସହ ଆବଶ୍ୟକ ସଂଶୋଧନ ନିମନ୍ତେ ରାଜ୍ୟ ଯୋଜନା ବୋର୍ଡ ଗଠନ ହୋଇଥିଲା । କିନ୍ତୁ ଏବେ ଯୋଜନା ବୋର୍ଡର ବିନା ଏସବୁ କାର୍ଯ୍ୟ ସମ୍ଭବପର ହୋଇପାରୁଥିବା ଜଣାପଡ଼ିଛି ।

Related story